କେନ୍ଦୁଝର, 2 ଜୁଲାଇ (ହି.ସ.) କେନ୍ଦୁଝର ଜିଲ୍ଲା ଯୋଡ଼ା ଥାନା ଅନ୍ତର୍ଗତ ବିଛାକୁଣ୍ଡି ନିକଟସ୍ଥ ଦଲ ପାହାଡ ଠାରେ ମାଟି ଅତଡ଼ା ଧସି ତିନି ଜଣ ବ୍ୟକ୍ତି ମୃତ୍ୟୁବରଣ କରିଛନ୍ତି । ଏହି ତିନି ଜଣ ହେଲେ ଗୁରୁ ଚମ୍ପିଆ, କାଣ୍ଡେ ମୁଣ୍ଡା, ସନ୍ଦୀପ ପୂର୍ତ୍ତି ବୋଲି ଜଣାପଡିଛି। ତିନି ଜଣଙ୍କୁ ଉଦ୍ଧାର କରାଯାଇ ଶବ ବ୍ୟବଚ୍ଛେଦ ପାଇଁ ବଡ଼ବିଲ ମେଡ଼ିକାଲକୁ ପଠାଇ ଦିଆଯାଇଛି।
ପ୍ରକାଶ ଯେ ଗତକାଲି ଅପରାହ୍ନରେ ଉକ୍ତ ବିଚାକୁଣ୍ଡିର ତିନି ଜଣ ଯୁବକ ନିକଟସ୍ଥ ଏକ ପରିତ୍ୟକ୍ତ ମାଙ୍ଗାନିଜ ଖଣିର ପରିଧି ବାହାର ଅଞ୍ଚଳରେ ଚୋରା ଭାବେ ମାଙ୍ଗାନିଜ ବସ୍ତାରେ ଖୋଳି ନେଉଥିଲେ। ଗତ କିଛି ଦିନ ହେଲା ଲଗାଣ ବର୍ଷା ହେଇଥିବାରୁ ମାଟି ଗୁଡ଼ିକ ଓଦା ରହିଥିଲା ବେଳେ ସେହି ଚୋରା କରୁଥିବା ଅଞ୍ଚଳରେ ଛୋଟ ନାଳ ଯାଇଥାଏ। ଏହି ନାଳ ମାଟି ଖାଇ ଯାଇଥିବା ବେଳେ ଏହି ତିନି ଜଣ ଯୁବକ ଖୋଳୁ ଥିବା ବେଳେ ତାଙ୍କ ଉପରେ ମାଟି ଅତଡା ଖସିବା ଫଳରେ ତିନି ଜଣ ଯାଙ୍କ ଦବି ଯାଇଥିଲେ। କିଛି ସମୟପରେ ଉକ୍ତ ଅଞ୍ଚଳର ଫରେଷ୍ଟ ଗାର୍ଡ ତିନି ଜଣଙ୍କ ଚପଲ୍ ବସ୍ତା ପଡ଼ିଥିବା ଦେଖି ସନ୍ଦେହ କରି ଗ୍ରାମବାସୀଙ୍କୁ କହିଥିଲେ। ଗ୍ରାମବାସୀ ଉକ୍ତ ତିନି ଜଣଙ୍କ ନିଖୋଜ ଥିବା ନେଇ ଜଣାଇବା ପରେ ପୋଲିସ, ଦମକଳ ବାହିନୀ ଓ ଫରେଷ୍ଟ ଗାର୍ଡ ଙ୍କ ସହାୟତାରେ ଉକ୍ତ ତିନି ଜଣଙ୍କୁ ମୃତ ଅବସ୍ଥାରେ ମାଟି ତଳୁ ଉଦ୍ଧାର କରାଯାଇଥିବା ଡିଏଫଓ ଏଚ ଡି ଧନରାଜ୍ ସୁଚନା ଦେଇଛନ୍ତି।
ହିନ୍ଦୁସ୍ଥାନ ସମାଚାର / SANTOSH MOHAPATRA