ଚଣ୍ଡିଗଡ, 17 ଜୁଲାଇ (ହି.ସ.)-କଷ୍ଟମ୍ ବିଭାଗ ଦ୍ୱାରା ଅମୃତସର୍
ଅନ୍ତର୍ଜାତୀୟ ବିମାନବନ୍ଦରରେ ଏକ ବଡ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇ ଦୁଇ ଯାତ୍ରୀଙ୍କ
ନିକଟରୁ 968.47 ଗ୍ରାମ୍ ସୁନା ଜବତ କରାଯାଇଛି। ଜବତ ସୁନାର ବଜାର ମୂଲ୍ୟ 96 ଲକ୍ଷ 75 ହଜାର
ଟଙ୍କା ବୋଲି କୁହାଯାଇଛି। କଷ୍ଟମ୍ ଅଧିକାରୀମାନଙ୍କ କହିବା ଅନୁଯାୟୀ, ସେମାନେ ଇଣ୍ଡିଗୋ ଫ୍ଲାଇଟ୍
ଯୋଗେ କୋଲକାତାରୁ ଅମୃତସର୍ ଆସିଥିଲେ। ବିମାନବନ୍ଦରରେ ସନ୍ଦେହ ଆଧାରରେ ଦୁଇଜଣଙ୍କୁ ଅଟକ ରଖି ତଦନ୍ତ
କରାଯାଇଥିଲା। ଦୁଇଜଣ ଯାତ୍ରୀ ସୁନାକୁ ଲୁଚାଇ ରଖିଥିଲେ।
ଯେତେବେଳେ କଷ୍ଟମ୍ ଅଧିକାରୀମାନେ ସୁନା ଜବତ କରିଥିଲେ, ଯାତ୍ରୀମାନେ ତାହାର ଉତ୍ସ ବିଷୟରେ କୌଣସି ସ୍ପଷ୍ଟ ସୂଚନା ଦେଇନଥିଲେ।
କଷ୍ଟମ୍ ବିଭାଗ ମାମଲା ଦାଖଲ କରି ସୁନା ଜବତ କରିଛି ଓ ଦୁଇ ଯାତ୍ରୀଙ୍କୁ ପଚାରାଉଚାର କରୁଛି। ଅଧିକାରୀମାନେ
ସନ୍ଦେହ କରୁଛନ୍ତି ଯେ ଏହା ଏକ ସଂଗଠିତ ଚୋରାଚାଲାଣ ରାକେଟ୍ର ଅଂଶ ହୋଇଥାଇପାରେ ।
---------------
ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା