ଅହମଦାବାଦ ବିମାନ ଦୁର୍ଘଟଣାର ଯାଂଚରେ ନୂଆ ଖୁଲାସା, ଦୁଇଟି ଇଂଜିନର ସ୍ୱିଚ ବନ୍ଦ କରିଥିଲେ କ୍ୟାପଟେନ
ୱାଶିଂଟନ, 17 ଜୁଲାଇ (ହି.ସ.)- ଗତ ମାସରେ ଭାରତର ଅହମଦାବାଦରେ ଘଟିଥିବା ଏୟାର୍‌ ଇଣ୍ଡିଆ ବିମାନ ଦୁର୍ଘଟଣା ସମ୍ପର୍କିତ ତଦନ୍ତରେ ଏକ ନୂତନ ଖୁଲାସା ହୋଇଛି। ଏହି ଖୁଲାସା ପରେ ତଦନ୍ତର ମୁଖ୍ୟ କେନ୍ଦ୍ରବିନ୍ଦୁ ହେଲେ ବିମାନ କକପିଟ୍‌ରେ ବସିଥିବା ବରିଷ୍ଠ ପାଇଲଟ୍‌। ଆମେରିକୀୟ କର୍ମ
ଅହମଦାବାଦ ବିମାନ ଦୁର୍ଘଟଣାର ଯାଂଚରେ ନୂଆ ଖୁଲାସା, ଦୁଇଟି ଇଂଜିନର ସ୍ୱିଚ ବନ୍ଦ କରିଥିଲେ     କ୍ୟାପଟେନ


ୱାଶିଂଟନ, 17 ଜୁଲାଇ (ହି.ସ.)- ଗତ ମାସରେ ଭାରତର ଅହମଦାବାଦରେ ଘଟିଥିବା ଏୟାର୍‌ ଇଣ୍ଡିଆ ବିମାନ ଦୁର୍ଘଟଣା

ସମ୍ପର୍କିତ ତଦନ୍ତରେ ଏକ ନୂତନ ଖୁଲାସା ହୋଇଛି। ଏହି ଖୁଲାସା ପରେ ତଦନ୍ତର ମୁଖ୍ୟ

କେନ୍ଦ୍ରବିନ୍ଦୁ ହେଲେ ବିମାନ କକପିଟ୍‌ରେ ବସିଥିବା ବରିଷ୍ଠ ପାଇଲଟ୍‌।

ଆମେରିକୀୟ କର୍ମଚାରୀମାନେ ଦୁର୍ଘଟଣାର ତଦନ୍ତରେ ଏବେ ସୁଦ୍ଧା ସାମ୍ନାକୁ ଆସିଥିବା ସାକ୍ଷ୍ୟ

ଏବଂ ଏହି ଖୁଲାସା ସହ ପରିଚିତ ବ୍ୟକ୍ତିମାନଙ୍କ ଆଧାରରେ କହିଛନ୍ତି ଯେ,

ବିମାନର

ଦୁଇ ପାଇଲଟ୍‌ଙ୍କ ମଧ୍ୟରେ ଥିବା କଥୋପକଥନର ବ୍ଲ୍ୟାକ୍‌-ବକ୍ସ ରେକର୍ଡିଂରୁ ଏହାର ସଙ୍କେତ

ମିଳିଛି ଯେ, କ୍ୟାପ୍‌ଟେନ୍‌ ନିଜେ ବିମାନର ଦୁଇଟି ଇଞ୍ଜିନରେ ଇଂଧନ ପ୍ରବାହ

ନିୟନ୍ତ୍ରଣ କରୁଥିବା ସ୍ୱିଚ୍‌ ବନ୍ଦ କରିଥିଲେ।

ଦ ୱାଲ ଷ୍ଟ୍ରିଟ ଜର୍ଣ୍ଣାଲଖବରକାଗଜର ଏହି 'ବିଶେଷ ସମ୍ବାଦ'

ଆଧାରରେ

ବିଶ୍ୱର ସମସ୍ତ ସଂଚାର ମାଧ୍ୟମ ଏହି ଖୁଲାସାକୁ ପ୍ରସାରଣ ଏବଂ ପ୍ରକାଶିତ କରିଛନ୍ତି। ଗତ ମାସ 12 ଜୁନ୍‌ ତାରିଖରେ

ଅହମଦାବାଦରେ ଟେକଅଫ୍‌ ହେବା ପରେ କେବଳ 32 ସେକେଣ୍ଡ ମଧ୍ୟରେ ଦୁର୍ଘଟଣାର ଶିବାର ହୋଇଥିବା

ଏୟାର ଇଣ୍ଡିଆର ଫ୍ଲାଇଟ୍‌ବାବଦରେ ହୋଇଥିବା ଏହି ଖୁଲାସା ନୂଆ

ପ୍ରଶ୍ନ ଉଠାଇଛି। ଏହି ଦୁଃଖଦ ଦୁର୍ଘଟଣାରେ260

ଜଣ

ଲୋକଙ୍କର ମୃତ୍ୟୁଘଟିଥିଲା।

---------------

ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା


 rajesh pande