ଜନ୍ମଦିନରେ ରକ୍ତଦାନ ଶିବିର; ସଂଗୃହିତ ହେଲା ୪୦ ୟୁନିଟ ରକ୍ତ
ବାରିପଦା, ୨୨ ଜୁଲାଇ (ହି.ସ.)- ରକ୍ତଦାନ ମହାପୂଣ୍ୟକୁ ପାଥେୟ କରି ଆଜିର ଯୁବସମାଜ ରକ୍ତଦାନ କରିବା ପାଇଁ ଆଗେଇ ଆସିଛନ୍ତି । ନିଜ ଜନ୍ମଦିନ ଅଥବା ନିଜ ପରିବାରର ସଦସ୍ୟଙ୍କ ଜନ୍ମଦିନରେ ମଧ୍ୟ ରକ୍ତଦାନ ଶିବିର ଆୟୋଜନ କରି ନିଆରା ଢଙ୍ଗରେ ଜନ୍ମଦିନ ପାଳନ କରୁଛନ୍ତି । ଏହି ପରିପ୍ରେକ୍ଷୀରେ ଷ୍ଟେସନ ବଜାର ସ୍
Rakta dana shibira


ବାରିପଦା, ୨୨ ଜୁଲାଇ (ହି.ସ.)- ରକ୍ତଦାନ ମହାପୂଣ୍ୟକୁ ପାଥେୟ କରି ଆଜିର ଯୁବସମାଜ ରକ୍ତଦାନ କରିବା ପାଇଁ ଆଗେଇ ଆସିଛନ୍ତି । ନିଜ ଜନ୍ମଦିନ ଅଥବା ନିଜ ପରିବାରର ସଦସ୍ୟଙ୍କ ଜନ୍ମଦିନରେ ମଧ୍ୟ ରକ୍ତଦାନ ଶିବିର ଆୟୋଜନ କରି ନିଆରା ଢଙ୍ଗରେ ଜନ୍ମଦିନ ପାଳନ କରୁଛନ୍ତି । ଏହି ପରିପ୍ରେକ୍ଷୀରେ ଷ୍ଟେସନ ବଜାର ସ୍ଥିତ ତୁଳସୀ ଫାଉଣ୍ଡେସନ ଆନୁକୂଲ୍ୟରେ ସକ୍ରିୟ ସଦସ୍ୟା ବନ୍ଦିତା ସାହୁଙ୍କ ଜନ୍ମଦିନ ଅବସରରେ ଓଡିଶା ରକ୍ତ କେନ୍ଦ୍ର, ବାରିପଦା ପରିସରରେ ଏକ ସ୍ଵେଛାକୃତ ରକ୍ତଦାନ ଶିବିର ଆୟୋଜିତ ହୋଇଯାଇଛି । ଏହି ଅବସରରେ ମୁଖ୍ୟ ଜିଲ୍ଲା ଚିକିତ୍ସା ଅଧିକାରୀ କିଶୋର କୁମାର ଆଚାର୍ଯ୍ୟ ଓ ଅତିରିକ୍ତ ଜନସ୍ୱାସ୍ଥ୍ୟ ଅଧିକାରୀ ଶାନ୍ତନୁ କୁମାର ଦାଶ ଅତିଥି ଭାବେ ଯୋଗଦେଇ ଶିବିରକୁ ଉଦଘାଟନ କରିଥିଲେ ।

ଅନ୍ୟ ମାନଙ୍କ ମଧ୍ୟରେ ରକ୍ତଦାତା ଡଃ. ନିରୋଜ କୁମାର ପୋଥାଳ, ସୋମନାଥ ସିଂହ, ଫାଉଣ୍ଡେସନର ପ୍ରତିଷ୍ଠାତା ରଂଜିତା ଦଳେଇ, ଚନ୍ଦନା ବେହେରା, ସଂଗୀତା ମୁଦୁଲି, ରଞ୍ଜିତା ସେଜପଡା ନିଭା ସାହୁ ପ୍ରମୁଖ ଉପସ୍ଥିତ ରହି ରକ୍ତଦାତା ମାନଙ୍କୁ ଉତ୍ସାହିତ କରିଥିଲେ । ଏହି ଶିବିରରେ ବନ୍ଦିତାଙ୍କ ସ୍ୱାମୀ ଦୀପଙ୍କର ସାହୁଙ୍କ ସମେତ ମୋଟ ୪୦ଜଣ ରକ୍ତଦାନ କରିଥିଲେ ।

ନର୍ମଦା ମୁଦୁଲି, ବିକାଶ ସାହା, ଶୁଚିସ୍ମିତା ଆଚାର୍ଯ୍ୟ, ମାନସ ବିଶ୍ୱାଳ, ଚିତ୍ତରଞ୍ଜନ ସ୍ୱାଇଁ, ତାପସ ବେହେରା, ଅରବିନ୍ଦ ମୁଖି, ଭରତ ଚନ୍ଦ୍ର ପାତ୍ର, ରୁମା ବାରିକ, ସୀତା ମାର୍ଣ୍ଡି, ନମିତା ନାୟକ, ବସନ୍ତ ହାଁସଦା, ଦିଲ୍ଲୀପ କୁମାର ତୁଙ୍ଗ ଓ ବୈଦ୍ୟନାଥ ମୁର୍ମୁ ଶିବିର ପରିଚାଳନାରେ ସହାୟତା ପ୍ରଦାନ କରିଥିଲେ । ଶେଷରେ ନହରପଦା ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ପରିସରରେ ଛାତ୍ରଛାତ୍ରୀଙ୍କ ଗହଣରେ ବୃକ୍ଷରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା ।

ହିନ୍ଦୁସ୍ଥାନ ସମାଚାର / ଦିଲ୍ଲୀପ


 rajesh pande