କେନ୍ଦୁଝର, ୨୨ ଜୁଲାଇ (ହି.ସ.)-
କେନ୍ଦୁଝର ଜିଲ୍ଲା ବଡ଼ବିଲସ୍ଥିତ ସରକାରୀ ଶିଳ୍ପ ତାଲିମ କେନ୍ଦ୍ର ପୂର୍ବ ଭାରତର ସର୍ବୋତ୍ତମ ପ୍ରଦର୍ଶନକାରୀ ଭାବରେ ସମ୍ମାନିତ ହୋଇଛି । ଆଜି ନୂଆଦିଲ୍ଲୀସ୍ଥିତ ଭାରତ ମଣ୍ଡପମରେ ଆୟୋଜିତ ସ୍କିଲ ଇଣ୍ଡିଆ ମିଶନର ୧୦ ବାର୍ଷିକୀ ପୁର୍ତ୍ତୀ ଉପଲକ୍ଷେ ଅନୁଷ୍ଠିତ ହେଉଥିବା “ଭାରତ ସ୍କିଲନେକ୍ସଟ୍ - ୨୦୨୫ର ଉଦଘାଟନୀ ଉତ୍ସବରେ
କେନ୍ଦ୍ର ସରକାରଙ୍କ ଦକ୍ଷତା ବିକାଶ ଓ ଉଦ୍ୟମିତା ମନ୍ତ୍ରଣାଳୟର ମନ୍ତ୍ରୀ ଜୟନ୍ତ ଚୌଧୁରୀଙ୍କ ଠାରୁ ଡିଟିଇଟି ନିର୍ଦ୍ଦେଶକ ଶ୍ରୀ ସମର୍ଥ ବର୍ମା ଓ ଆଇଟିଆଇ ବଡ଼ବିଲର ଅଧ୍ୟକ୍ଷ ଏହି ସମ୍ମାନ ଗ୍ରହଣ କରିଛନ୍ତି।
ଏହି ସମ୍ମାନ ଦକ୍ଷତା ବିକାଶ ଅଭିଯାନକୁ ସାର୍ଥକ କରିବା ଓ ଭାରତର କାର୍ମିକ ଶକ୍ତିକୁ ସଶକ୍ତ କରିବା ଦିଗରେ ବଡ଼ବିଲ ଶିଳ୍ପ ତାଲିମ କେନ୍ଦ୍ର ଓ ସର୍ବୋପରି ରାଜ୍ୟ ସରକାରଙ୍କ ପ୍ରତିବଦ୍ଧତାକୁ ପ୍ରଦର୍ଶିତ କରୁଛି।
ଏହି ସମ୍ମାନ କେନ୍ଦୁଝର ଜିଲ୍ଲା ଓ ଓଡ଼ିଶା ପାଇଁ ଗର୍ବ ଆଣିଦେଇଛି।
ହିନ୍ଦୁସ୍ଥାନ ସମାଚାର / SANTOSH KUMAR MOHAPATRA