ମୁମ୍ବାଇ, 2 ଜୁଲାଇ (ହି.ସ.)
-ଫିଲ୍ମ 'ରହନା ହେତେରେ ଦିଲ୍ ମେଁ'
ରେ
ତାଙ୍କର ରୋମାଣ୍ଟିକ୍ ଚରିତ୍ର ଦ୍ୱାରା ଦର୍ଶକମାନଙ୍କ ହୃଦୟରେ ବିଶେଷ ସ୍ଥାନ ତିଆରି କରିଥିବା
ଅଭିନେତା ଆର. ମାଧବନ ସମୟ ସହିତ ତାଙ୍କର ଅଭିନୟରେ ବିବିଧତା ଆଣି ନିଜକୁ ସାବ୍ୟସ୍ତ କରିଦେଖାଇଛନ୍ତି
। ଏବେ ସେ ପୁଣିଥରେ ଫିଲ୍ମ 'ଆପ୍ ଜେସା କୋଇ'
ମାଧ୍ୟମରେ
ରୋମାନ୍ସର ଜଗତକୁ ଫେରିବାକୁ ଯାଉଛନ୍ତି, ଯେଉଁଥିରେ ତାଙ୍କ ସହ ଅଭିନେତ୍ରୀ ଫାତିମା
ସନା ଶେଖଙ୍କ ସହ ନଜର ଆସିବେ । ନିକଟରେ ମାଧବନ ଏହି ଫିଲ୍ମ ସମ୍ପର୍କରେ 'ହିନ୍ଦୁସ୍ଥାନ ସମାଚାର'
ସହ
ବିଶେଷ ଆଲୋଚନା କରିଥିଲେ। ଏହି ସାକ୍ଷାତକାରର କିଛି ଖାସ ଅଂଶ ।
ପ୍ରଶ୍ନ- ଆପଣଙ୍କ ପାଇଁ ଫିଲ୍ମରେ ରୋମାନ୍ସର ପରିଭାଷା ଓ ଏଥିରେ ତରିକା କେତେ ବଦଳିଛି ?
ହଁ, ନିଶ୍ଚୟ ଭାବେ, 'ଆପ୍ ଜେସା କୋଇ'
ମୋ
ପାଇଁ କେତେକ ଦିଗରୁ ବହୁତ ଚ୍ୟାଲେଞ୍ଜିଙ୍ଗ୍ ଫିଲ୍ମ ରହିଛି। ମୁଁ ମୋର କ୍ୟାରିୟରର ଆରମ୍ଭ
କରିଥିଲି 'ରହନା ହେତେରେ ଦିଲ୍ ମେଁ' ଭଳି ଏକ ରୋମାଣ୍ଟିକ୍ ଚରିତ୍ର ସହିତ,
ଏବଂ
ବର୍ତ୍ତମାନ ଏପର୍ଯ୍ୟନ୍ତ ଯାତ୍ରା କରିଛି। ସେ ସମୟରେ ରୋମାନ୍ସ କରିବା ଧାରଣା ଏକଦମ ଭିନ୍ନ
ଥିଲା। ସେତେବେଳେ କିଛି ଡେଟିଂ ଆପ୍ ନଥିଲା, କି ଏତେ ଖୋଲାପଣ ନଥିଲା । ଯଦି କୌଣସି
ଝିଅ ସହ କଥା ହେବାର ଥିଲା, ତେବେ ସବୁବେଳେ ତାର ପିଛା କରି ନିଜ ଭାବନାକୁ ବ୍ୟକ୍ତ କରିବାକୁ
ପଡୁଥିଲା, ଯାହା ଆଜିର ଦିନରେ ସଂପୂର୍ଣ୍ଣ ଭାବେ ଅସ୍ୱୀକାର୍ଯ୍ୟ। ସମୟ ସହିତ
ଚିନ୍ତାଧାରା ଏବଂ ବ୍ୟବହାର ବଦଳିଛି, ଏବଂ ମୋତେ ମଧ୍ୟ ନିଜକୁ ଲାଗାତାର
