ରାସ୍ତା ନିର୍ମାଣ ଦାବିରେ ଆମରଣ ଅନଶନରେ ବସିଲେ ଅଂଚଳବାସୀ
ମୁଖୀଗୁଡା୨୩ ଜୁଲାଇ(ହି.ସ) - ରାସ୍ତା ନିର୍ମାଣ ଦାବିରେ ଆମରଣ ଅନଶନରେ ବାନେର ଅଂଚଳର ସଚେତନ ନାଗରିକ। କଳାହାଣ୍ଡି ଜିଲ୍ଲା ଜୟପାଟଣା ବ୍ଲକ ବାନେର ଛକ ଠାରୁ ଲଡୁଗାଁ ୧୫ କିମି ରାସ୍ତା ନିର୍ମାଣ ପାଇଁ ଅଂଚଳବାସୀ ଦୀର୍ଘ ଦିନରୁ ଦାବି କରି ଆସୁଥିବା ବେଳେ ଏଥିପାଇଁ ଅନେକ ଥର ଆନ୍ଦୋଳନ ମଧ୍ୟ କରିଛନ୍ତି। କିନ୍
Strike for Road


ମୁଖୀଗୁଡା୨୩ ଜୁଲାଇ(ହି.ସ) - ରାସ୍ତା ନିର୍ମାଣ ଦାବିରେ ଆମରଣ ଅନଶନରେ ବାନେର ଅଂଚଳର ସଚେତନ ନାଗରିକ। କଳାହାଣ୍ଡି ଜିଲ୍ଲା ଜୟପାଟଣା ବ୍ଲକ ବାନେର ଛକ ଠାରୁ ଲଡୁଗାଁ ୧୫ କିମି ରାସ୍ତା ନିର୍ମାଣ ପାଇଁ ଅଂଚଳବାସୀ ଦୀର୍ଘ ଦିନରୁ ଦାବି କରି ଆସୁଥିବା ବେଳେ ଏଥିପାଇଁ ଅନେକ ଥର ଆନ୍ଦୋଳନ ମଧ୍ୟ କରିଛନ୍ତି। କିନ୍ତୁ ବିଭିନ୍ନ ସମୟରେ ପ୍ରତିଶ୍ରୁତି ମିଳିବା ପରେ ମଧ୍ୟ ଆଜି ଯାଏଁ ସମାଧାନ ହୋଇପାରି ନାହିଁ।ଯାହାଫଳରେ ବାନେର ଛକ ନିକଟରେ ଆଜି ଅନିର୍ଦ୍ଦିଷ୍ଟ କାଳ ପାଇଁ ଅମରଣ ଅନଶନରେ ବସିଛନ୍ତି ସ୍ଥାନୀୟ ଅଂଚଳବାସୀ। ଉକ୍ତ ରାସ୍ତାକୁ ଯଥାଶୀଘ୍ର ନିର୍ମାଣ ପାଇଁ ଦାବି କରିଛନ୍ତି।ସୂଚନା ଅନୁଯାୟୀ ବାନେର ଲଡୁଗାଁ ୧୫ କିମି ପିଡ଼ବ୍ଲୁଡି ରାସ୍ତା ନିର୍ମାଣ ପାଇଁ ୨୦୨୩ ମସିହାରେ ୧୫ କୋଟି ଟଙ୍କା ଟେଣ୍ଡର ହୋଇଥିଲା। କିନ୍ତୁ କୋଣସି କାରଣରୁ କୋର୍ଟରେ ମାମଲା ରୁଜୁ ହୋଇଥିବାରୁ ରାସ୍ତା କାମ ଆଗେଇ ପାରିନଥିଲା। ଏଥି ମଧ୍ୟରେ କୋର୍ଟରେ ମାମଲା ସମାଧାନ ହୋଇ ଦୁଇ ବର୍ଷ ବିତିଯାଇଥିବା ବେଳେ ବିଭିନ୍ନ ଦର ବୃଦ୍ଧି ଯୋଗୁ ଟେଣ୍ଡର ପାଇଥିବା ଠିକାଦାର ପୁରୁଣା ଇଷ୍ଟିମେଂଟରେ କାମ କରିପାରିବି ନାହିଁ ବୋଲି ପିଡ଼ବ୍ଲୁଡିକୁ ଜଣାଇଥିଲେ। ଏନେଇ ଉକ୍ତ ୧୫ କିମି ରାସ୍ତାକୁ ଲଡୁଗାଁ ଠାରୁ ବିମଳା ଛକ ୮କିମି ପାଇଁ ୧୩ କୋଟି ଆଉ ବିମଳା ଛକ ଠାରୁ ବାନେର ପର୍ଯ୍ୟନ୍ତ ୭କିମି ପାଇଁ ୧୨ କୋଟି ଏମିତି ସର୍ବମୋଟ ୨୫ କୋଟି ଟଙ୍କାରେ ଟେଣ୍ଡର ହୋଇଛି।ଯାହା କିଛି ଦିନ ପରେ କାମ ଆରମ୍ଭ ହେବ ବୋଲି ବିଭାଗୀୟ କନିଷ୍ଠ ଯନ୍ତ୍ରୀ କହିଛନ୍ତି।ତେବେ ଉକ୍ତ କାମକୁ ଯଥାଶୀଘ୍ର ଆରମ୍ଭ କରିବା ସହ ବର୍ତମାନ ଯିବା ଆସିବା କରିବା ପାଇଁ ବ୍ୟବସ୍ଥା କରାଯାଉ ବୋଲି ଦାବି କରିଛନ୍ତି। ଖବର ଲେଖିବା ପର୍ଯ୍ୟନ୍ତ କୌଣସି ସମାଧାନ ହୋଇନାହିଁ।

ହିନ୍ଦୁସ୍ଥାନ ସମାଚାର/ନିହାର/ଭାନୁ

ହିନ୍ଦୁସ୍ଥାନ ସମାଚାର / ନିହାର ରଂଜନ ବେହେରା |


 rajesh pande