ଜୟପୁର, 17 ଜୁଲାଇ (ହି.ସ.)-କେନ୍ଦ୍ରୀୟ ଗୃହ ଓ ସହକାରିତା ମନ୍ତ୍ରୀ ଅମିତ ଶାହା କହିଛନ୍ତି ଯେ
କଂଗ୍ରେସ୍ର ଶାସନକାଳରେ ବାରମ୍ବାର ଆତଙ୍କବାଦୀ ଆକ୍ରମଣ ହେଉଥିଲା, କିନ୍ତୁ ପ୍ରଧାନମନ୍ତ୍ରୀ
ନରେନ୍ଦ୍ର ମୋଦୀ ଆତଙ୍କବାଦୀମାନଙ୍କୁ ବାରମ୍ବାର ଶିକ୍ଷା ଦେଇଛନ୍ତି। ପହଲଗାମ ଆତଙ୍କୀ ଆକ୍ରମଣ
ପରେ ‘ଅପରେସନ୍ ସିନ୍ଦୂର’ ଅନ୍ତର୍ଗତ ପାକିସ୍ତାନରେ
ପ୍ରବେଶ କରି ଆତଙ୍କବାଦୀଙ୍କ ଠିକଣାଗୁଡିକୁ ଧ୍ୱଂସ କରାଯାଇଥିଲା। ଏହା ପୂର୍ବରୁ ଉରି ଓ ପୁଲୱାମା
ଆକ୍ରମଣର ମଧ୍ୟ ମୁହଁତୋଡ଼ ଜବାବ ଦିଆଯାଇଥିଲା। ଗୁରୁବାର ଅମିତ ଶାହା ରାଜସ୍ଥାନର ଜୟପୁର
ଜିଲ୍ଲାର ଦାଦିଆ ଗ୍ରାମରେ ଆନ୍ତର୍ଜାତୀୟ ସହକାରିତା ବର୍ଷ 2025 ଉପଲକ୍ଷେ ଆୟୋଜିତ ‘ସହକାର ଏବଂ ନିଯୁକ୍ତି
ଉତ୍ସବ’
କୁ
ସମ୍ବୋଧନ କରିଛନ୍ତି । ଏହି ଅବସରରେ ସେ 8000 ଯୁବକଙ୍କୁ ନିଯୁକ୍ତି ପତ୍ର ପ୍ରଦାନ କରିଛନ୍ତି । ସେ
କହିଛନ୍ତି ଯେ, ରାଜସ୍ଥାନ ପେପର୍ ଲିକ୍ ଘଟଣାରେ ତ୍ରସ୍ତ ଥିଲା, କିନ୍ତୁ ଭଜନଲାଲ୍ ସରକାର ଏସଆଇଟି ଗଠନ କରି ମାଫିଆଙ୍କୁ କଡା ସନ୍ଦେଶ
ଦେଇଛନ୍ତି।
ଶାହା ଏହି କାର୍ଯ୍ୟକ୍ରମରେ ବିଶ୍ୱର ବୃହତ ଅନ୍ନ ଭଣ୍ଡାରଣ ଯୋଜନା ଅନ୍ତର୍ଗତ ନିର୍ମିତ 24ଟି
ଗୋଦାମ ଓ 'ଶ୍ରୀ ଅନ୍ନ' ପ୍ରୋତ୍ସାହନ ପାଇଁ 64ଟି ମିଲେଟ୍ସ ଆଉଟ୍ଲେଟ୍ର ଉଦ୍ଘାଟନ କରିଥିଲେ। ଏହାସହିତ, 'ଗୋପାଳ କ୍ରେଡିଟ୍ କାର୍ଡ' ଯୋଜନା ଅନ୍ତର୍ଗତ 1,400 ଲାଭାନ୍ୱିତଙ୍କୁ
ପ୍ରାୟ 12 କୋଟି ଟଙ୍କା ଋଣ ବଣ୍ଟନ କରାଯାଇଥିଲା, ଓ ଦୁଗ୍ଧ ଉତ୍ପାଦକ ସହକାରୀ ସମିତିମାନେକୁ 2,346 ଟି ମାଇକ୍ରୋ
ଏଟିଏମ୍ ଯନ୍ତ୍ର ଦିଆଯାଇଥିଲା।
---------------
ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା