ସମ୍ବଲପୁର, ୨୨ ଜୁଲାଇ (ହି.ସ.) ବୁର୍ଲା ସହରର ସମାଜସେବୀ ତଥା ବିଶିଷ୍ଟ ବ୍ୟବସାୟୀ ମୋହନ ଲାଲ ଯାଯୋଡ଼ିଆ(୬୧)ଙ୍କ ଦୁଃଖଦ ପରଲୋକ ଆଜି ହୋଇ ଯାଇଛି। ସେ ଅନେକ ଦିନ ହେବ ଅସୁସ୍ଥ ହୋଇ ଚିକିତ୍ସାଧୀନ ରହି ଇହଲୀଳା ତ୍ୟାଗ କରିଥିଲେ। ସ୍ୱର୍ଗତ ଜାଯୋଡ଼ିଆ ବୁର୍ଲା ସହରର ଜଣାଶୁଣା ବ୍ୟବସାୟୀ ରାଜକିଶୋର ଯାଯୋଡିଆଙ୍କ ସାନ ଭାଇ ଥିଲେ। ବୁର୍ଲା ସରକାରୀ ଉଚ୍ଚ ବିଦ୍ୟାଳୟ ର ପୁରାତନ ୧୯୭୮ ବେଚର ଛାତ୍ର। ସେ ଜଣେ ଅତ୍ୟନ୍ତ ସରଳ, ଆମାୟିକ ଏବଂ ପରୋପକାରୀ ବ୍ୟକ୍ତି ଭାବରେ ସ୍ଥାନୀୟ ଅଞ୍ଚଳରେ ପରିଚିତ। ମୃତ୍ୟୁ ଶଯ୍ୟା ନିକଟରେ ତାଙ୍କର ଧର୍ମପତ୍ନୀ ମଧୁ, ଏକମାତ୍ର ପୁଅ ଗୌରବଙ୍କ ସମେତ ବଡ଼ଭାଇ ରାଜକିଶୋର ଏବଂ ଡ଼ ନୱଲ, ପୁତୁରା ମହେଶ, ପୁତୁରା ଡ଼ ନିଖିଲ ଉପସ୍ଥିତ ରହିଥିଲେ। ତାଙ୍କର ପରଲୋକ ଖବର ପ୍ରଚାରିତ ହେବା ପରେ ସ୍ଥାନୀୟ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଥିଲା। ଅନେକ ସ୍ଥାନୀୟ ଗଣ୍ୟମାନ୍ୟ ବ୍ୟକ୍ତି ବିଶେଷଙ୍କ ସମେତ ବୁର୍ଲା ସରକାରୀ ଉଚ୍ଚ ବିଦ୍ୟାଳୟ ପୁରାତନ ଛାତ୍ର ସଂଘର ଅନେକ ସଭ୍ୟ ଆସି ତାଙ୍କର ପାର୍ଥବ ଶରୀରର ଶେଷ ଦର୍ଶନ କରି ଶ୍ରଦ୍ଧାଞ୍ଜଳୀ ଅର୍ପଣ କରିଥିଲେ। ବୁର୍ଲା ବିଷ୍ଣୁ ମନ୍ଦିର ପଡ଼ା ସ୍ଥିତ ବୈକୁଣ୍ଠ ଘାଟ ଠାରେ ତାଙ୍କର ଶେଷକୃତ୍ୟ ସମ୍ପର୍ନ୍ନ ହୋଇଥିବା ବେଳେ ପୁଅ ଗୌରବ ମୂଖାଗ୍ନୀ ଦେଇଥିଲେ।
---------------
ହିନ୍ଦୁସ୍ଥାନ ସମାଚାର / ଶୈଳେଶ