ଗ୍ୱାଲପାଡ଼ା (ଆସାମ), ୧୭ ଜୁଲାଇ (ହି.ସ.)- ଗୁରୁବାର ଆସାମର ଗ୍ୱାଲପାଡ଼ା ଜିଲ୍ଲା ଅନ୍ତର୍ଗତ କୃଷ୍ଣାଇରେ ଅବସ୍ଥିତ ପୈକନ୍ ରିଜର୍ଭ ଫରେଷ୍ଟରେ ଅବୈଧ ଦଖଲକାରୀଙ୍କ ଏକ ଭିଡ଼ ପୋଲିସ ଏବଂ ବନରକ୍ଷୀଙ୍କ ଉପରେ ଆକ୍ରମଣ କରିଥିଲା । ଏହା ପୋଲିସ ଏବଂ ସେମାନଙ୍କ ମଧ୍ୟରେ ସଂଘର୍ଷର କାରଣ ହୋଇଥିଲା, ଯେଉଁଥିରେ ପୋଲିସକୁ ଅଶାନ୍ତ ଲୋକଙ୍କୁ ନିୟନ୍ତ୍ରଣ କରିବା ପାଇଁ ଫାଙ୍କା ଗୁଳିଚାଳନା କରିବାକୁ ପଡିଥିଲା । ଏଥିରେ ଜଣେ ବ୍ୟକ୍ତିଙ୍କ ମୃତ୍ୟୁ ଘଟିଥିବା ବେଳେ ଅନେକ ପୋଲିସ ଆହତ ହୋଇଥିଲେ । ପ୍ରଶାସନ ଏବଂ ପୋଲିସ ଅଧିକାରୀ ଏହାକୁ ନିଶ୍ଚିତ କରିଛନ୍ତି ।
ଆଜି ପ୍ରଶାସନ ଏବଂ ସୁରକ୍ଷା କର୍ମୀ ସରକାରୀ ଜମିରୁ ବେଆଇନ ଦଖଲକାରୀଙ୍କୁ ଖାଲି କରିବା ପାଇଁ କ୍ରିଷ୍ଣାଇ ସ୍ଥିତ ପୈକନ ରିଜର୍ଭ ଜଙ୍ଗଲରେ ପହଂଚିଥିଲେ । ଏହାକୁ ନେଇ, ଏହି ଦଖଲକାରୀମାନେ ପ୍ରଶାସନ ଏବଂ ପୋଲିସ ଦଳକୁ ବିରୋଧ କରି ସେମାନଙ୍କ ଉପରେ ଆକ୍ରମଣ କରିଥିଲେ । ଏହାକୁ ଦୃଷ୍ଟିରେ ରଖି, ପୋଲିସ ହିଂସାତ୍ମକ ଭିଡ଼କୁ ଘଉଡ଼ାଇବା ପାଇଁ ହାଲୁକା ବଳ ପ୍ରୟୋଗ କରିଥିଲା, କିନ୍ତୁ ପରିସ୍ଥିତି ନିୟନ୍ତ୍ରଣକୁ ନ ଆସିବାରୁ ପୋଲିସ କର୍ମଚାରୀମାନଙ୍କୁ ଫାଙ୍କା ଗୁଳିଚାଳନା କରିବାକୁ ପଡିଥିଲା । ପୋଲିସ ଏବଂ ଦୁର୍ବୃତ ମାନଙ୍କ ମଧ୍ୟରେ ସଂଘର୍ଷ ସମୟରେ ଶକୁର ହୁସେନ ନାମକ ଜଣେ ବ୍ୟକ୍ତିଙ୍କ ମୃତ୍ୟୁ ହୋଇଥିଲା ଏବଂ ଅନେକ ବେଆଇନ ଦଖଲକାରୀ ଏବଂ ପୋଲିସ କର୍ମଚାରୀ ଆହତ ହୋଇଥିଲେ । ସେମାନଙ୍କ ମଧ୍ୟରୁ କୁତୁବୁଦ୍ଦିନ ଶେଖ ନାମକ ଜଣେ ବ୍ୟକ୍ତିଙ୍କ ଅବସ୍ଥା ଗୁରୁତର ଥିବା କୁହାଯାଉଛି ।
ହିନ୍ଦୁସ୍ଥାନ ସମାଚାର / ପ୍ରଦୀପ୍ତ