ବଦଳାଇବାକୁ ପଡିଛି। ଏହି ଫିଲ୍ମରେ ମୋ ପାଇଁ ସବୁଠାରୁ ବଡ଼ ଚ୍ୟାଲେଞ୍ଜ ଏହା ଯେ–
ଯେମିତିକି
ମୋର ଚରିତ୍ର ଏମିତି ଲାଗିବା ଉଚିତ୍ ଯେ, ମୋର ବୟସ ସହ ମୋର କୋ-ଷ୍ଟାରଙ୍କ ମଧ୍ୟରେ
ଏକ ଭଲ କେମିଷ୍ଟ୍ରି ଦେଖିବାକୁ ମିଳିବ। ସତ କହିବି, ମୁଁ ବହୁତ ନର୍ଭସ୍ ଥିଲି —
ମୁଁ
ସ୍କ୍ରିନ୍ରେ ଭଲ ଲାଗିବି କି ନାହିଁ?, ଆମ ଯୋଡ଼ି ଜମିବ କି ନାହିଁ
? — ଏଭଳି ଅନେକ ପ୍ରଶ୍ନ ମନରେ ଥିଲା। କିନ୍ତୁ ଏହି ଚିନ୍ତା ମଧ୍ୟରେ ଏକ
ନୂଆ ରୋମାଞ୍ଚ ମଧ୍ୟ ଥିଲା।
ପ୍ରଶ୍ନ- ଲିଡ କାଷ୍ଟର ବୟସ ଅଧିକ ବ୍ୟବଧାନ ହେବା କେତେ ଦୂର ଠିକ୍ ?
ମୁଁ ନିଜେ ମୋର ପରିବାରରେ ଏମିତି କେତେକ ଉଦାହରଣ ଦେଖିଛି ଯେଉଁଠି ପତି-ପତ୍ନୀଙ୍କ ମଧ୍ୟରେ 15 ରୁ 20 ବର୍ଷ ପର୍ଯ୍ୟନ୍ତର ବୟସର
ତଫାତ ରହିଛି, କିନ୍ତୁ ସେମାନଙ୍କର ସମ୍ପର୍କରେ କେବେ ବି କୌଣସି ଅଭାବ ଦେଖିବାକୁ
ମିଳିନି। ସେମାନେ ଦୁହେଁ ପରସ୍ପର ସହିତ ଖୁସିରେ ରହନ୍ତି ଏବଂ ଶେଷରେ ଏହାହିଁ ସବୁଠାରୁ ଜରୁରୀ କଥା
ଅଟେ ।
ଫିଲ୍ମ ବିଷୟରେ କହିବାକୁ ଗଲେ, ଆଜିର ସମୟରେ ଅନେକ କଳାକାର ତାଙ୍କଠାରୁ
ବହୁତ କମ୍ ବୟସର ଅଭିନେତ୍ରୀମାନଙ୍କ ସହିତ କାମ କରୁଛନ୍ତି। ଯେପର୍ଯ୍ୟନ୍ତ ପର୍ଦ୍ଦାରେ ସେମାନଙ୍କ
ମଧ୍ୟରେ ଏକ ଦମଦାର କେମିଷ୍ଟ୍ରି ଥାଏ ଏବଂ କାମ ଭଲ ହୁଏ, ସେପର୍ଯ୍ୟନ୍ତ ଦର୍ଶକମାନେ
ମଧ୍ୟ ଏହାକୁ ସ୍ବୀକାର କରନ୍ତି। ବୟସ ଠାରୁ ଅଧିକ ମହତ୍ତ୍ୱପୂର୍ଣ୍ଣ ହେଉଛି ଏହି ଯେ,
ଆପଣ
ଆପଣଙ୍କ ଚରିତ୍ରକୁ କେତେ ସଚ୍ଚୋଟତା ସହିତ ନିଭାନ୍ତି।
ପ୍ରଶ୍ନ-ସିନେମାକୁ ନେଇ ଆପଣଙ୍କ ହିସାବରେ ଆପଣ କଣ କହିବାକୁ ଚାହିଁବେ ?
