ମାଲକାନଗିରି, ୨ ଜୁଲାଇ (ହି.ସ.) ମାଲକାନଗିରି ବ୍ଲକ ମାଟାପାକା ସେବାଶ୍ରମର ଷଷ୍ଠ ଶ୍ରେଣୀ ଛାତ୍ର ରେହିତ ମାଡ଼କାମୀ (୧୨ବର୍ଷ) ମ୍ୟାଲେରିଆରେ ଆକ୍ରାନ୍ତ ହୋଇମୃତ୍ୟୁବରଣ କରିଥିବା ସୂଚନା ମିଳିଛି। ଗତକାଲି ରୋହିତ ଅସୁସ୍ଥ ହେବାରୁ ବିଦ୍ୟାଳୟ କର୍ତ୍ତୃପକ୍ଷ ମାଟାପାକା ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରକୁ ନେଇଥିଲେ । ରକ୍ତପରୀକ୍ଷାରୁ ମ୍ୟାଲେରିଆରେ ଆକ୍ରାନ୍ତହୋଇଥିବା ଜଣାପଡ଼ିଥିଲା। ମାଲକାନଗିରି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ଅଣାଯାଇଥିଲା ।କିନ୍ତୁ ଚିକିତ୍ସାଧୀନ ଅବସ୍ଥାରେତାର ମୃତ୍ୟୁ ହୋଇଛି। ପ୍ରଧାନଶିକ୍ଷକଙ୍କୁ ପ ଚାରିବାରୁ ଛାତ୍ର ଜ୍ଵରରେ ଆକ୍ରାନ୍ତହେବାରୁ ଡାକ୍ତରଖାନା ନିଆଯାଇଥିଲା,
ସେଠାରେ ମୃତ୍ୟୁ ହୋଇଥିବା କହିଛନ୍ତି ।ଜିଲ୍ଲାର ସବୁ ସ୍ଥାନରେ ମ୍ୟାଲେରିଆ ନିୟନ୍ତ୍ରଣରେ ରହିଥିବା ସ୍ବାସ୍ଥ୍ୟ ବିଭାଗ କହୁଛି। ସବୁ ଅଞ୍ଚଳର ସ୍ବାସ୍ଥ୍ୟ ଅଧିକାରୀସମେତ ସମସ୍ତ କର୍ମଚାରୀଙ୍କୁ ଅବଗତ କରାଯାଇଛି। ମ୍ୟାଲେରିଆ ମୃତ୍ୟୁ ନେଇକୌଣସି ଖବର ଏଯାଏ ମିଳିନି। ସ୍ଥିତି ଅନୁଧ୍ୟାନ କରାଯାଉଛି ଏବଂ ତଦନ୍ତ ପରେ ହିଁ କିପରି ମୃତ୍ୟୁ ହୋଇଛି ସ୍ପଷ୍ଟ ହେବ ବୋଲି କୁହାଯାଇଛି ।
---------------
ହିନ୍ଦୁସ୍ଥାନ ସମାଚାର / ଶିବବ୍ରତ