୧ ଜୁଲାଇରୁ ୩୦ ସପ୍ଚେମ୍ବର ୨୦୨୫ ପର୍ଯ୍ୟନ୍ତ ସମସ୍ତ ଜିଲ୍ଲାର ଗ୍ରାମ ପଞ୍ଚାୟତ ଏବଂ ପୌରସଂସ୍ଥା ସ୍ତରରେ ଆର୍ଥିକ ଅନ୍ତର୍ଭୁକ୍ତିକରଣ ଯୋଜନାଗୁଡ଼ିକର ପରିପୂର୍ଣ୍ଣତା ପାଇଁ ୩ ମାସିଆ ଅଭିଯାନ ଆରମ୍ଭ କରିଛି ଆର୍ଥିକ ସେବା ବିଭାଗ
ନୂଆଦିଲ୍ଲୀ, 02 ଜୁଲାଇ (ହି.ସ.) ଆର୍ଥିକ ସେବା ବିଭାଗ ପକ୍ଷରୁ ଆର୍ଥିକ ଅନ୍ତର୍ଭୁକ୍ତୀକରଣ ଯୋଜନାଗୁଡ଼ିକର ପରିପୂର୍ଣ୍ଣତା ପାଇଁ ଗ୍ରାମ ପଞ୍ଚାୟତ ଏବଂ ପୌରସଂସ୍ଥା ସ୍ତରରେ ଏକ ଦେଶବ୍ୟାପୀ ଅଭିଯାନ ଆରମ୍ଭ କରାଯାଇଛି । ଦେଶର ୩୩ଟି ସ୍ଥାନରେ କାର୍ଯ୍ୟକ୍ରମ ଆୟୋଜନ କରାଯାଇଥିଲା। ଏହି କାର୍ଯ୍ୟକ୍ରମରେ ଜନପ
୧ ଜୁଲାଇରୁ ୩୦ ସପ୍ଚେମ୍ବର ୨୦୨୫ ପର୍ଯ୍ୟନ୍ତ ସମସ୍ତ ଜିଲ୍ଲାର ଗ୍ରାମ ପଞ୍ଚାୟତ ଏବଂ ପୌରସଂସ୍ଥା ସ୍ତରରେ ଆର୍ଥିକ ଅନ୍ତର୍ଭୁକ୍ତିକରଣ ଯୋଜନାଗୁଡ଼ିକର ପରିପୂର୍ଣ୍ଣତା ପାଇଁ ୩ ମାସିଆ ଅଭିଯାନ ଆରମ୍ଭ କରିଛି ଆର୍ଥିକ ସେବା ବିଭାଗ


ନୂଆଦିଲ୍ଲୀ, 02 ଜୁଲାଇ (ହି.ସ.)

ଆର୍ଥିକ ସେବା ବିଭାଗ ପକ୍ଷରୁ ଆର୍ଥିକ ଅନ୍ତର୍ଭୁକ୍ତୀକରଣ ଯୋଜନାଗୁଡ଼ିକର ପରିପୂର୍ଣ୍ଣତା ପାଇଁ ଗ୍ରାମ ପଞ୍ଚାୟତ ଏବଂ ପୌରସଂସ୍ଥା ସ୍ତରରେ ଏକ ଦେଶବ୍ୟାପୀ ଅଭିଯାନ ଆରମ୍ଭ କରାଯାଇଛି । ଦେଶର ୩୩ଟି ସ୍ଥାନରେ କାର୍ଯ୍ୟକ୍ରମ ଆୟୋଜନ କରାଯାଇଥିଲା। ଏହି କାର୍ଯ୍ୟକ୍ରମରେ ଜନପ୍ରତିନିଧି, ରାଜ୍ୟ ସରକାରୀ ଅଧିକାରୀ, ଏସଏଲବିସି ସଂଯୋଜକ, ବ୍ୟାଙ୍କର ଏବଂ ହିତାଧିକାରୀମାନେ ଯୋଗ ଦେଇଥିଲେ। ଗୁଜରାଟରେ, ମୁଖ୍ୟମନ୍ତ୍ରୀ ଭର୍ଚୁଆଲ୍ ଭାବରେ ଏହି କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିଥିଲେ।

ଏହି ଅଭିଯାନ ୦୧.୦୭.୨୦୨୫ ରୁ ୩୦.୦୯.୨୦୨୫ (୩ ମାସ) ପର୍ଯ୍ୟନ୍ତ ଚାଲିବ, ଯାହା ଦେଶର ସମସ୍ତ ୨.୭୦ ଲକ୍ଷ ଗ୍ରାମ ପଞ୍ଚାୟତ ଏବଂ ପୌରସଂସ୍ଥାଗୁଡ଼ିକୁ ଅନ୍ତର୍ଭୁକ୍ତ କରିବ। ଏହି ଅଭିଯାନରେ ଏହି ସମୟ ମଧ୍ୟରେ ନିମ୍ନଲିଖିତ କାର୍ଯ୍ୟକଳାପ ଅନ୍ତର୍ଭୁକ୍ତ ହେବ:

କ) ସମସ୍ତ ସଞ୍ଚୟ ବ୍ୟାଙ୍କ ଖାତାଧାରୀଙ୍କ ପାଇଁ ପୁନଃ କେୱାଇସି (ଯେଉଁଠାରେ ବାକି ରହିଛି)

ଖ) ପିଏମଜେଡିୱାଇ ଅଧୀନରେ ବ୍ୟାଙ୍କିଙ୍ଗ ସେବାରୁ ବଞ୍ଚିତ ବୟସ୍କଙ୍କ ପାଇଁ ବ୍ୟାଙ୍କ ଖାତା ଖୋଲିବା ।

ଗ) ପ୍ରଧାନମନ୍ତ୍ରୀ ଜୀବନ ଜ୍ୟୋତି ବୀମା ଯୋଜନା (ପିଏମଜେଜେବିୱାଇ), ପ୍ରଧାନମନ୍ତ୍ରୀ ସୁରକ୍ଷା ବୀମା ଯୋଜନା (ପିଏମଏସବିୱାଇ) ଏବଂ ଅଟଳ ପେନସନ ଯୋଜନା (ଏପିୱାଇ) ରେ ପଂଜୀକରଣ ।

ଘ) ଡିଜିଟାଲ ଠକେଇର ନିବାରଣ, ଦାବି କରାଯାଇନଥିବା ଜମାରାଶି ପ୍ରାପ୍ତିର ଉପାୟ ଏବଂ ଅଭିଯୋଗ ନିରାକରଣ ଉପରେ ସଚେତନତା କାର୍ଯ୍ୟକ୍ରମ ।

ଙ) ଖାତାଗୁଡ଼ିକରେ ନାମାଙ୍କନ ଅପଡେଟ୍ କରିବାର ସୁବିଧା (ଯେଉଁଠାରେ ବାକି ରହିଛି) ।

ପରିପୂର୍ଣ୍ଣତା ଅଭିଯାନର ପ୍ରଥମ ଦିନରେ ଦେଶବ୍ୟାପୀ ୨୦୮୭ଟି ଗ୍ରାମ ପଞ୍ଚାୟତରେ ଶିବିର ଆୟୋଜିତ ହୋଇଥିଲା। ଦେଶବ୍ୟାପୀ ହିତାଧିକାରୀମାନଙ୍କଠାରୁ ଶିବିରଗୁଡ଼ିକୁ ଭଲ ପ୍ରତିକ୍ରିୟା ମିଳିଥିଲା।

---------------

ହିନ୍ଦୁସ୍ଥାନ ସମାଚାର / ଅନିଲ


 rajesh pande