ସହକାରୀ ଶିକ୍ଷୟିତ୍ରୀଙ୍କୁ ଅବସର କାଳୀନ ସମ୍ବର୍ଦ୍ଧନା
ଧର୍ମଶାଳା,୨ଜୁଲାଇ(ହି.ସ.) - ଯାଜପୁର ଜିଲା ଧର୍ମଶାଳା ବ୍ଲକ୍ ଜାରକା ପ୍ରାଥମିକ ବିଦ୍ୟାଳୟର ସହକାରୀ ଶିକ୍ଷୟିତ୍ରୀ ସୁଷମା ପତିଙ୍କୁ ଅବସରକାଳୀନ ସମ୍ବର୍ଦ୍ଧନା ଦିଆଯାଇଛି । ପ୍ରଧାନ ଶିକ୍ଷୟିତ୍ରୀ ଶାନ୍ତିଲତା ସାହୁଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଉତ୍ସବରେ ଅତିଥି ଭାବେ ଏସ୍‌ଏମ୍‌ସି ସଭାପତି ପ୍ରଦୀପ କୁମାର
ସହକାରୀ ଶିକ୍ଷୟିତ୍ରୀଙ୍କୁ ଅବସର କାଳୀନ ସମ୍ବର୍ଦ୍ଧନା


ଧର୍ମଶାଳା,୨ଜୁଲାଇ(ହି.ସ.) - ଯାଜପୁର ଜିଲା ଧର୍ମଶାଳା ବ୍ଲକ୍ ଜାରକା ପ୍ରାଥମିକ ବିଦ୍ୟାଳୟର ସହକାରୀ ଶିକ୍ଷୟିତ୍ରୀ ସୁଷମା ପତିଙ୍କୁ ଅବସରକାଳୀନ ସମ୍ବର୍ଦ୍ଧନା ଦିଆଯାଇଛି । ପ୍ରଧାନ ଶିକ୍ଷୟିତ୍ରୀ ଶାନ୍ତିଲତା ସାହୁଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଉତ୍ସବରେ ଅତିଥି ଭାବେ ଏସ୍‌ଏମ୍‌ସି ସଭାପତି ପ୍ରଦୀପ କୁମାର ସେଠୀ, ପୁରାତନ ଛାତ୍ରସଂସଦ ସଭାପତି ତାରିଣୀ ମୋହନ ବିଶ୍ୱାଳ, ପୂର୍ବତନ ଏସ୍‌ଏମ୍‌ସି ସଭାପତି ସୟଦ୍ ଗୁଲାମ୍ ମୁସ୍ତାଫା, ସଭ୍ୟ ଦିଲୀପ ବିଶ୍ୱାଳ, ସଭ୍ୟା ଗୀତାଞ୍ଜଳି ବାରିକ ଓ କନକଲତା ବାରିକ ଯୋଗଦେଇ ଶ୍ରୀମତୀ ପତିଙ୍କ ସୁଖମୟ ଅବସର ଜୀବନ କାମନା କରିଥିଲେ । ଏହି ଅବସରରେ ବିଦ୍ୟାଳୟ ପକ୍ଷରୁ ବିଦାୟୀ ଶିକ୍ଷୟିତ୍ରୀ ଶ୍ରୀମତୀ ପତିଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା । ସହକାରୀ ଶିକ୍ଷୟିତ୍ରୀ ନର୍ମଦା ବେହେରା ଅତିଥି ପରିଚୟ ପ୍ରଦାନ କରିଥିବା ବେଳେ ଶିକ୍ଷୟିତ୍ରୀ ବିଦ୍ୟୁତ୍‌ଲତା ରାଉତ ସ୍ୱାଗତ ଭାଷଣ ଓ ମାନପତ୍ର ପାଠ କରିଥିଲେ । ଜୟକୃଷ୍ଣ ମିଶ୍ର ଓ ପ୍ରସାଦ କୁମାର ମିଶ୍ର ପ୍ରମୁଖ ଉତ୍ସବକୁ ପରିଚାଳନା କରିଥିଲେ । ଶିକ୍ଷୟିତ୍ରୀ କୁମୁଦିନୀ ପାଢ଼ୀ ଧନ୍ୟବାଦ ଦେଇଥିଲେ ।

ହିନ୍ଦୁସ୍ଥାନ ସମାଚାର/ଚିନ୍ମୟ/ଭାନୁ

ହିନ୍ଦୁସ୍ଥାନ ସମାଚାର / ଚିନ୍ମୟ


 rajesh pande