ଭୂକମ୍ପରେ ତୃତୀୟ ଥର ଥରିଲା ପୃଥିବୀ
ରୋହତକ, 17 ଜୁଲାଇ (ହି.ସ.) - ରୋହତକରେ ତୃତୀୟଥର ପୁଣି ଭୂମିକମ୍ପ ଆସିଛି, ଯାହା ଫଳରେ ଲୋକମାନଙ୍କ ମଧ୍ୟରେ ଭୟ ଓ ଆତଙ୍କ ଖେଳିଯାଇଛି । ଯଦିଓ ଏପର୍ଯ୍ୟନ୍ତ ଏହି ଭୂମିକମ୍ପ ଦ୍ୱାରା କୌଣସି ଧନ ଜୀବନ ହାନି ଘଟିନାହିଁ, କିନ୍ତୁ ବାରମ୍ବାର ଭୂମିକମ୍ପ ଆସିବା ଦ୍ୱାରା ଲୋକମା
ଭୂକମ୍ପରେ ତୃତୀୟ ଥର ଥରିଲା ପୃଥିବୀ


ରୋହତକ, 17 ଜୁଲାଇ (ହି.ସ.)

- ରୋହତକରେ ତୃତୀୟଥର ପୁଣି ଭୂମିକମ୍ପ ଆସିଛି, ଯାହା

ଫଳରେ ଲୋକମାନଙ୍କ ମଧ୍ୟରେ ଭୟ ଓ ଆତଙ୍କ ଖେଳିଯାଇଛି । ଯଦିଓ ଏପର୍ଯ୍ୟନ୍ତ ଏହି ଭୂମିକମ୍ପ ଦ୍ୱାରା

କୌଣସି ଧନ ଜୀବନ ହାନି ଘଟିନାହିଁ, କିନ୍ତୁ ବାରମ୍ବାର

ଭୂମିକମ୍ପ ଆସିବା ଦ୍ୱାରା ଲୋକମାନେ ଆଶଙ୍କା କରୁଛନ୍ତି ଯେ ଆଗାମୀ ଦିନରେ ବଡ଼ କ୍ଷୟକ୍ଷତି

ହେବାର ସମ୍ଭାବନା ଅଛି।

ବୁଧବାର ରାତି 12ଟା 46ମିନିଟ୍‌ ପାଖାପାଖି ତିବ୍ର ଭୂମିକମ୍ପ ହୋଇଥିଲା, ଯାହାରେ ଲୋକମାନେ ନିଦରୁ ଉଠି ଘରୁ ବାହାରକୁ ପଳାଇ ଆସିଥିଲେ ।

ଲୋକମାନଙ୍କ କହିବା ଅନୁଯାୟୀ, ତୃତୀୟଥର ଭୂମିକମ୍ପ ହେଉଛି

ଏବଂ ଏହାର କେନ୍ଦ୍ର ଆଖପାଖରେ ଥାଏ। ଗତ 10 ଦିନ ମଧ୍ୟରେ ଏହା ତୃତୀୟ ଥର ଭୂମିକମ୍ପ ଘଟିଛି ଏବଂ ଏଥର

ଭୂମିକମ୍ପର କେନ୍ଦ୍ର ଭାଲୌଠ ଗାଁ ଥିଲା। ଭୂମିକମ୍ପର ତୀବ୍ରତା 3.6 ରେକର୍ଡ କରାଯାଇଛି ।

---------------

ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା


 rajesh pande