ରାଜକୁମାର ହିରାନୀ ଭଳି ଚଳଚ୍ଚିତ୍ର ନିର୍ଦେଶକ ବାସ୍ତବରେ ସିନେମା ଜଗତର ଜଣେ ମହାରଥୀ। ମୁଁ ନିଜକୁ ସେମାନଙ୍କ ସହିତ ତୁଳନା କରିବା କଥା କେବେ ବି ଚିନ୍ତା
କରିନି। ସତ କହିବାକୁ ଗଲେ, ମୁଁ କେବେ ବି ସିନେମାର ଭକ୍ତ ନୁହେଁ। ମୋ
ଏହି ଫିଲ୍ମର ନିର୍ଦେଶକ ବିବେକ ସୋନୀଙ୍କ ଭଳି ଲୋକେ ବାସ୍ତବରେ ସିନେମା ପ୍ରେମୀ —
ସେମାନେ
ସିନେମାକୁ ଏଭଳି ଭାବେ ଭଗବାନ ଭାବନ୍ତି, ଯେପରି ସେମାନେ ତାଙ୍କର ଉପାସନା କରନ୍ତି।
କିନ୍ତୁ ମୋ ଘଟଣା ଏକଦମ ଅଲଗା ଥିଲା। ମୋତେ ସିନେମା ବିଷୟରେ ବହୁତ ଜ୍ଞାନ ନଥିଲା,
କି ତାହାପାଇଁ
କୌଣସି ବିଶେଷ ଆକର୍ଷଣ ନଥିଲା। ମୁଁ କେବେ ଚିନ୍ତା କରିନଥିଲି ଯେ ମୁଁ ଜଣେ ଅଭିନେତା ହେବି,
ଏବଂ
ଏହା ପାଇଁ କେବେ ଆଗ୍ରହ ବି ନଥିଲା। ଏହା ସବୁ କିଛି ଏକ ଦୁର୍ଘଟଣାବଶତଃ ଘଟିଗଲା। ବସ୍ତବରେ,
ମୁଁ
ଟିଭିରେ କାମ କରିବା ଆରମ୍ଭ କଲି କେବଳ ଏହି ଭାବେ ଯେ — ଦିନକୁ ତିନି ହଜାର ଟଙ୍କା
ମିଳିବ, ଠିକ୍ ଅଛି, କରି ଦେବା। ସେ ସମୟରେ ଅନେକ ଲୋକ ଫିଲ୍ମ
ଇଣ୍ଡଷ୍ଟ୍ରିକୁ ଆସିବାକୁ ପାଗଳ ଥିଲେ, କିନ୍ତୁ ମୋ ମନ ଭିତରେ କେବେ ତେମିତି
କୌଣସି ଆତୁରତା ନଥିଲା। ସମ୍ଭବତଃ ଏହି ସହଜତା ଥିଲା ଯାହା ପରେ ଦର୍ଶକମାନେ ମୋତେ ଗ୍ରହଣ କରିବା
ଆରମ୍ଭ କଲେ ଏବଂ ଧୀରେ ଧୀରେ ମୋତେ ଭଲ ଭଲ ଭୂମିକା ମିଳିବା ଲାଗିଲା।
ପ୍ରଶ୍ନ- ଆପଣ ଆପଣଙ୍କ କ୍ୟାରିୟରରେ ବହୁତ ବଛାବଛା ଫିଲ୍ମ କରିଛନ୍ତି, ଏହା ପଛର କାରଣ ?
ମୁଁ ପୂର୍ବରୁ ଭାବୁଥିଲି ଯେ ମୋର ସବୁଠାରୁ ବଡ଼ ଫ୍ୟାନ ଫଲୋର୍ସ ମହିଳାମାନଙ୍କ ମଧ୍ୟରେ
ଅଛି, କିନ୍ତୁ ଗୋଟିଏ ଦିନ ଯେତେବେଳେ ମୁଁ ଇନ୍ଷ୍ଟାଗ୍ରାମ ଓ ଟ୍ୱିଟର
ଏନାଲିଟିକ୍ସ ଦେଖିଲି, ତେବେ ଆଶ୍ଚର୍ଯ୍ୟ ହୋଇଗଲି। ବାସ୍ତବରେ
ମୋର ପ୍ରାୟ 75% ଫ୍ୟାନ ହେଉଛନ୍ତି 18 ରୁ 40 ବର୍ଷ ଥିବା ପୁରୁଷ। ବାକି ଥିବା ଅଂଶ ମହିଳାମାନେ।
ମୁଁ 30 ବର୍ଷ ବୟସରେ ଫିଲ୍ମ ଇଣ୍ଡଷ୍ଟ୍ରିରେ ପ୍ରବେଶ କରିଥିଲି,
ଏବଂ
ଯେତେବେଳେ ରହନା ହେତେରେ ଦିଲ୍ ମେ ଫିଲ୍ମରେ
ରୋମାଣ୍ଟିକ୍ ହିରୋ ହୋଇଥିଲି ସେତେବେଳେ ମୋର ବୟସ 32 ବର୍ଷ ଥିଲା। ସେ ଗୋଟିଏ ସମୟ ଥିଲା
ଯେଉଁବେଳେ ମୋତେ ଲାଗିଲା, ଯଦି ମୁଁ ଏଭଳି ରୋମାଣ୍ଟିକ୍ ଫିଲ୍ମ ହିଁ
କରିଥାଏ, ତେବେ ଆସନ୍ତା କିଛି ବର୍ଷ ମଧ୍ୟରେ ଲୋକେ ମୋତେ କେବଳ ଜଣେ ‘ମନଚଳା’
ପ୍ରେମିକ
ବୋଲି ଭାବିବେ।
ମୋର ଆରମ୍ଭିକ ତିନିଟି ଫିଲ୍ମ ବଡ଼ ବଡ଼ ଡାଇରେକ୍ଟରମାନଙ୍କ ସହିତ
ଥିଲା, ଯାହା ଦ୍ୱାରା ଅନ୍ୟ ନିର୍ଦ୍ଦେଶକମାନେ ଏହି ଭ୍ରମରେ ପଡ଼ିଗଲେ ଯେ ମୁଁ
କେବଳ ସେମାନଙ୍କ ସହିତ ହିଁ କାମ କରେ, କିମ୍ବା ମୋତେ ସିନେମା ସମ୍ବନ୍ଧରେ ଗଭୀର
ବୁଝାମଣି ଅଛି। ଏହି କାରଣରୁ ଅନେକ ଫିଲ୍ମ ମୋ ପାଖକୁ ଆସି ନାହିଁ। ଧୀରେ ଧୀରେ ମୁଁ ଅନୁଭବ
କରିଲି ଯେ ମୁଁ ଏକହିଁ ପ୍ରକାରର ଫିଲ୍ମ କରୁଛି। ମୁଁ ନିଜକୁ ପଚାରିଲି - ମୁଁ ଶେଷରେ କରୁଛି କଣ?
