ନର୍ସିଂହୋମ ଛାତ୍ରୀ ଆତ୍ମହତ୍ୟା ଉଦ୍ୟମ
Bhubaneswar, 23 ଜୁଲାଇ (ହି.ସ.) ଜୟପୁର ଏକତରଫା ପ୍ରେମକୁ ନେଇ ରାଇଘରର ନର୍ସିଂ ଛାତ୍ରୀ କଳ୍ପନା ରାୟ ବିଷ ପିଇ ଆତ୍ମହତ୍ୟା ଉଦ୍ୟମ କରିବା ଘଟଣା । ସାମ୍ନାକୁ ଆସିଲା ଅଭିଯୁକ୍ତ ସତ୍ୟଜିତ ସରକାର ବିରୋଧରେ ପୀଡିତା ଜୟପୁର ଟାଉନ ଥାନାରେ ଦେଇଥିବା ଏତଲାର କପି । ପୀଡିତା ଜୟପୁର ଠାରେ ଥିବା ଜୟପୁର କଲେଜ
ନର୍ସିଂହୋମ ଛାତ୍ରୀ ଆତ୍ମହତ୍ୟା ଉଦ୍ୟମ


Bhubaneswar, 23 ଜୁଲାଇ (ହି.ସ.)

ଜୟପୁର

ଏକତରଫା ପ୍ରେମକୁ ନେଇ ରାଇଘରର ନର୍ସିଂ ଛାତ୍ରୀ କଳ୍ପନା ରାୟ ବିଷ ପିଇ ଆତ୍ମହତ୍ୟା ଉଦ୍ୟମ କରିବା ଘଟଣା । ସାମ୍ନାକୁ ଆସିଲା ଅଭିଯୁକ୍ତ ସତ୍ୟଜିତ ସରକାର ବିରୋଧରେ ପୀଡିତା ଜୟପୁର ଟାଉନ ଥାନାରେ ଦେଇଥିବା ଏତଲାର କପି । ପୀଡିତା ଜୟପୁର ଠାରେ ଥିବା ଜୟପୁର କଲେଜ ଅଫ୍ ନର୍ସିଂରେ BSc ତୃତୀୟ ବର୍ଷର ଛାତ୍ରୀ । ଏହି ମାସ ୧୩ ତାରିଖ ଦିନ ସକାଳ ୧୦.୨୦ରେ ଆଉଟିଂରେ ଯାଇଥିଲେ । କଲେଜର ନିୟମ ଅନୁସାରେ ୨ ଘଣ୍ଟା ମଧ୍ୟରେ ସେ ଫେରିବା କଥା କିନ୍ତୁ ସେ ଫେରିନଥିଲେ । ଏନେଇ ତାଙ୍କ ବାପାଙ୍କ ସହ କଲେଜ କତ୍ତୃପକ୍ଷ ଯୋଗାଯୋଗ କରିଥିଲେ। ତେବେ ଝିଅ ତାଙ୍କ ସହ ଅଛି ବୋଲି ପୀଡ଼ିତାର ବାପା କହିଥିଲେ। ପୀଡିତା ରାତି ୯.୩୫ ମିନିଟରେ ବାପାଙ୍କଙ୍କ ସହ ଆହତ ଅବସ୍ଥାରେ କଲେଜକୁ ଫେରିଥିଲେ। କିନ୍ତୁ ଏଠାରେ ମାତ୍ର ୧୦ ମିନିଟ ରହି ସେ ବାପାଙ୍କ ସହ ସେବେଠାରୁ ଚାଲି ଯାଇଛନ୍ତି। ଅଟୋରୁ ପଡି ସେ ଆହତ ହୋଇଥିବା କଲେଜ କତ୍ତୃପକ୍ଷଙ୍କୁ କହିଥିବା ବେଳେ ଅପରପକ୍ଷରେ ଜୟପୁର ଟାଉନ ଥାନାରେ ସେ ଭିନ୍ନ ଅଭିଯୋଗ ଦେଇଛନ୍ତି। ଅଭିଯୋଗ ଅନୁସାରେ ସତ୍ୟଜିତ ସରକାର ନାମକ ଜଣେ ଯୁବକ ତାଙ୍କୁ ହଠାତ୍ ରାସ୍ତାରେ ଆକ୍ରମଣ କରିବା ଏବଂ ଅଶ୍ଳୀଳ ଭାଷାରେ ଗାଳିଗୁଲଜ କରିବା ଅଭିଯୋଗ ହୋଇଛି। ଏପରିକି ପୀଡିତାର ଫଟୋ ଭାଇରାଲ କରିବା ନେଇ ଧମକ ଦେଇଥିବା ଏତଲାରେ ଦର୍ଶାଯାଇଛି। ଏତଲା ଆଧାରରେ ଅଭିଯୁକ୍ତକୁ ଜୟପୁର ଟାଉନ ପୋଲିସ ଗିରଫ କରି କୋର୍ଟ ଚାଲାଣ କରିଥିଲା। ଏତଲା ଅନୁସାରେ BNSର ବିଭିନ୍ନ ଦଫା ଲଗାଯାଇଥିବା କହିଛନ୍ତି ଟାଉନ ଥାନା ଅଧିକାରୀ । ତେବେ ଜାମିନରେ ଆସିବା ପରେ ଅଭିଯୁକ୍ତ ପୀଡ଼ିତାର ଫଟୋ ଭାଇରାଲ କରିଥିଲା।

---------------

ହିନ୍ଦୁସ୍ଥାନ ସମାଚାର / ପିକେପି


 rajesh pande