ଭୁବନେଶ୍ୱର, 02 ଜୁଲାଇ (ହି.ସ.) ବିରୋଧୀ ଦଳର ନେତା ନବୀନ ପଟ୍ଟନାୟକ କେମିକାଲ୍ ଫ୍ୟାକଟ୍ରିରେ ଘଟିଥିବା ଅଘଟଣରେ ୪ ଜଣ ଓଡ଼ିଆ ପ୍ରାଣ ହରାଇଥିବା ନେଇ ଗଭୀର ଦୁଃଖ ପ୍ରକାଶ କରିଛନ୍ତି ।
ସେ ସୋସିଆଲ ମିଡିଆରେ ଲେଖିଛନ୍ତି, ତେଲେଙ୍ଗାନାର ଏକ କେମିକାଲ୍ ଫ୍ୟାକଟ୍ରିରେ ଘଟିଥିବା ଅଘଟଣରେ ୪ ଜଣ ଓଡ଼ିଆ ପ୍ରାଣ ହରାଇଥିବା ବିଷୟରେ ଜାଣି ମୁଁ ଦୁଃଖିତ। ସମସ୍ତଙ୍କ ଅମର ଆତ୍ମାର ସଦଗତି କାମନା କରିବା ସହ ଆହତମାନଙ୍କର ଆଶୁଆରୋଗ୍ୟ କାମନା କରୁଛି। ଏପରି ଦୁଃଖଦ ସମୟକୁ ସାମ୍ନା କରିବା ପାଇଁ ମହାପ୍ରଭୁ ପରିବାରବର୍ଗଙ୍କୁ ଅସୀମ ଧୈର୍ଯ୍ୟ ଦିଅନ୍ତୁ।
---------------
ହିନ୍ଦୁସ୍ଥାନ ସମାଚାର / ସମନ୍ୱୟ