ମୁଁ
ଗୋଟିଏ ଗୋଲ୍ଡ ମେଡାଲିଷ୍ଟ, ଗୋଟିଏ ପବ୍ଲିକ୍ ସ୍ପିକର,
ମୋ
ପାଖରେ ଅନେକ କିଛି ଅଛି, କିନ୍ତୁ ମୋର ଫିଲ୍ମଗୁଡ଼ିକୁ ଦେଖିଲେ ସେସବୁ
କିଛି ଦେଖାଯାଉ ନାହିଁ।
ତେଣୁ ମୁଁ ବ୍ରେକ ନେଲି, ନିଜକୁ ପୁନଃ ବୁଝିଲି ଓ ବାସ୍ତବ ମନୁଷ୍ୟ
ଭାବେ ପୁଣି ଫେରିଲି। ଏହି ଯାତ୍ରାରେ ମୁଁ ବିଶେଷଭାବେ ଡାଇରେକ୍ଟର ବିବେକ ସୋନିଙ୍କୁ ଧନ୍ୟବାଦ
ଜଣାଏ, ଯେଉଁମାନେ ମୋତେ ବୁଝିଲେ ଏବଂ ଆପ୍ ଜୈସା କୋଇ ଫିଲ୍ମରେ
ସୁଯୋଗ ଦେଲେ।
ପ୍ରଶ୍ନ- ଆପଣ ଏବେ ସିନେମାରୁ ଅଧିକ ଓଟିଟି ପ୍ରୋଜେକ୍ଟସ କରୁଛନ୍ତି, ଏହାର କୌଣସି
ଗୁରୁତ୍ୱପୂର୍ଣ୍ଣ କାରଣ
ମୋର ପ୍ରାଥମିକତା ସବୁ ସମୟରେ ଭଲ କାହାଣୀ ଉପରେ ରହିଛି। ଓଟିଟିରେ କାମ କରିବା ସହଜ ନୁହେଁ।
ଯେତେବେଳେ ଆପଣ ଆଠଟି ଏପିସୋଡ୍ ଥିବା ଏକ ସିରିଜ୍ ବନାନ୍ତି,
ସେଥିରେ
ବହୁତ ପରିଶ୍ରମ ଓ ସମୟ ଲାଗେ। ଓଟିଟିର ଫର୍ମ୍ୟାଟ୍ ସିନେମା ଠାରୁ ପୂରାଭଳି ଭିନ୍ନ। ଯେତେବେଳେ
ଆପଣ ଓଟିଟି ପାଇଁ କୌଣସି ଫିଲ୍ମ୍ କରନ୍ତି, ସେଥିର ସ୍କ୍ରିପ୍ଟ୍ ବହୁତ ଶକ୍ତିଶାଳୀ
ହେବା ଦରକାର, କାରଣ ଓଠାରେ ସିନେମାଘର ଭଳି ଭବ୍ୟ ଭିଜୁଆଲ୍ ଇମ୍ପ୍ୟାକ୍ଟ୍ ନଥାଏ।
ଯେପରିକି ମୋର ଫିଲ୍ମ୍ ‘ଶୈତାନ’
ଓ ‘କେସରୀ’
ବଡ଼
ପରଦା ପାଇଁ ବନାଯାଇଥିଲା, ଏହାର ଟିକେ ବଡ଼ ସ୍କେଲ୍ ଓ ଭାବନା ଥିଲା,
ଯାହା ଥିଏଟରରେ
ଅଧିକ ପ୍ରଭାବିତ କରେ। ସେଠି ‘ବ୍ରିଦ୍’
ଭଳି
ଏକ ଶୋ ଥିଏଟର ପାଇଁ ନୁହେଁ, ବରଂ ଓଟିଟି ଭଳି ମାଧ୍ୟମ ପାଇଁ ଅଧିକ
ଉପଯୋଗୀ। ଏଥିପାଇଁ ମୁଁ ପ୍ରଥମେ କାହାଣୀ ଓ ସ୍କ୍ରିପ୍ଟ୍କୁ ଦେଖେ,
ତାପରେ
ନିଷ୍ପତ୍ତି ନିଏ କେଉଁ ମାଧ୍ୟମ ଏହି କାହାଣୀ ପାଇଁ ସବୁଠାରୁ ଠିକ୍ ହେବ,
କାରଣ
ପ୍ରତ୍ୟେକ କାହାଣୀର ଏକ ଉପଯୁକ୍ତ ମିଡିଅମ୍ ଥାଏ।
---------------
ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା