ପାଟଣା, 17 ଜୁଲାଇ (ହି.ସ.)
- ବିହାରର ନୀତିଶ ସରକାର ରାଜ୍ୟର
1 କୋଟି 67 ଲକ୍ଷ ବିଦ୍ୟୁତ୍ ଗ୍ରାହକଙ୍କୁ ବଡ଼ ଭେଟି ଦେଇଛନ୍ତି। ସରକାର ଘୋଷଣା
କରିଛନ୍ତି ଯେ ଏବେ ରାଜ୍ୟରେ ପ୍ରତିମାସରେ 125 ୟୁନିଟ୍ ବିଦ୍ୟୁତ୍ନିଶୁଳ୍କରେ ଦିଆଯିବ।
ମୁଖ୍ୟମନ୍ତ୍ରୀ ନୀତିଶ କୁମାର ଆଜି ସକାଳେ ଏକ୍ସରେ ପୋଷ୍ଟ କରି ଏହି ଘୋଷଣା କରିଛନ୍ତି। ସେ
କହିଛନ୍ତି,ଯେ, ଆମେ ଆରମ୍ଭରୁ ହିଁ ଶସ୍ତା ଦରରେ ସମସ୍ତଙ୍କୁ ବିଦ୍ୟୁତ୍
ଯୋଗାଇ ଆସୁଛୁ। ବର୍ତ୍ତମାନ ଆମେ ନିଷ୍ପତ୍ତି ନେଇଛୁ ଯେ 1 ଅଗଷ୍ଟ 2025 ରୁ,
ଅର୍ଥାତ୍
ଜୁଲାଇ ମାସର ବିଲ୍ରୁ, ରାଜ୍ୟର ସମସ୍ତ ଘରୋଇ ଗ୍ରାହକଙ୍କୁ 125
ଇଉନିଟ୍ ପର୍ଯ୍ୟନ୍ତ କୌଣସି ବିଲ୍ ଦେବାକୁ ପଡ଼ିବ ନାହିଁ। ଏଥିରେ ମୋଟ 1 କୋଟି 67 ଲକ୍ଷ
ପରିବାର ଲାଭାନ୍ବିତ ହେବେ। ମୁଖ୍ୟମନ୍ତ୍ରୀ ଏହି ମଧ୍ୟ କହିଛନ୍ତି ଯେ, ଆମେ ଏହି ମଧ୍ୟ
ନିଷ୍ପତ୍ତି ନେଇଛୁ ଯେ ଆଗାମୀ ତିନି ବର୍ଷ ମଧ୍ୟରେ, ସମସ୍ତ ଘରୋଇ ଗ୍ରାହକଙ୍କ
ସହମତି ସହିତ, ସେମାନଙ୍କର ଘରର ଛାତରେ କିମ୍ବା ନିକଟସ୍ଥ ସାଧାରଣ ସ୍ଥାନରେ ସୌର
ଶକ୍ତି ଯନ୍ତ୍ରସ୍ଥାପନ କରାଯିବ। ‘କୁଟୀର ଜ୍ୟୋତି ଯୋଜନା’
ଅନ୍ତର୍ଗତ
ଯେଉଁମାନେ ଅତ୍ୟନ୍ତ ଗରିବ, ସେମାନଙ୍କ ପାଇଁ ସୌର ଯନ୍ତ୍ର ଲାଗି
ସମ୍ପୂର୍ଣ୍ଣ ଖର୍ଚ୍ଚ ସରକାର ଉଠାଇବ। ଅନ୍ୟମାନେ ପାଇଁ ମଧ୍ୟ ସରକାର ଉଚିତ ସହଯୋଗ କରିବ।
---------------
ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା