ଆଜି ବିହାର ଓ ପଶ୍ଚିମବଙ୍ଗକୁ ଦେବେ 12ହଜାର କୋଟିରୁ ଅଧିକ ବିକାଶମୂଳକ ପ୍ରକଳ୍ପ ଭେଟି ଦେବେ ପିଏମ ମୋଦି
ନୂଆଦିଲ୍ଲୀ, 18 ଜୁଲାଇ (ହି.ସ.)- ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି (18 ଜୁଲାଇ) ବିହାର ଓ ପଶ୍ଚିମବଙ୍ଗର ଗସ୍ତରେ ରହିବେ, ସେଠାରେ ସେ 12,000 କୋଟି ଟଙ୍କାରୁ ଅଧିକ ମୂଲ୍ୟର ବିକାଶମୂଳକ ପ୍ରକଳ୍ପର ଶିଳାନ୍ୟାସ ଓ ଉଦଘାଟନ କରିବେ। ପ୍ରଧାନମନ୍ତ୍ରୀ କାର୍ଯ୍ୟାଳୟ ଗୁରୁବାର ଏକ ବୟ
PM  Narendra Modi(File Photo)


ନୂଆଦିଲ୍ଲୀ, 18 ଜୁଲାଇ (ହି.ସ.)- ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି (18 ଜୁଲାଇ)

ବିହାର ଓ ପଶ୍ଚିମବଙ୍ଗର ଗସ୍ତରେ ରହିବେ, ସେଠାରେ ସେ 12,000 କୋଟି ଟଙ୍କାରୁ ଅଧିକ ମୂଲ୍ୟର

ବିକାଶମୂଳକ ପ୍ରକଳ୍ପର ଶିଳାନ୍ୟାସ ଓ ଉଦଘାଟନ କରିବେ।

ପ୍ରଧାନମନ୍ତ୍ରୀ କାର୍ଯ୍ୟାଳୟ ଗୁରୁବାର ଏକ ବୟାନରେ କହିଛି ଯେ, ପ୍ରଧାନମନ୍ତ୍ରୀ ତାଙ୍କର ଗସ୍ତର

ଆରମ୍ଭ ବିହାରର ମୋତିହାରୀ ଜିଲ୍ଲାରୁ କରିବେ, ଯେଉଁଠାରେ ସେ 7,200 କୋଟି ଟଙ୍କାରୁ ଅଧିକ ମୂଲ୍ୟର ବହୁତ ପ୍ରକଳ୍ପର ଉଦଘାଟନ

ଓ ଶିଳାନ୍ୟାସ କରିବେ।ଏହି ପ୍ରକଳ୍ପଗୁଡିକରେ ରେଳ, ସଡ଼କ, ଗ୍ରାମୀଣ ବିକାଶ, ମାଛଚାଷ, ସୂଚନା ପ୍ରଯୁକ୍ତିବିଦ୍ୟା ଭଳି କ୍ଷେତ୍ରର ଯୋଜନାଗୁଡିକ ସାମିଲ ରହିଛି

ପ୍ରଧାନମନ୍ତ୍ରୀ ସମସ୍ତିପୁର-ବଛୱାଡା ରେଳଖାଣ୍ଡରେ ସ୍ୱୟଂଚାଳିତ ସିଗ୍ନାଲିଂ ପ୍ରଣାଳୀର ଲୋକାର୍ପଣ

କରିବେ,

ଯାହା ଟ୍ରେନ୍

ଚାଳନାକୁ ଅଧିକ କୁଶଳ କରିବ।ଏହା ସହିତ, ଦରଭଙ୍ଗା-ଥଳୱାଡା ଓ ସମସ୍ତିପୁର-ରାମଭଦ୍ରପୁର ରେଳ ଲାଇନର ଦୋହରିକରଣ ଦ୍ୱାରା ଚାଳନା କ୍ଷମତା

ବୃଦ୍ଧି ପାଇବ।ଦରଭଙ୍ଗା-ନରକଟିଆଗଞ୍ଜ ରେଳ ଲାଇନର ଦୋହରିକରଣ ପାଇଁ 4,000 କୋଟି ଟଙ୍କାରୁ ଅଧିକ ଖର୍ଚ୍ଚ ହେବ ।

---------------

ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା


 rajesh pande