ମମତା ଏକ୍ସରେ ର ପ୍ରତିଷ୍ଠାତାଙ୍କ ପରଲୋକ
ପୁରୀ, ୨ ଜୁଲାଇ (ହି.ସ.) - ବଡଶଙ୍ଖ ଠାରେ ଥିବା ମମତା ଏକ୍ସରେ କ୍ଲିନିକର ପ୍ରତିଷ୍ଠାତା ତଥା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟର ଏକ୍ସରେ ଡିପାର୍ଟମେଂଟର ଅବସରପ୍ରାପ୍ତ ସିନିୟର ରେଡିଓ ଗ୍ରାଫର ହରିନାରାୟଣ ପଟ୍ଟନାୟକଙ୍କ ୮୦ ବର୍ଷ ବୟସରେ ପରଲୋକ ଘଟିଛି । ତାଙ୍କ ନିଜସ୍ୱ ବାସଭବନ ସିଦ୍ଧମହାବୀର ମୈତ୍ରୀ ବିହାର
ମମତା ଏକ୍ସରେ ର ପ୍ରତିଷ୍ଠାତାଙ୍କ ପରଲୋକ


ପୁରୀ, ୨ ଜୁଲାଇ (ହି.ସ.) - ବଡଶଙ୍ଖ ଠାରେ ଥିବା ମମତା ଏକ୍ସରେ କ୍ଲିନିକର ପ୍ରତିଷ୍ଠାତା ତଥା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟର ଏକ୍ସରେ ଡିପାର୍ଟମେଂଟର ଅବସରପ୍ରାପ୍ତ ସିନିୟର ରେଡିଓ ଗ୍ରାଫର ହରିନାରାୟଣ ପଟ୍ଟନାୟକଙ୍କ ୮୦ ବର୍ଷ ବୟସରେ ପରଲୋକ ଘଟିଛି । ତାଙ୍କ ନିଜସ୍ୱ ବାସଭବନ ସିଦ୍ଧମହାବୀର ମୈତ୍ରୀ ବିହାର ଲେନ ୱାନରେ ଜୁନ ୨୯ ତାରିଖ ଦିନ ରାତିରେ ପରଲୋକ ଘଟିଛି । ସେ ପରୋପକାରୀ, ମିଷ୍ଟଭାଷୀ, ଧର୍ମପରାୟଣ, ମେଳାପି ଓ ବନ୍ଧୁ ପ୍ରିୟ ବନ୍ଧୁ ଥିଲେ । ତାଙ୍କର ଶେଷକୃତ୍ୟ ସ୍ୱର୍ଗଦ୍ୱାର ଠାରେ ଅନୁଷ୍ଠିତ ହୋଇଥିଲା । ବଡ ପୁଅ ମାନସ ମୁଖାଗ୍ନି ଦେଇଥିଲେ । ମୃତ୍ୟୁ ଶଯ୍ୟା ଓ ସ୍ୱର୍ଗଦ୍ୱାରରେ ଠାରେ ତାଙ୍କର ଦୁଇପୁତ୍ର, ଜୋଇଁ, ବୋହୁ, ନାତିନାତୁଣୀ,ଆତ୍ମୀୟସ୍ୱଜନ ଓ ବନ୍ଧୁବାନ୍ଧବ ମାନେ ଉପସ୍ଥିତ ରହି ଶେଷ ଦର୍ଶନ କରିଥିଲେ । ତାଙ୍କ ମୃତ୍ୟୁ ଖବର ଶୁଣି ସହରର ବିଶିଷ୍ଟ ବ୍ୟକ୍ତି ମାନେ ଶୋକ ପ୍ରକାଶ କରିଛନ୍ତି ।

ହିନ୍ଦୁସ୍ଥାନ ସମାଚାର/ବିଜୟ/ଭାନୁ

ହିନ୍ଦୁସ୍ଥାନ ସମାଚାର / ବିଜୟ


 rajesh pande