ଧର୍ମଶାଳା,୨ଜୁଲାଇ(ହି.ସ.) - ଯାଜପୁର ବରୀ ନିର୍ବାଚନ ମଣ୍ଡଳୀ ରମ୍ପା ପଂଚାୟତର ପୂର୍ବତନ ସରପଂଚ ବଳାରାମ ବେହେରାଙ୍କ ଆଜି ଅକାଳ ବିୟୋଗ ଘଟିଛି । ତାଙ୍କ ପରଲୋକର ଖବର ପ୍ରଚାରିତ ହେବା ପରେ ସ୍ଥାନୀୟ ଅଂଚଳରେ ଶୋକରଛାୟା ଖେଳି ଯାଇଛି । ପରଲୋକର ଖବର ପାଇ ବରୀ ନିର୍ବାଚନ ମଣ୍ଡଳୀର ବିଜେପି ଯୁବନେତା ଉମେଶ ଜେନାଙ୍କ ସମେତ ବହୁ ସ୍ଥାନୀୟ ନେତୃ ମଣ୍ଡଳୀ,ଯୁବ ସଂଗଠକ,ବରିଷ୍ଠ ନେତା,ଯୁବ ନେତା ପ୍ରମୁଖ ତାଙ୍କ ବାସଭବନରେ ପଂହଚି ଶେଷ ଦର୍ଶନ କରିବା ସହ ଶୋକାକୂଳ ପରିବାରବର୍ଗଙ୍କୁ ସମବେଦନା ଜଣାଇଥିଲେ । ତାଙ୍କ ମର ଶରୀରକୁ ଏକ ଶୋଭାଯାତ୍ରାରେ ପଂଚାୟତ ପରିକ୍ରମା ପରେ ଶେଷକୃତ ସମ୍ପନ୍ନ କରାଯାଇଥିଲା ।
ହିନ୍ଦୁସ୍ଥାନ ସମାଚାର / ଚିନ୍ମୟ