ଲଗାଣ ବର୍ଷାରେ , ଜଳ ମଗ୍ନ କୋରାପୁଟ ଜିଲା
ଜୟପୁର, ୨ ଜୁଲାଇ (ହି.ସ.) - କୋରାପୁଟ ଜିଲାରେ ଦୀର୍ଘ ୩ ଦିନ ହେବ ଲଗାଣ ବର୍ଷାରେ ବେହାଲା ହୋଇଛି । ତୁହା କୁ ତୁହା ବର୍ଷାରେ ଜନ ଜୀବନ ଅବସ୍ତବ୍ୟସ୍ତ ହୋଇ ପଡିଛି । ସବୁ ଆଡେ ଆଣ୍ଠୁଏ ଲେଖାଏ ପାଣି । ବିଦ୍ୟାଳୟର କ୍ସାସ ରୁମରେ ପାଣି । ଲଗାଣ ବର୍ଷାରେ ଜୟପୁର ନିକଟ ପାତ୍ରପୁଟ, ପଣସପୁଟ ବାଗ୍ରା ଓ ଜିଲା ଚ
ଲଗାଣ ବର୍ଷାରେ  , ଜଳ ମଗ୍ନ କୋରାପୁଟ  ଜିଲା


ଜୟପୁର, ୨ ଜୁଲାଇ (ହି.ସ.) - କୋରାପୁଟ ଜିଲାରେ ଦୀର୍ଘ ୩ ଦିନ ହେବ ଲଗାଣ ବର୍ଷାରେ ବେହାଲା ହୋଇଛି । ତୁହା କୁ ତୁହା ବର୍ଷାରେ ଜନ ଜୀବନ ଅବସ୍ତବ୍ୟସ୍ତ ହୋଇ ପଡିଛି । ସବୁ ଆଡେ ଆଣ୍ଠୁଏ ଲେଖାଏ ପାଣି । ବିଦ୍ୟାଳୟର କ୍ସାସ ରୁମରେ ପାଣି । ଲଗାଣ ବର୍ଷାରେ ଜୟପୁର ନିକଟ ପାତ୍ରପୁଟ, ପଣସପୁଟ ବାଗ୍ରା ଓ ଜିଲା ଚିକିତ୍ସାଳୟ ନିକଟର ଗଛ ଉପୁଡି ପଡି ରାସ୍ତା ଅବରୋଧ ହୋଇଥିଲା । ଗାଡି ଚଳା ଚଳାରେ ବାଧା ପ୍ରାପ୍ତ ହୋଇଥିଲା । ଅଗ୍ନିଶମ ବିଭାଗ ସୁଚନା ପାଇ ଥିଲା । ସୂଚନା ଆଧାରରେ ସହକାରି ଅଗ୍ନିଶମ ଅଧିକାରି ସୁରେଶ କୁମାର ବାରି କ ସହ ଟିମ ପହଂଚି ଗଛ କୁ କାଟି ଥିଲେ । ପରେ ଚଳା ଚଳ ସ୍ୱାଭାବିଗ ହୋଇଥିଲା । ଦୋକାନ ବଜାର ପ୍ରାୟ ବନ୍ଦ ରହିଥିବା ବେଳେ କେତେକ ଘରୋଇ ଶିକ୍ଷାନୁଷ୍ଟାନ ବନ୍ଦ ରହିଥିଲା । ସରକାର ବିଦ୍ୟାଳୟ ଖୋଲା ରହିଥିଲା । ଲଗାଣ ବର୍ଷା ରେ ଛାତ୍ର, ଛାତ୍ର. ଶିକ୍ଷକ , ଶିକ୍ଷୟତ୍ରୀ ଭିଜି ଭିଜା ବିଦ୍ୟାଳୟ ଯାଇଥିଲେ । ଲଗାଣ ବର୍ଷା ଜାରି ରହିଥିବା ବେଳେ ଓଦା ଡ୍ରେସ ରେ ଶୀତ କାକରରେ ହିଁ ଛାତ୍ର ଛାତ୍ରୀ ମାନେ ବିଦ୍ୟାଳୟରେ ୧୦ ରୁ ୪ଟା ଯାଏ ପାଠ ପଢିଥିଲେ । ବିଦ୍ୟାଳୟ ରେ ଛାତରୁ ପାଣି ପଡୁଥିବା ବେଳେ ଦୁଇ ତିନୋଟି ଶ୍ରେଣି ଗୋଟିଏ କୋଠରିରେ ବସି ପାଠ ପଢିଥିଲେ । କୋରାପୁଟ ଜିଲାରେ ଶତାଧିକ ଘର ଭାଙ୍ଗି ଥିବା ଜଣାଯାଇଛି । ଜୟପୁର ବ୍ଲକର ଖଇରମୁଣ୍ଡି, ଉମୁରି, ଧନପୁର, ଜାମୁଣ୍ଡା, ଜୟନ୍ତିଗିରି, କୁମୁଲିପୁଟ, ଜୟପୁର, ହାଡିଆ, ଗଡପଦର ରେ ୧୪ଟି ଘର ଭାଙ୍ଗିଥିବା ବେଳେ ଗତ କାଲି ୩ଟି ଘର ଭାଙ୍ଗିଛି । ଘର ଭାଙ୍ଗି ଥିବା ଲୋକ ପାଖରେ ତହସିଲଦାର ଚିତ ରଞ୍ଜନ ପଟ୍ଟନାୟକ ଓ ରାଜସ୍ୱ ସୁପରଭାଇଜର ହରି ହର ଶତପଥି ପ୍ରମୁଖ ପହଂଚି ପଲିଥିନ ପ୍ରଦାନ କରିଥିଲେ । ଗତ ୨୪ ଘଣ୍ଟା ଭିତରେ କୋରାପୁଟରେ ୧୧୫.୮ ମିମି ବର୍ଷା ରେକର୍ଡ କରାଯାଇଥିବା ବେଳେ ଲମତାପୁଟରେ ୬୫.୦ମିମି, ପଟ୍ଟାଙ୍ଗିରେ ୪୫.୨ମିମି, ବନ୍ଦୁଗାଁ ରେ ୨ ମିମି, ନନ୍ଦପୁରରେ ୪୭ମିମି, ଦଶମନ୍ତପୁରରେ ୬୪ମିମି, ନାରାୟଣପାଟଣାରେ ୭.୪ ମିମି, ଲକ୍ଷ୍‌?ମୀପୁରରେ ୨୨.୮ ମିମି, ସେମିଳିଗୁଡାରେ ୧୨୪.୮ମିମି, ଜୟପୁର ରେ ୧୪୧.୮ ମିମି, କୋଟପାଡରେ ୧୫୨ମିମି, କୁନ୍ଦୁରାରେ ୭୫.୮ମିମି, ବୋରିଗୁମ୍ମାରେ ୮୯.୪ ମିମି ଓ ବୈପାରିଗୁଡାରେ ୧୧୦ ମିମି ବର୍ଷା ହୋଇଥିବା ରେକର୍ଡ ହୋଇଛି । କୋରାପୁଟ, ଜୟପୁର, କୋଟପାଡ, ସେମିଳିଗୁଡା, ବୈପାରିଗୁଡା ପ୍ରବଳର ଅତି ପ୍ରବଳ ବର୍ଷା ହୋଇଥିଲା । ପ୍ରବଳ ବର୍ଷାରେ ଶିକ୍ଷକ ଶିକ୍ଷୟତ୍ରୀ ଓଦାରେ ଭିଜି ବିଦ୍ୟାଳୟ କୁ ଯାଇ ନିଜ ଦାୟିତ୍ୱ ତୁଲାଇଥିବା ଲକ୍ଷ୍ୟ କରାଯାଇଛି । ପ୍ରବଳ ଥଣ୍ଡା ଓ କାକର ଲାଗିରହିଥିବାରୁ କୋରାପୁଟ ଜିଲା ଥରୁଥିବା ଲକ୍ଷ୍ୟ କରାଯାଇଛି । ଏପରି ଅବସ୍ଥା ଦେଖି ସମାଜିକ ଗଣ ମାଧ୍ୟମରେ ବିଦ୍ୟାଳୟ ଛୁଟି କରିବା ପାଇ ପ୍ରଶାସନ କୁ ଅନୁରୋଧ କରିଥିଲେ ମଧ୍ୟ ତାହା କୋରାପୁଟ ଜିଲାରେ ସମ୍ବବ ହୋଇ ପାରି ନଥିଲା । ରାସ୍ତାରେ ଗଛ ଉପୁଡି ପଡିଥିବାରୁ ଜିଲା ଶିକ୍ଷାଧିକାରି ଓ ଗୋଷ୍ଠି ଶିକ୍ଷାଧିକାରି ଙ୍କୁ ଭୟ କରି ବହୁ କଷ୍ଟରେ ଶିକ୍ଷକ ଶିକ୍ଷୟତ୍ରୀ ମାନେ ଭିଜି ଭିଜି ବିଦ୍ୟାଳୟକୁ ଯାଇ ଥିବା ଲକ୍ଷ୍ୟ କରାଯାଇଛି ।

ହିନ୍ଦୁସ୍ଥାନ ସମାଚାର / ପିକେପି


 rajesh pande