ଚଣ୍ଡିଗଡ, 17 ଜୁଲାଇ (ହି.ସ.)- ବିଏସଏଫ୍ ପାକିସ୍ତାନ ପଟୁ ଡ୍ରୋନ୍ ଦ୍ୱାରା ଭାରତ-ପାକ ସୀମା ଉପରେ ଫିଙ୍ଗଯାଇଥିବା
ହେରୋଇନ୍ର 15ଟି ପ୍ୟାକେଟ୍ ଜବତ କରିଛି। ଜବତ ହୋଇଥିବା ଏହି ପ୍ରାୟ ସାଢ଼େ ସାତ କିଲୋଗ୍ରାମ୍
ହେରୋଇନ୍ର ଅନ୍ତର୍ଜାତୀୟ ବଜାରରେ ମୂଲ୍ୟ କୋଟି ଟଙ୍କାର ହୋଇଥିବା କୁହାଯାଇଛି।
ବିଏସଏଫ୍ ମୁଖପାତ୍ର ଗୁରୁବାର ସୂଚନା ଦେଇଛନ୍ତି ଯେ, ଫିରୋଜପୁରର ହୁସେନିୱାଲା ବର୍ଡର୍
ସହିତ ଲାଗିଥିବା ଗାଁ ଟେଣ୍ଡିୱାଲା ଓ ଜଲ୍ଲୋକେ ନିକଟରେ ଥିବା ସତଲେଜ ନଦୀ କୂଳରେ ଥିବା ଏକ
କ୍ଷେତରୁ ଏହି 15ଟି ପ୍ୟାକେଟ୍ ହେରୋଇନ୍ ଜବତ ହୋଇଛି।
ରାତିରେ ପାକିସ୍ତାନୀ ଡ୍ରୋନ୍ ଏହି ହେରୋଇନ୍ ଭର୍ତ୍ତି ପ୍ୟାକେଟ୍ଗୁଡ଼ିକୁ ପକାଇଯାଇଥିଲା, ଓ ବିଏସଏଫ୍ ଡ୍ରୋନ୍ର
ଗତିବିଧିକୁ ଧ୍ୟାନରେ ନେଇଥିଲା। ଗୁରୁବାର ସକାଳେ ବିଏସଏଫ୍ ଓ ପୁଲିସ୍ ସେଠାରେ ମିଳିତ ତଲାସୀ
ଅଭିଯାନ ଚଳାଇଥିଲେ।
---------------
ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା