ପୋକରା ଚାଉଳକୁ ବିରୋଧ କରିବାରୁ ସ୍ୱୟଂସହାୟିକା ଗୋଷ୍ଠୀ ସମ୍ପାଦିକାଙ୍କ ତୁମୁଳକାଣ୍ଡ
ଭଦ୍ରକ, ୨ ଜୁଲାଇ (ହି.ସ.) - ଭଦ୍ରକ ଜିଲା ଭଣ୍ଡାରିପୋଖରୀ ସରକାରୀ ଉଚ୍ଚ ବିଦ୍ୟାଳୟରେ ୨୨୯ ଜଣ ଛାତ୍ରଛାତ୍ରୀଙ୍କୁ ପୋକରା ଓ ନଷ୍ଟ ହୋଇଯାଇଥିବା ଚାଉଳକୁ ରାନ୍ଧିବାବେଳେ ପ୍ରଧାନଶିକ୍ଷକ ରତିକାନ୍ତ ବେହେରା ପହଂଚି ଚାଉଳକୁ ନରାନ୍ଧିବା ପାଇଁ ତାଗିଦ୍ କରିଥିଲେ । ପରେ ପରେ ସେ ଭଣ୍ଡାରିପୋଖରୀ ଗୋଷ୍ଠୀ ଶିକ୍ଷା
POKORA CHAULA KU BIRODH


ଭଦ୍ରକ, ୨ ଜୁଲାଇ (ହି.ସ.) - ଭଦ୍ରକ ଜିଲା ଭଣ୍ଡାରିପୋଖରୀ ସରକାରୀ ଉଚ୍ଚ ବିଦ୍ୟାଳୟରେ ୨୨୯ ଜଣ ଛାତ୍ରଛାତ୍ରୀଙ୍କୁ ପୋକରା ଓ ନଷ୍ଟ ହୋଇଯାଇଥିବା ଚାଉଳକୁ ରାନ୍ଧିବାବେଳେ ପ୍ରଧାନଶିକ୍ଷକ ରତିକାନ୍ତ ବେହେରା ପହଂଚି ଚାଉଳକୁ ନରାନ୍ଧିବା ପାଇଁ ତାଗିଦ୍ କରିଥିଲେ । ପରେ ପରେ ସେ ଭଣ୍ଡାରିପୋଖରୀ ଗୋଷ୍ଠୀ ଶିକ୍ଷାଧିକାରୀ ଅଧର କୁମାର ତରାଇ ଏବଂ ଅତିରିକ୍ତ ଗୋଷ୍ଠୀ ଶିକ୍ଷାଧିକାରୀ ମଞ୍ଜୁଳା ନାୟକଙ୍କୁ ଫୋନ୍‌ରେ ଜଣାଇଥିଲେ । ଏହାପରେ ବିଦ୍ୟାଳୟ ପରିଚାଳନା କମିଟିର ସଭାପତି ରଞ୍ଜନ କୁମାର ବିଶ୍ୱାଳ, ସଭ୍ୟ ଓ ଅଭିଭାବକମାନେ ଉପସ୍ଥିତ ହୋଇ ଏପରି ଚାଉଳକୁ ରାନ୍ଧିବା କୋମଳମତି ଶିଶୁମାନଙ୍କ ପାଇଁ ବିପଦ୍‌ଜନକ ହୋଇଥିବାରୁ ଏହାକୁ ତୀବ୍ର ବିରୋଧ କରିଥିଲେ । ମା’ ମନୀଷାଦେବୀ ସ୍ୱୟଂସହାୟିକା ଗୋଷ୍ଠୀର ସମ୍ପାଦିକା ନମିତା ଭାରତୀ ଦୁଇଜଣ ଅତିରିକ୍ତ ଗୋଷ୍ଠୀ ଶିକ୍ଷାଧାରୀଙ୍କୁ ଓଲଟା ଏହି ଚାଉଳ କାହିଁକି ରାନ୍ଧିବେ ନାହିଁ ବୋଲି ପ୍ରଶ୍ନ କରିଥିଲେ । ଅତିରିକ୍ତ ଗୋଷ୍ଠୀ ଶିକ୍ଷାଧିକାରୀ, ବିଦ୍ୟାଳୟ ପରିଚାଳନା କମିଟିର ସଭାପତିଙ୍କ ପରାମର୍ଶକୁ ନମାନି ପ୍ରଧାନଶିକ୍ଷକଙ୍କ କାର୍ଯ୍ୟାଳୟକୁ ପଶିଆସି ପାଟିତୁଣ୍ଡ କରିଥିଲେ ଏବଂ ସେହି ଚାଉଳକୁ ରାନ୍ଧିବା ପାଇଁ ଜିଦ୍ ଧରିଥିଲେ । ପରେ ସମସ୍ତେ ବିରୋଧ କରିବାରୁ ଏହାକୁ ବଦଳାଇ ନୂତନ ହୋଇ ଆସିଥିବା ଚାଉଳକୁ ଆଣି ରାନ୍ଧିବା ପାଇଁ ଦେଇଥିଲେ । ପ୍ରକାଶଥାଉକି, କେନ୍ଦ୍ର ସରକାର ଏବଂ ରାଜ୍ୟ ସରକାର ମଧ୍ୟାହ୍ନ ଭୋଜନ ଉପରେ ଗୁରୁତ୍ୱ ଦେଇ ଗୁଣାତ୍ମକ ଖାଦ୍ୟ ଦେବାପାଇଁ ନିର୍ଦ୍ଦେଶ ଥିବାବେଳେ ଏବଂ ଏଭଳି ନଷ୍ଟ ଓ ନିମ୍ନମାନର ଚାଉଳକୁ ନଦେବା ପାଇଁ ସରକାରଙ୍କ ତରଫରୁ ବାରମ୍ବାର ଚିଠି ହୋଇଥିଲେ ମଧ୍ୟ ମା’ ମନୀଷାଦେବୀ ସ୍ୱୟଂସହାୟିକା ଗୋଷ୍ଠୀର ସମ୍ପାଦିକା ସରକାରଙ୍କ ଏହି ନିର୍ଦ୍ଦେଶ ଓ ଉଦ୍ଦେଶ୍ୟକୁ ଖୋଲାଖୋଲି ଉଲ୍ଲଘନ କରିବାର ଏହା ଏକ ଚରମ ନିଦର୍ଶନ ବୋଲି ମନେ ହୁଏ । ସଂପାଦିକାଙ୍କ ଏତାଦୃଶ ବ୍ୟବହାର ଓ ମନୋବୃତିରେ ଅଭିଭାବକ, ବିଦ୍ୟାଳୟ ପରିଚାଳନା କମିଟିର ସଭ୍ୟସଭ୍ୟା, ଛାତ୍ରଛାତ୍ରୀ ଏବଂ ନିକଟସ୍ଥ ଜନସାଧାରଣଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ସୃଷ୍ଟି ହୋଇଛି।ହିନ୍ଦୁସ୍ଥାନ ସମାଚାର/ପ୍ରମୋଦ/ଭାନୁ

ହିନ୍ଦୁସ୍ଥାନ ସମାଚାର / ପ୍ରମୋଦ କୁମାର ରାୟ


 rajesh pande