ବାରଣାସୀ, 18 ଜୁଲାଇ (ହି.ସ.)- ଆଗଷ୍ଟ ମାସର ପ୍ରଥମ ସପ୍ତାହରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ତାଙ୍କର
ସଂସଦୀୟ କ୍ଷେତ୍ର ବାରାଣସୀକୁ ଆସିପାରନ୍ତି। ଗୁରୁବାର ସନ୍ଧ୍ୟାରେ ଦିନଦିନିଆ ବାରାଣସୀ ଗସ୍ତରେ
ଥିବା ଉତ୍ତର ପ୍ରଦେଶର ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ସର୍କିଟ ହାଉସରେ ଏକ ସମୀକ୍ଷା ବୈଠକ
ସମୟରେ ପ୍ରଧାନମନ୍ତ୍ରୀଙ୍କ ଗସ୍ତ ସଂପର୍କରେ ଅଧିକାରୀମାନଙ୍କୁ ସୂଚନା ଦେଇଛନ୍ତି। ସେ କହିଛନ୍ତି
ଯେ, ପ୍ରଧାନମନ୍ତ୍ରୀଙ୍କ ବାରାଣସୀ ଗସ୍ତ ସମ୍ଭାବନାକୁ ଦୃଷ୍ଟିରେ ରଖି,
ସହରରୁ
ଆରମ୍ଭ କରି ଗ୍ରାମୀଣ ଅଞ୍ଚଳ ପର୍ଯ୍ୟନ୍ତ ସଫାସୁତୁରା ଓ ସାଜସଜା କାମ ଏବେଠାରୁ ଆରମ୍ଭ କରନ୍ତୁ।
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ୫୧ତମଥର ପାଇଁ ତାଙ୍କ ସଂସଦୀୟ କ୍ଷେତ୍ରକୁ ଆସିବେ। ପିଏମ
ମୋଦି ପ୍ରାୟ ତିନି ମାସ ଅନ୍ତରାଳରେ ତାଙ୍କ ସଂସଦୀୟ କ୍ଷେତ୍ରକୁ ଥରେ ନିଶ୍ଚିତ ଭାବେ
ଆସିଥାନ୍ତି । ଏହା ପୂର୍ବରୁ ପିଏମ ଏପ୍ରିଲ 11ରେ ବାରଣାସୀ ଆସିଥିଲେ ।
---------------
ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା