ସ୍ୱଚ୍ଛ ସର୍ବେକ୍ଷଣ- ଇନ୍ଦୋର, ସୁରଟ, ନଭି ମୁମ୍ବାଇକୁ ପ୍ରିମିୟର ସୁପର ସ୍ୱଚ୍ଛ ଲିଗରେ ସ୍ଥାନ,ଅହମଦାବାଦ, ଭୋପାଲ ଓ ଲକ୍ଷ୍ନୌ ନୂଆ ସ୍ୱଚ୍ଛ ସହର
ନୂଆଦିଲ୍ଲୀ, 17 ଜୁଲାଇ (ହି.ସ.)- ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଗୁରୁବାର ଦିଲ୍ଲୀର ବିଜ୍ଞାନ ଭବନରେ ଆୟୋଜିତ ନବମ ସ୍ୱଚ୍ଛ ସର୍ବେକ୍ଷଣ 2024-25 କାର୍ଯ୍ୟକ୍ରମରେ ସ୍ୱଚ୍ଛତା କ୍ଷେତ୍ରରେ ଉଲ୍ଲେଖନୀୟ ପ୍ରଦର୍ଶନ କରିଥିବା ଶ୍ରେଷ୍ଠ ସହରକୁ ସମ୍ମାନିତ କରିଛନ୍ତି। ଏଥିପାଇଁ ଏହି ବର୍ଷର
ସ୍ୱଚ୍ଛ ସର୍ବେକ୍ଷଣ- ଇନ୍ଦୋର, ସୁରଟ, ନଭି ମୁମ୍ବାଇକୁ ପ୍ରିମିୟର ସୁପର ସ୍ୱଚ୍ଛ ଲିଗରେ     ସ୍ଥାନ,ଅହମଦାବାଦ, ଭୋପାଲ ଓ ଲକ୍ଷ୍ନୌ ନୂଆ ସ୍ୱଚ୍ଛ ସହର


ନୂଆଦିଲ୍ଲୀ, 17 ଜୁଲାଇ (ହି.ସ.)- ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଗୁରୁବାର ଦିଲ୍ଲୀର ବିଜ୍ଞାନ ଭବନରେ ଆୟୋଜିତ

ନବମ ସ୍ୱଚ୍ଛ ସର୍ବେକ୍ଷଣ 2024-25 କାର୍ଯ୍ୟକ୍ରମରେ ସ୍ୱଚ୍ଛତା କ୍ଷେତ୍ରରେ

ଉଲ୍ଲେଖନୀୟ ପ୍ରଦର୍ଶନ କରିଥିବା ଶ୍ରେଷ୍ଠ ସହରକୁ ସମ୍ମାନିତ କରିଛନ୍ତି। ଏଥିପାଇଁ ଏହି ବର୍ଷର

ସର୍ବେକ୍ଷଣରେ ମୋଟ 43 ଟି ଜାତୀୟ ପୁରସ୍କାର ପ୍ରଦାନ କରାଯାଇଛି, ଯେଉଁଥିରେ 23 ଟି ‘ସୁପର ସ୍ୱଚ୍ଛ ଲିଗ୍’ ସହର, 34 ଟି ରାଜ୍ୟ କିମ୍ବା

କେନ୍ଦ୍ର ଶାସିତ ପ୍ରଦେଶର ନିର୍ଦ୍ଦିଷ୍ଟ ସହର, ଓ ବିଭିନ୍ନ ବିଶେଷ ଶ୍ରେଣୀରେ ଉତ୍କୃଷ୍ଟ ପ୍ରଦର୍ଶନ କରିଥିବା ନଗର

ନିଗମ ସାମିଲ ଥିଲେ। ଏହି ଅବସରରେ କେନ୍ଦ୍ରୀୟ ଆବାସ ଓ ସହରୀୟ କାର୍ଯ୍ୟ ମନ୍ତ୍ରୀ ମନୋହର ଲାଲ୍ ଓ

ରାଜ୍ୟମନ୍ତ୍ରୀ ତୋଖନ ସାହୁ ମଧ୍ୟ ଉପସ୍ଥିତ ଥିଲେ।

ଏହି ବର୍ଷର ସବୁଠାରୁ ବଡ଼ ଆକର୍ଷଣ ହେଉଛି ଇନ୍ଦୋର୍, ସୁରତ୍ ଓ ନଭି ମୁମ୍ବାଇର ‘ପ୍ରିମିୟର ସୁପର ସ୍ୱଚ୍ଛ ଲିଗ୍‌’ରେ ପ୍ରବେଶ କରିଛି । ଏହି ସହରଗୁଡିକ ଲଗାତାର ତିନି ବର୍ଷ ଧରି

ଉତ୍କୃଷ୍ଟ ପ୍ରଦର୍ଶନ କରି ଏହି ସ୍ଥାନ ଅର୍ଜନ କରିଛନ୍ତି। ସେହିପରି, ଅହମଦାବାଦ, ଭୋପାଳ ଓ ଲକ୍ଷ୍ନୌ ମଧ୍ୟ

ଶ୍ରେଷ୍ଠ ସ୍ୱଚ୍ଛ ସହର ମଧ୍ୟରେ ନିଜ ସ୍ଥାନ ସୁନିଶ୍ଚିତ କରି ସମଗ୍ର ଦେଶରେ ସ୍ୱଚ୍ଛତାର ନୂତନ

ମାନଦଣ୍ଡ ସ୍ଥାପନ କରିଛନ୍ତି। ଏହି ତିନି ସହରକୁ ସେମାନଙ୍କ ଜନସଂଖ୍ୟା ଶ୍ରେଣୀରେ ଉତ୍କୃଷ୍ଟ

ପ୍ରଦର୍ଶନ ପାଇଁ ପୁରସ୍କାର ପ୍ରଦାନ କରାଯାଇଛି।

---------------

ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା


 rajesh pande