ଜିଲ୍ଲା ବରିଷ୍ଠ ନାଗରିକ ମଂଚ ର କାର୍ଯ୍ୟକାରୀ କମିଟି ବୈଠକ
ବଲାଙ୍ଗୀର, ୦୨ ଜୁଲାଇ(ହି.ସ.) – ଜିଲ୍ଲା ବରିଷ୍ଠ ନାଗରିକ ମଂଚର କାର୍ଯ୍ୟକାରୀ କମିଟୀ ବୈଠକ ସ୍ଥାନୀୟ ଜେ.ଏସ୍‌.ଏମ୍ କଲେଜ ଠାରେ ଅନୁଷ୍ଠିତ ହୋଇଥିଲା। ପ୍ରଥମରେ ପୂର୍ବତନ ସଭାପତି ତଥା ମୁଖ୍ୟ ଉପଦେଷ୍ଟା ନାରାୟଣ ପାଢୀ ନବ ନିର୍ବାଚିତ କର୍ମକର୍ତାମାନଙ୍କୁ ସ୍ୱାଗତ କରିଥିଲେ। ଏଥିରେ ଅଧ୍ୟକ୍ଷତା କରିଥିଲେ ସ
ଜିଲ୍ଲା ବରିଷ୍ଠ ନାଗରିକ ମଂଚ ର କାର୍ଯ୍ୟକାରୀ କମିଟି ବୈଠକ


ବଲାଙ୍ଗୀର, ୦୨ ଜୁଲାଇ(ହି.ସ.) – ଜିଲ୍ଲା ବରିଷ୍ଠ ନାଗରିକ ମଂଚର କାର୍ଯ୍ୟକାରୀ କମିଟୀ ବୈଠକ ସ୍ଥାନୀୟ ଜେ.ଏସ୍‌.ଏମ୍ କଲେଜ ଠାରେ ଅନୁଷ୍ଠିତ ହୋଇଥିଲା। ପ୍ରଥମରେ ପୂର୍ବତନ ସଭାପତି ତଥା ମୁଖ୍ୟ ଉପଦେଷ୍ଟା ନାରାୟଣ ପାଢୀ ନବ ନିର୍ବାଚିତ କର୍ମକର୍ତାମାନଙ୍କୁ ସ୍ୱାଗତ କରିଥିଲେ। ଏଥିରେ ଅଧ୍ୟକ୍ଷତା କରିଥିଲେ ସଭାପତି ପ୍ରଭାକର ମିଶ୍ର। ସଂପାଦକୀୟ ବିବରଣୀ ପାଠ କରିଥିଲେ ପୂର୍ବତନ ସାଧାରଣ ତଥା ଉପ-ସଭାପତି ଅଶୋକ ଚାନ୍ଦ । ଗୃହରେ କାର୍ଯ୍ୟସୂଚୀ ଉପସ୍ଥାପନ କରିଥିଲେ ସାଧାରଣ ସଂପାଦକ କପିଳେଶ୍ୱର ଖମାରୀ ଓ ସମସ୍ତ ସଦସ୍ୟଙ୍କୁ ଆଲୋଚନାରେ ଅଂଶ ଗ୍ରହଣ କରିବା ପାଇଁ ଅନୁରୋଧ କରିଥିଲେ। ସର୍ବ ସମ୍ମତିକ୍ରମେ ଆଗାମୀ ଦିନରେ ଏକ ଘର କିମ୍ବା ଶାଖା ଯୋଗାଇ ଦେବାକୁ ସ୍ଥାନୀୟ ବିଧାୟକ ତଥା ନଗରପାଳଙ୍କୁ ଅନୁରୋଧ କରାଯିବ। ସ୍ୱାସ୍ଥ୍ୟ ପରୀକ୍ଷା ଶିବିର, ଚକ୍ଷୁ ପରୀକ୍ଷା ଶିବିର, ମହିଳାମାନଙ୍କର ସଦସ୍ୟତା ଗ୍ରହଣ କରାଯିବ, ବରିଷ୍ଠ ନାଗରିକମାନଙ୍କ ପାଇଁ ଭ୍ରମଣ କରିବା ସକାଶେ ସୁବିଧା କରାଯିବ। ବେସରକାରୀ ଡାକ୍ତରଖନା କିମ୍ବା ନସିଂହୋମମାନଙ୍କରେ ରିହାତି ସୁତ୍ରରେ ଚିକିତ୍ସା କରିବା ପାଇଁ ଅନୁରୋଧ କରାଯିବ। ଉପଦେଷ୍ଟା ପଦ୍ମଚରଣ ଆଚାର୍ଯ୍ୟ, ଧନଞ୍ଜୟ ମିଶ୍ର, ଦୁର୍ଗା ପ୍ରସାଦ ହୋତା ଓ ଏଡ୍‌ଭୋକେଟ ଅଶୋକ କୁମାର ମିଶ୍ର, ଉପ-ସଭାପତି ହରେକୃଷ୍ଣ ମେହେର ଓ ଅଶୋକ ଚାନ୍ଦ। ଯୁଗ୍ମ ସଂପାଦକ ଗୌର ଚନ୍ଦ୍ର ପୁରୋହିତ ଓ ପୂର୍ଣ୍ଣଚନ୍ଦ୍ର ମେହେର, ସଂଗଠନ ସଂପାଦକ ବିନୟ କୁମାର ମିଶ୍ରର, କୋଷାଧ୍ୟକ୍ଷ ଚୁଡେନ୍ଦ୍ର କୁମାର ବେହେରା, କାର୍ଯ୍ୟକାରୀ ସଭ୍ୟ ବିପିନ ବିହାରୀ ପୁରୋହିତ, ପ୍ରମୋଦ କୁମାର ମିଶ୍ର, ଦୟାସାଗର ପଟେଲ, ନବୀନ କୁମାର ନନ୍ଦ, ପ୍ରମୋଦ କୁମାର ଗୁରୁ ଓ ସୁରେନ୍ଦ୍ର ନେଗୀ, ଗୋଷ୍ଠୀ ସଂଗଠକ ପ୍ରଦ୍ୟୁମ୍ନ ଗଡତ୍ୟା, ମଥାମଣି ପଣ୍ଡା, ପ୍ରଦୀପ ଶତପଥୀ, ଗଣେଷ ଚନ୍ଦ୍ର ପାଢୀ, ବ୍ରଜ କିଶୋର ପଣ୍ଡା, ତ୍ରିଲୋଚନ ଦାସ, କୃଷ୍ଣଚନ୍ଦ୍ର ନାଥ ଓ ବିଜୟ କୁମାର ବାଗ ଆଲୋଚନାରେ ଅଂଶଗ୍ରହଣ ତଥା ସହଯୋଗ କରିଥିଲେ। ଶେଷରେ ଅତିରିକ୍ତ ସାଧାରଣ ସଂପାଦକ ସୁନିଳ ଚନ୍ଦ୍ର ବିସ୍ୱାଳ ଧନ୍ୟବାଦ ଅର୍ପଣ କରିଥିଲେ।

ହିନ୍ଦୁସ୍ଥାନ ସମାଚାର/ଗୋପବନ୍ଧୁ/ବୀଣାପାଣି

.......................................

ହିନ୍ଦୁସ୍ଥାନ ସମାଚାର / ଗୋପବନ୍ଧୁ


 rajesh pande