ଡେରାଡୁନ, ୧୭ ଜୁଲାଇ (ହି.ସ.)-
ଉତ୍ତରାଖଣ୍ଡରେ ପାହାଡରୁ ସମତଳ ଅଞ୍ଚଳ ପର୍ଯ୍ୟନ୍ତ ବର୍ଷା ଜାରି ରହିଛି। ଡେରାଡୁନରେ ମଧ୍ୟ
ମଝିରେ ମଝିରେ ବର୍ଷା ଜାରି ରହିଛି। ପାଣିପାଗ ବିଭାଗ ଆଜି ଡେରାଡୁନ, ନୈନିତାଲ, ବାଗେଶ୍ୱର, ଚମୋଲି ଏବଂ ଉତ୍ତରକାଶୀ ଜିଲ୍ଲାର କିଛି ସ୍ଥାନରେ
ପ୍ରବଳରୁ ଅତି ପ୍ରବଳ ବର୍ଷା ପାଇଁ ୟେଲୋ ଆଲର୍ଟ ଜାରି କରାଯାଇଥିବାବଳେ ଅନ୍ୟ ଜିଲ୍ଲାରେ ମଧ୍ୟ
ଘଡ଼ଘଡ଼ି ଏବଂ ବିଜୁଳି ସହିତ ପ୍ରବଳ ବର୍ଷା ହୋଇପାରେ ଏବଂ ବଜ୍ରପାତ ହେବାର ସମ୍ଭାବନା ମଧ୍ୟ
ରହିଛି।ଉତ୍ତରାଖଣ୍ଡରେ ଲଗାତାର ବର୍ଷା ଯୋଗୁଁ ରାସ୍ତା ମଧ୍ୟ ଅବରୋଧ ହୋଇଛି। ଲୋକ ନିର୍ମାଣ ବିଭାଗ ଅନୁଯାୟୀରାଜ୍ୟରେ ବର୍ଷା ଯୋଗୁଁ ଅବରୋଧ ହୋଇଥିବା ମୋଟ ୯୬ ଟି ରୁଟରୁ ବୁଧବାର
ସନ୍ଧ୍ୟା ସୁଦ୍ଧା ୬୧ ଟି ରୁଟରେ ଯାତାୟାତ ଆରମ୍ଭ ହୋଇଥିଲା ଏବଂ ୩୫ ଟି ରୁଟ୍ ଅବରୋଧ କରାଯାଇଛି।
ରାସ୍ତା ଖୋଲିବା ପାଇଁ ୫୧୪ ଟି ମେସିନ ନିୟୋଜିତ ହୋଇଛି।
---------------
ହିନ୍ଦୁସ୍ଥାନ ସମାଚାର / ରଶ୍ମିତା