ଜୟପୁର, ୨ ଜୁଲାଇ (ହି.ସ.) - ଜିଲ୍ଲା ଆଇନ ସେବା ପ୍ରାଧିକରଣ, ଜୟପୁର ଏବଂ ବିଭାଗୀୟ ବନ ଅଧିକାରୀଙ୍କ ମିଳିତ ଆନୁକୂଲ୍ୟରେ ବନ ମହୋତ୍ସବ ସପ୍ତାହ ଅବସରେ ଜିଲ୍ଲା ଜଜ୍ ତଥା ଅଧକ୍ଷ୍ୟ ଶ୍ରୀ ପ୍ରଦୀପ କୁମାର ମହନ୍ତଙ୍କ ତତ୍ୱାବଧାନରେ ସ୍ଥାନୀୟ ଜିଲ୍ଲା ମୁଖ୍ୟ ଚିକାତ୍ସାଳୟ ଜୟପୁର ପରିସରରେ ଆଜି ବୃକ୍ଷରୋପଣ ଅନୁଷ୍ଠିତ ହୋଇଯାଇଛି । ଏଥିରେ ଜିଲ୍ଲା ଜଜ୍ ତଥା ଅଧ୍ୟକ୍ଷ ଜିଲ୍ଲା ଆଇନ ସେବାପ୍ରାଧିକରଣ, ଜୟପୁର, ପ୍ରଥମେ ଆନୁଷ୍ଠାନିକ ଭାବରେ ଅନୁକୂଳ କରିଥିଲେ। ଜିଲ୍ଲା ଜଜ୍ ଙ୍କ ବ୍ୟତିତ୍ ବରିଷ୍ଠ ଦିୱନୀ ବିଚାରପତି ସୂୟଂପ୍ରକାଶ ଦାସ, ସଚିବ ଜିଲ୍ଲା ଆଇନସେବା ପ୍ରାଧିକରଣ, ପ୍ରଦ୍ୟାମୟୀ ସୁଜତା, ରେଜିଷ୍ଟ୍ରାର ସିଭିଲ କୋର୍ଟ ବିଷ୍ଣୁପ୍ରସାଦ ଦେବତା, ଏସ.ଡି.ଜେମ୍ ଶ୍ରୀ ସନ୍ତୋଷ ବାରିକ ପ୍ରଥମ ଶ୍ରେଣୀ ବିଚାର ବିଭାଗ ଦଣ୍ଡଧିକାରି ହରମୋହନ ଦାସ, ଦ୍ୱିତୀୟଶ୍ରେଣୀ ବିଚାର ବିଭାଗ ଦଣ୍ଡଧିକାରି କୁମାରୀ ପ୍ରଜ୍ଞା ସୁମନ ମହାପାତ୍ର, ଦୀକ୍ଷା ରାଉତରାଏ, ବିଭାଗୀୟ ବନ ଅଧିକାରୀ ଜୟପୁର ଶ୍ରୀ ପ୍ରତାପ ବେହେରା, ମୁଖ୍ୟ ଜିଲ୍ଲା ଚିକିତ୍ସା ଅଧିକାରୀ ରବିନ୍ଦ୍ର କୁମାର ମିଶ୍ର, ହସ୍ପିଟାଲ ପରିଚାଳକା ଶ୍ରୀମତୀ ରୁପସୀ ମ୍ୟାଡାମ ଏବଂ ଜିଲ୍ଲା ଆଇନ ସେବାପ୍ରାଧିକରଣ କର୍ମଚାରୀବୃନ୍ଦ, ବିଭାଗୀୟ ବନସଂରକ୍ଷଣ କର୍ମଚାରୀ ବୃନ୍ଦ, ମେ଼ଡିକାଲ କର୍ମଚାରୀବୃନ୍ଦ ଇତ୍ୟାଦି ଅଂଶ ଗ୍ରହଣ କରି ବିଭିନ୍ନ ପ୍ରକାର ବୃକ୍ଷରୋପଣ କରିଥିଲେ।
ହିନ୍ଦୁସ୍ଥାନ ସମାଚାର / ପିକେପି