ଡେରାଡୁନ, 2 ଜୁଲାଇ (ହି.ସ.)-ଋଷିକେଶ-ଗଙ୍ଗୋତ୍ରୀ
ହାଇୱେରେ ବୁଧବାର ସକାଳେ ତାଛଲା ନିକଟରେ କାଉଡିଆଙ୍କୁ ନେଇଯାଉଥିବା ଏକ ଟ୍ରକ୍ ସଡ଼କ ଉପରେ ଓଲଟିପଡିଛି।
ଏହି ଭୟାବହ ଦୁର୍ଘଟଣାରେ ତିନିଜଣ କାଉଡିଆଙ୍କ ମୃତ୍ୟୁ ଘଟିଛି ଏବଂ ୧୬ ଜଣ ଅନ୍ୟ ଲୋକ ଆହତ
ହୋଇଛନ୍ତି। ଗୁରୁତର ଆହତ ହୋଇଥିବା ପାଞ୍ଚ ଯାତ୍ରୀଙ୍କୁ ଏମ୍ସ ଋଷିକେଶକୁ ରେଫର କରାଯାଇଛି।
ସମସ୍ତ କାଉଡିଆ ବୁଲନ୍ଦସହର, ଉତ୍ତର ପ୍ରଦେଶର ବାସିନ୍ଦା ଓ ଭଣ୍ଡାର ପାଇଁ ହର୍ଷିଳ ଯାଉଥିଲେ।
ଟ୍ରକ୍ ଫକୋଟ୍ରୁ ଆଗକୁ
ତାଛଲା ନିକଟରେ ଭାରସାମ୍ୟ ହରାଇଥିବା ବେଳେ ଏହି ଦୁର୍ଘଟଣା ଘଟିଥିଲା । ଏହି ଗାଡ଼ିରେ ମୋଟ ୧୯
ଯାତ୍ରୀ ଥିଲେ। ଘଟଣାର ସୂଚନା ମିଳିବା ମାତ୍ରେ ପୁଲିସ ଓ ଏସ୍ଡିଆରଏଫ୍ ଟିମ୍ ଘଟଣାସ୍ଥଳରେ
ପହଞ୍ଚିଲେ ଏବଂ ଆହତମାନକୁ ଟ୍ରକ୍ରୁ ବାହାର କରି ଫକୋଟ ଓ ନରେନ୍ଦ୍ରନଗର ହସ୍ପିଟାଲରେ ଭର୍ତ୍ତି
କରାଯାଇଥିଲା। ମୁଖ୍ୟମନ୍ତ୍ରୀ ପୁଷ୍କର ସିଂହ ଧାମୀ ଏହି ଦୁର୍ଘଟଣାକୁ ନେଇ ଗଭୀର ଦୁଃଖ ପ୍ରକାଶ
କରି, ରିଲିଫ ଓ ରେସକ୍ୟୁ କାର୍ଯ୍ୟ ଶୀଘ୍ର କରିବା ଏବଂ ଆହତମାନଙ୍କୁ ଯଥାସମ୍ଭବ
ସବୁ ପ୍ରକାର ଚିକିତ୍ସା ଦେବା ନିର୍ଦ୍ଦେଶ ଦେଇଛନ୍ତି।
---------------
ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା