ନୁଆଦିଲ୍ଲୀ, ୧୭ ଜୁଲାଇ (ହି.ସ.)-ଘରୋଇ ସୁନା ବଜାରରେ ଆଜି ସାମାନ୍ୟ ହ୍ରାସ
ଦେଖିବାକୁ ମିଳିଛି। ମୂଲ୍ୟରେ ହ୍ରାସ ଯୋଗୁଁ ଆଜି ଦେଶର ଅଧିକାଂଶ ସୁନା ବଜାରରେ
୨୪ କ୍ୟାରେଟ୍ ସୁନା ୯୯,୨୭୦ ଟଙ୍କାରୁ ନେଇ ୯୯,୪୨୦ ଟଙ୍କା ପ୍ରତି
10 ଗ୍ରାମ ସ୍ତରରେ କାରବାର ହେଉଛି। ସେହିପରି ୨୨
କ୍ୟାରେଟ୍ ସୁନା ଆଜି ୯୦,୯୯୦ ଟଙ୍କାରୁ ନେଇ ୯୧,୧୪୦ ଟଙ୍କା ପ୍ରତି
10 ଗ୍ରାମ ମଧ୍ୟରେ ବିକ୍ରି ହେଉଛି। ରୂପାର ମୂଲ୍ୟ ହ୍ରାସ ଯୋଗୁଁଏହି ଚମକଦାର ଧାତୁ ଆଜି
ଦିଲ୍ଲୀ ସୁନା ବଜାରରେ ଆଜି ୧,୧୩,୯୦୦ ଟଙ୍କା ପ୍ରତି କିଲୋଗ୍ରାମ
ସ୍ତରରେ ବିକ୍ରି ହେଉଛି।ଦିଲ୍ଲୀରେ ୨୪ କ୍ୟାରେଟ୍ ସୁନା ଆଜି ୯୯,୪୨୦ ଟଙ୍କା ପ୍ରତି
10 ଗ୍ରାମ ସ୍ତରରେ କାରବାର କରାଯାଉଥିବାବେଳେ ୨୨ କ୍ୟାରେଟ୍ ସୁନାର ମୂଲ୍ୟ ୯୧,୧୪୦ ଟଙ୍କା ପ୍ରତି ୧୦ ଗ୍ରାମ ରେକର୍ଡ କରାଯାଇଛି। ଦେଶର ଆର୍ଥିକ ରାଜଧାନୀ
ମୁମ୍ବାଇରେ 24 କ୍ୟାରେଟ୍ ସୁନା 99,270 ଟଙ୍କା ପ୍ରତି 10 ଗ୍ରାମ ଏବଂ 22 କ୍ୟାରେଟ୍ ସୁନା 90,990 ଟଙ୍କା ପ୍ରତି 10
ଗ୍ରାମ ସ୍ତରରେ ବିକ୍ରି ହେଉଛି।
---------------
ହିନ୍ଦୁସ୍ଥାନ ସମାଚାର / ରଶ୍ମିତା