କାଠମାଣ୍ଡୁ, ୧୭ ଜୁଲାଇ (ହି.ସ.)- ନେପାଳ-ଚୀନ୍ ସୀମାରେ ଜୁଲାଇ ୮ ତାରିଖରେ ବନ୍ୟା ଯୋଗୁଁ ସେତୁ ଭାସିଯିବା ପରେ ଚୀନ୍ ପାର୍ଶ୍ୱରେ ଫସି ରହିଥିବା ପ୍ରାୟ ୧୨୦୦ ନେପାଳୀ ନାଗରିକଙ୍କୁ ଫେରାଇ ଆଣିବା ପାଇଁ ଗୁରୁବାର କୂଟନୈତିକ ପ୍ରୟାସ ଜୋରଦାର୍ କରାଯାଇଥିଲା । ବନ୍ୟା ପ୍ରଭାବିତ ରସୁୱା ସୀମା ପାର ହୋଇ ନିର୍ମିତ ନେପାଳ-ଚୀନ୍ ମୈତ୍ରୀ ସେତୁ ଭାସିଯିବା ପରେ କେରୁଙ୍ଗରେ ଫସି ରହିଥିବା ନେପାଳୀ ନାଗରିକଙ୍କୁ ଫେରାଇ ଆଣିବା ପାଇଁ ସ୍ଥାନୀୟ ପ୍ରଶାସନ ଚୀନ୍ ବୈଦେଶିକ ମନ୍ତ୍ରଣାଳୟକୁ ଏକ ଚିଠି ଲେଖିଛି ।
ରସୁୱା ଜିଲ୍ଲାର ମୁଖ୍ୟ ଜିଲ୍ଲା ଅଧିକାରୀ ଅର୍ଜୁନ ପାଉଡେଲଙ୍କ ଅନୁଯାୟୀ, ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟ ୧୨୦୦ ଫସି ରହିଥିବା ଲୋକଙ୍କ ଫେରାଇ ଆଣିବା ପାଇଁ ଚୀନ୍ ସରକାରଙ୍କୁ ଅନୁରୋଧ କରିଛି । କେରୁଙ୍ଗରେ ଫସି ରହିଥିବା ନେପାଳୀଙ୍କ ପାଇଁ ଚୀନ୍ ପକ୍ଷରୁ ଖାଦ୍ୟ ଏବଂ ରହିବା ବ୍ୟବସ୍ଥା କରାଯାଇଛି । ଫସି ରହିଥିବା ଲୋକଙ୍କ ମଧ୍ୟରେ ୯୧ ଜଣ ଡ୍ରାଇଭର ଏବଂ ସହାୟକ ଅଛନ୍ତି । ପାଉଡେଲ୍ କହିଛନ୍ତି ଯେ, ବୁଧବାର ସେ ନେପାଳ ବୈଦେଶିକ ମନ୍ତ୍ରଣାଳୟକୁ ଏକ ଚିଠି ପଠାଇ କୂଟନୈତିକ ପଦକ୍ଷେପ ଆରମ୍ଭ କରିବାକୁ ଅନୁରୋଧ କରିଛନ୍ତି ।
ହିନ୍ଦୁସ୍ଥାନ ସମାଚାର / ପ୍ରଦୀପ୍ତ