ଭୁବନେଶ୍ୱର, ୦୨ ଜୁଲାଇ (ହି.ସ.) - ସାରା ରାଜ୍ୟରେ ବିଏମସି (ଭୁବନେଶ୍ୱର ମହାନଗର ନିଗମ)ର ଆଡିସିନାଲ୍ କମିଶନର ରତ୍ନାକର ସାହୁଙ୍କୁ ମାଡ ଘଟଣା ଆଜି ଭିନ୍ନ ମୋଡ ନେଇଛି । ଆଜି ଖାରବେଳନଗର ଅଞ୍ଚଳରେ ସ୍ୱଛସାଥୀ ଭାବେ କାର୍ଯ୍ୟରତ ରେବତୀ ରାଉତଙ୍କୁ ର୍ଦୁବ୍ୟବହାର କରିଥିବା ରତ୍ନାକରଙ୍କ ବିରୋଧରେ ଖାରବେଳନଗର ଥାନାରେ କରିଥିବା ଅଭିଯୋଗ ୪୮ ଘଂଟା ବିତି ଯାଇଥିଲେ ସୁଦ୍ଧା ତାଙ୍କ ବିରୁଦ୍ଧରେ ଏଫଆଇଆର୍ ହୋଇନାହିଁ। ଏନେଇ ରାଜ୍ୟ ମାନବାଧିକାର କମିଶନଙ୍କୁ ସ୍ୱଛସାଥୀ ସଂଘର ସଭାନେତ୍ରୀ ସଂଯୁକ୍ତା ମହଲା ରେବତୀଙ୍କୁ ସାଙ୍ଗରେ ନେଇ ନ୍ୟାୟ ପାଇଁ ଗୁହାରି କରିଛନ୍ତି ।
ଆଜି ଶ୍ରୀମତୀ ମହାଲା କହିଛନ୍ତି ରେବତୀଙ୍କୁ ରତ୍ନାକର ଓ ସ୍ଥାନୀୟ କର୍ପୋରେଟର କାହିଁକି ମୁଖ୍ୟମନ୍ତ୍ରୀ ଓ ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟକ୍ରମରେ ଲୋକଙ୍କୁ ନେଉଚୁ ବୋଲି କହିଥିଲେ ଏବଂ ଚାକିରୀରୁ ବାହାର କରିଦେବାର ଧମକ ଦେବା ସହ ତାଙ୍କୁ ର୍ଦୁବ୍ୟବହାର ପ୍ରଦର୍ଶନ କରିଥିଲେ । ଏହା ସହିତ ରତ୍ନାକର ତାଙ୍କୁ ଅତି ଉତ୍କଟ ଭାଷାରେ ଗାଳିଗୁଲଜ କରିଥିବା ରେବତୀ ତାଙ୍କ ଏତାଲାରେ ଉଲ୍ଲେଖ କରିଥିଲେ ସୁଦ୍ଧା ପୁଲିସ୍ କାହିଁକି ନିରବ ରହିଚି ବୋଲି ଶ୍ରୀମତୀ ମହଲା ପ୍ରଶ୍ନ କରିବା ସହ ସରକାର ଏ ଘଟଣାରେ ତୁରନ୍ତ ହସ୍ତକ୍ଷେପ କରି ଦୋଷୀଙ୍କୁ କଠୋର ଦଣ୍ଡ ଦେବା ସହ ନ୍ୟାୟ ପାଇଁ ସରକାରଙ୍କ ନିକଟରେ ନିବେଦନ କରିଛନ୍ତି।
---------------
ହିନ୍ଦୁସ୍ଥାନ ସମାଚାର / ବନ୍ଦନା