ୱାଶିଂଟନ, 17 ଜୁଲାଇ (ହି.ସ.)
- ଉତ୍ତର ଆମେରିକାର ପଶ୍ଚିମ-ଉତ୍ତର ସୀମାରେ ଅବସ୍ଥିତ ଆଲାସ୍କା ପ୍ରାନ୍ତର ଲ୍ୟୁସିଅନ୍
ଦ୍ୱୀପ ସମୂହ ବୁଧବାର ଦ୍ୱିପ୍ରହରରେ ଭୟଙ୍କର ଭୂମିକମ୍ପ ଝଟକା ଅନୁଭୂତ ହୋଇଛି। ରିକ୍ଟର୍ ସ୍କେଲରେ
ଏହି ଭୂମିକମ୍ପର ତୀବ୍ରତା 7.3 ରେକର୍ଡ କରାଯାଇଛି। ଏହା ପରେ,
ଆଲାସ୍କା
ତଟର ବଡ଼ ଅଂଶରେ କିଛି ଘଣ୍ଟା ପର୍ଯ୍ୟନ୍ତ ସୁନାମି ଆଶଙ୍କା ଦେଖାଯାଇଥିଲା ଓ ସତର୍କ ନଜର
ରଖାଯାଇଥିଲା।
ଏନବିସି ନ୍ୟୁଜଚ୍ୟାନେଲ୍ର ଖବର ଅନୁସାରେ, ଅଧିକାରୀମାନେ ଜଣାଇଛନ୍ତି ଯେ
ସୁନାମି ଚେତାବନୀ ପରେ ପରାମର୍ଶରେ ପରିବର୍ତ୍ତନ କରାଯାଇଛି। ବର୍ତ୍ତମାନ ପର୍ଯ୍ୟନ୍ତ କୌଣସି
ପ୍ରକାରର ତୁରନ୍ତ କ୍ଷୟକ୍ଷତିର ସୂଚନା ମିଳିନାହିଁ। ଆମେରିକୀୟ ସୁନାମି ଚେତାବନୀ କେନ୍ଦ୍ର
ଅନୁଯାୟୀ, ଏହି ଭୂମିକମ୍ପ ସ୍ଥାନୀୟ ସମୟ ଅନୁସାରେ ଦ୍ୱିପ୍ରହର 2:38 ରେ ଆସିଥିଲା, ଏବଂ ଏହାର କେନ୍ଦ୍ର ପୋପୋଫ୍ ଦ୍ୱୀପର ସ୍ୟାଣ୍ଡ ପଏଣ୍ଟରୁ 55 ମିଲ୍ ଦକ୍ଷିଣ ଅଂଶରେ ଥିଲା। ଏହି
ଭୂମିକମ୍ପର ଗଭୀରତା 12 ମିଲ୍ ଥିଲା। ସତର୍କତା ପାଇଁ ଜାରି କରାଯାଇଥିବା ପରାମର୍ଶ ମଧ୍ୟରେ ଆଲ୍ୟୁଶିଅନ୍ ଦ୍ୱୀପ
ସମୂହର ୟୁନିମାକ୍ ଦରା ଠାରୁ କେନେଡି ପ୍ରବେଶ ଦ୍ୱାର ପର୍ଯ୍ୟନ୍ତ ସାମିଲ ଥିଲା।
---------------
ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା