ପୁରୁଣା ଦିନକୁ ମନେ ପକାଇଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ, କହିଲେ- ସଫେଇ ବ୍ୟବସ୍ଥା ଉପରେ ମୁଁ ନିଜେ ଦେଉଥିଲି ଦୃଷ୍ଟି
ନୂଆଦିଲ୍ଲୀ, 17 ଜୁଲାଇ (ହି.ସ.)- ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଆଜି ଦିଲ୍ଲୀରେ ଆୟୋଜିତ ସ୍ୱଚ୍ଛ ସର୍ବେକ୍ଷଣ କାର୍ଯ୍ୟକ୍ରମରେ ସ୍ୱଚ୍ଛତା ପାଇଁ ପୁରସ୍କାର ପ୍ରଦାନ କରିଛନ୍ତି। ଏହି ଆୟୋଜନ ଆବାସ ଏବଂ ସହରୀୟ କାର୍ଯ୍ୟ ମନ୍ତ୍ରଣାଳୟ ଦ୍ୱାରା କରାଯାଇଥିଲା। ଏହି ଅବସରରେ ରାଷ୍ଟ୍ରପତି
ପୁରୁଣା ଦିନକୁ ମନେ ପକାଇଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ, କହିଲେ- ସଫେଇ ବ୍ୟବସ୍ଥା     ଉପରେ ମୁଁ ନିଜେ ଦେଉଥିଲି ଦୃଷ୍ଟି


ନୂଆଦିଲ୍ଲୀ, 17 ଜୁଲାଇ (ହି.ସ.)- ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଆଜି ଦିଲ୍ଲୀରେ ଆୟୋଜିତ ସ୍ୱଚ୍ଛ

ସର୍ବେକ୍ଷଣ କାର୍ଯ୍ୟକ୍ରମରେ ସ୍ୱଚ୍ଛତା ପାଇଁ ପୁରସ୍କାର ପ୍ରଦାନ କରିଛନ୍ତି। ଏହି ଆୟୋଜନ

ଆବାସ ଏବଂ ସହରୀୟ କାର୍ଯ୍ୟ ମନ୍ତ୍ରଣାଳୟ ଦ୍ୱାରା କରାଯାଇଥିଲା। ଏହି ଅବସରରେ ରାଷ୍ଟ୍ରପତି

ମୁର୍ମୁ ସଫେଇ ସମ୍ପର୍କରେ ଭାରତର ଚିନ୍ତାଧାରା, ପାରମ୍ପରିକ ମୂଲ୍ୟବୋଧ ଓ ବର୍ତ୍ତମାନର ଆବଶ୍ୟକତା ବିଷୟରେ ନିଜର

ମତାମତ ପ୍ରକାଶ କରିଛନ୍ତି।

ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ କହିଛନ୍ତି ଯେ ସ୍ୱଚ୍ଛ ସର୍ବେକ୍ଷଣ ଏକ ବହୁତ

ସଫଳ ପଦକ୍ଷେପ ପାଲଟିଛି, ଯାହା ଫଳରେ ଦେଶର ସହରଗୁଡିକ ସଫାସୁତୁରା ପାଇଁ ପ୍ରେରିତ ହୋଇଛନ୍ତି। ସେ କହିଛନ୍ତି, ମୁଁ ଖୁସି ଅନୁଭବ କରୁଛି ଯେ

ଏଥିର ସର୍ବେକ୍ଷଣ ବିଶ୍ୱର ସବୁଠୁ ବଡ଼ ସ୍ୱଚ୍ଛତା ସର୍ବେକ୍ଷଣ ହୋଇଛି, ଯେଉଁଥିରେ ପ୍ରାୟ 14 କୋଟି

ଲୋକ ଅଂଶ ନେଇଛନ୍ତି। ସେ ଏହା ମଧ୍ୟ କହିଛନ୍ତି ଯେ, ଭାରତର ସଂସ୍କୃତିରେ ସ୍ୱଚ୍ଛତାକୁ ସଦା

ସର୍ବଦା ଉଚ୍ଚ ଗୁରୁତ୍ୱ ଦିଆଯାଇଛି। ଆମର ଘର, ମନ୍ଦିର ଓ ଆଖପାଖର ପରିବେଶ ସଫା ରଖିବା ଆମ ପୁରୁଣା ପାରମ୍ପରିକ

ରୀତିର ଅଂଶ।ମହାତ୍ମା ଗାନ୍ଧୀଙ୍କୁ ସ୍ମରଣ କରି ସେ କହିଛନ୍ତି, ଗାନ୍ଧୀଜୀ ସ୍ୱଚ୍ଛତାକୁ

ଭଗବତ୍‌ ଭକ୍ତି ପରେ ସବୁଠାରୁ ଆବଶ୍ୟକ ଜିନିଷ ଭାବେ ଦେଖୁଥିଲେ।

ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ କହିଛନ୍ତି ଯେ, “ମୁଁ ମଧ୍ୟ ଜନସେବାର ଆରମ୍ଭ ସ୍ୱଚ୍ଛତା

ଦ୍ୱାରା କରିଥିଲି। ଯେତେବେଳେ ମୁଁ ଅଧିସୂଚିତ ଅଞ୍ଚଳ ପରିଷଦର ଉପାଧ୍ୟକ୍ଷ ଥିଲି, ସେତେବେଳେ ମୁଁ ପ୍ରତିଦିନ

ଭିନ୍ନ-ଭିନ୍ନ ୱାର୍ଡକୁ ଯାଇ ସ୍ୱଚ୍ଛତା ବ୍ୟବସ୍ଥାର ନିଜେ ନିରୀକ୍ଷଣ କରୁଥିଲି।”ସେ କହିଛନ୍ତି, “ସଂଶାଧନର କମ୍ ବ୍ୟବହାର

କରିବା ଓ ବସ୍ତୁଗୁଡ଼ିକୁ ପୁଣିଥରେ ବ୍ୟବହାର କରିବା ଆମ ଜୀବନଶୈଳୀର ଅଂଶ ରହିଛି। ଆଜି ଯାହାକୁ ‘ସର୍କୁଲାର ଇକୋନୋମି’ ବୋଲି କୁହାଯାଉଛି, ତାହାର ମୂଳ ଆମର

ପାରମ୍ପରିକ ଜୀବନଶୈଳୀ ଭିତରେ ରହିଛି।”ଆଦିବାସୀ ସମୁଦାୟଙ୍କ ଉଦାହରଣ ଦେଇ ସେ କହିଛନ୍ତି ଯେ, “ଏହି ଲୋକମାନେ କମ୍ ସଂଶାଧନ

ମଧ୍ୟରେ ରହନ୍ତି, ପରିବେଶ ସହିତ ସାମଞ୍ଜସ୍ୟ ରଖନ୍ତି ଓ ନଷ୍ଟ କରନ୍ତି ନାହିଁ।”

---------------

ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା


 rajesh pande