ବଲାଙ୍ଗୀର, ୦୨ ଜୁଲାଇ(ହି.ସ.) – ସ୍ଥାନୀୟ ତେଲିଗୋଠପଡା ସ୍ଥିତ ପୂର୍ଣ୍ଣଚନ୍ଦ୍ର ରଥ ପାଠାଗାରରେ ରେଳ ଉପଭୋକ୍ତା ସଂଘର ଏକ ସାଧାରଣ ବୈଠକ ପ୍ରଫେସର ତରୁଣ କୁମାର ମିଶ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି। ସଂପାଦକ ବିମଲ ଚକ୍ରବର୍ତି ଗତ କାର୍ଯ୍ୟକାରିଣୀ ବୈଠକର ବିବରଣୀ ପାଠ କରିଥିଲେ ଏବଂ କୋଷାଧ୍ୟକ୍ଷ ଅଶୋକ ଚାନ୍ଦ ଆୟ ବ୍ୟୟର ହିସାବ ରଖିଥିଲେ। ଆଲୋଚନାରେ ଗୋପବନ୍ଧୁ ପୁରୋହିତ, ହରେକୃଷ୍ଣ ଷଡଙ୍ଗି, ରିତରାଜ ସିଂ, ଦିବାକର ହୋତା, ହରେକୃଷ୍ଣ ତ୍ରିପାଠି, ରାମକୃଷ୍ଣ ସାଏ, ମନୋରଂଜନ ପୁରୋହିତ, ପ୍ରଭାକର ମିଶ୍ର ପ୍ରମୁଖ ଭାଗ ନେଇ ଲିଫ୍ଟ କାମକୁ ତ୍ୱରାନ୍ୱିତ କରିବା, ଦିଲ୍ଲୀ ବା ପ୍ରୟାଗରାଜକୁ ଏକ ସିଧାସଳଖ ଟ୍ରେନ ଚଳାଇବା, ଭୁବନେଶ୍ୱରକୁ ଏକ ସକାଳୁଆ ଟ୍ରେଇ ଯାଇ ଫେରି ଆସିବା, ୱାଲଟୟର କୁ ଏକ ଟ୍ରେନ ଚଳାଇବା, ୪ ନଂ. ଏବଂ ୫ ନଂ. ପ୍ଲାଟଫର୍ମ ତିଆରି କରି କାର୍ଯ୍ୟକ୍ଷମ କରିବା ଏବଂ ବିଶେଷ କରି ପିଆଇଟି ଲାଇନକୁ ଜରୁରିକାଳିନ ଭିତିରେ ତିଆରି କରିବା ଦାବି ରେ ଗୁରୁତ୍ୱାରୋପ କରିଥିଲେ। ବହୁତ ପୁରୁଣା ଦାବି ବଲାଙ୍ଗିର-ଖୋର୍ଦ୍ଧା ଲାଇନ ରେ ବୌଦ୍ଧ ପର୍ଯ୍ୟନ୍ତ ଟ୍ରେନ ଚଳାଚଳ କରିଥିବାରୁ ସଭାପତି ଶ୍ରୀ ମିଶ୍ର ତାଙ୍କ ଅଭିଭାଷଣରେ ପ୍ରଧାନମନ୍ତ୍ରୀ, ରେଳମନ୍ତ୍ରୀ ଏବଂ ସ୍ଥାନୀୟ ଏମ୍ପିମାନଙ୍କୁ ଧନ୍ୟବାଦ ଦେଇଥିଲେ। ସେଥିପାଇଁ ବଲାଙ୍ଗିର ଆଗାମୀ ଦିନରେ ଏକ ବଡ ଜଙ୍କସନ ହେବାକୁ ଯାଉଛି ତ ଏଠାରେ ପିଆଇଟି ଲାଇନ ଅତ୍ୟନ୍ତ ଜରୁରି ବୋଲି ପ୍ରକାଶ କରିଥିଲେ। ଉକ୍ତ ସଭାରେ ଦ୍ୱାରିକା ପଣ୍ଡା, ବିଶ୍ୱନାଥ ତ୍ରିପାଠି, ଶିବ ନାରାୟଣ ରଥ, ଉପ-ସଭାପତି ଅନନ୍ଦ ବିଶୋଇ, ମୋତିଲାଲ ସାହୁ, ପର୍ଶୁରାମ ନାୟକ, ବିନୟ ମିଶ୍ର, ସିଦ୍ଧେଶ୍ୱର ପାଣିଗ୍ରାହୀ, ଓମ୍ ପ୍ରକାଶ ସାହୁ ପ୍ରମୁଖ ଉପସ୍ଥିତ ଥିଲେ । ଶେଷରେ ସହ-ସଂପାଦକ ହିତେଶ କୁମାର ସାହୁ ଧନ୍ୟବାଦ ଅର୍ପଣ କରିଥିଲେ।
ହିନ୍ଦୁସ୍ଥାନ ସମାଚାର/ଗୋପବନ୍ଧୁ/ବୀଣାପାଣି
.......................................
ହିନ୍ଦୁସ୍ଥାନ ସମାଚାର / ଗୋପବନ୍ଧୁ