କନ୍ଧମାଳ, ୨୨ ଜୁଲାଇ (ହି.ସ.)- କାମରେ ଆସୁନି ପରିଷ୍କାର ପରିଛନ୍ନତା l ଏପରି ଚିତ୍ର ଦେଖିବାକୁ ମିଳିଛି ଫୁଲବାଣୀ ପୌର ପରିଷଦର ବସଷ୍ଟାଣ୍ଡ ନିକଟସ୍ଥ ଓ ମେଡିକାଲ ପରିସରରେ ଥିବା ଆହାର କେନ୍ଦ୍ରରେ l
ବସଷ୍ଟାଣ୍ଡ ଉପର ସାଜସଜ୍ଜା ବହୁତ ବଢିଆ ହେଲେ
ଆହାର କେନ୍ଦ୍ରରୁ ବାହାରୁଥିବା ପ୍ରତିଦିନର ଗରମ ପେଜ ବସଷ୍ଟାଣ୍ଡ ସାରା ଭାସୁଛି l ସେହିପରି ମେଡିକାଲ ପରିସରରେ ଥିବା ଆହାର କେନ୍ଦ୍ରର ପେଜ ଓ ପରିବା ଚୋପା ସମେତ ବାସୀ ଖାଦ୍ୟ ସବୁ ଫୋପଡା ହେଉଛି ରାସ୍ତା କଡରେ ଥିବା ଖୋଲା ନର୍ଦ୍ଦମାରେ ଫଳରେ ସେଠାରେ ମଶା ମାଛିରେ ଭରପୁର ସହିତ ପୁତିଗନ୍ଧମୟ ପରିବେଶ ସୃଷ୍ଟି ହୋଇଛି l ପୌର ପରିଷଦ ଏ ବିଷୟରେ ଜାଣି ମଧ୍ୟ ନିରବ କୌଣସି ପଦକ୍ଷେପରେ ପଛଘୁଞ୍ଚା ତେଣୁ ପ୍ରତିଦିନ ପେଜ ଭାସୁଛି l ରାଜ୍ୟ ସରକାର ଓଡ଼ିଶାର ଆହାର କେନ୍ଦ୍ରଗୁଡ଼ିକ ସହରାଞ୍ଚଳ ଗରିବ ଲୋକଙ୍କୁ କମ ମୂଲ୍ୟରେ ସବସିଡିଯୁକ୍ତ, ଗରମ ରନ୍ଧା ଖାଦ୍ୟ ଯୋଗାଇଥାଏ। ଏଥି ସହିତ ସୁଲଭ ମୂଲ୍ୟ, ସ୍ୱାସ୍ଥ୍ୟକର ପରିସ୍ଥିତି ଏବଂ ହସ୍ପିଟାଲ, ବସଷ୍ଟାଣ୍ଡ ଏବଂ ରେଳ ଷ୍ଟେସନ ନିକଟରେ ରଣନୈତିକ ସ୍ଥାନରେ ଜନସାଧାରଣଙ୍କୁ ସୁବିଧା ଯୋଗାଇ ଥାଏ। ଏହି କାର୍ଯ୍ୟକ୍ରମ ଜନସାଧାରଣଙ୍କ ଉତ୍ତମ ସୁବିଧା ପାଇଁ ରାଜ୍ୟ ସରକାରଙ୍କ ପାଣ୍ଠିରୁ ଲକ୍ଷ ଲକ୍ଷ ଟଙ୍କା ଯୋଗାଇ ଦେଇ ଆସୁଅଛି l ଯେଉଁଥିରେ ସିଏସଆର
ପଦକ୍ଷେପ ଏବଂ ଦାନର ଅବଦାନ ରହିଛି। ଏହି
ଖାଦ୍ୟକୁ ୫ ଟଙ୍କାର ଏକ ଉଚ୍ଚ ସବସିଡିଯୁକ୍ତ ଦରରେ ବିକ୍ରି କରାଯାଏ, ଯାହା ଫଳରେ ନିମ୍ନ ଆୟକାରୀ ବ୍ୟକ୍ତିମାନେ ଏହା ପାଇପାରିବେ। ପୁଷ୍ଟିକର, ରନ୍ଧା ଖାଦ୍ୟ, ସାଧାରଣତଃ ଭାତ ଏବଂ ଡାଲମା ସହିତ ଆଚାର ପ୍ରଦାନ କରିବା ଉପରେ ଧ୍ୟାନ ଦିଆଯାଇଛି। ଖାଦ୍ୟ ପ୍ରସ୍ତୁତି ଏବଂ ପରିବେଷଣରେ ପରିଷ୍କାର ପରିଚ୍ଛନ୍ନତାର ଉଚ୍ଚମାନ ବଜାୟ ରଖିବା ଏକ ପ୍ରାଥମିକତା। ହେଲେ ଆହାର କେନ୍ଦ୍ର କେତେ ପରିଷ୍କାର ପରିଛନ୍ନ ଅଛି ତାହା ଏହି ଫଟୋଚିତ୍ରରୁ ସହଜରେ ବାରି ହୋଇପଡୁଛି l
ହିନ୍ଦୁସ୍ଥାନ ସମାଚାର / ପ୍ରଶାନ୍ତ