ଉଦିତ ପ୍ରଧାନଙ୍କ ସହଯୋଗୀ ଗିରଫ
ଭୁବନେଶ୍ୱର, ୨୨ ଜୁଲାଇ (ହି.ସ.) - ଯୁବତୀଙ୍କୁ ଦୁଷ୍କର୍ମ ଅଭିଯୋଗରେ ପୂର୍ବତନ ଛାତ୍ର କଂଗ୍ରେସ ସଭାପତି ଉଦିତ ପ୍ରଧାନ ଗିରଫ ଘଟଣାରେ ତାଙ୍କର ଅନ୍ୟତମ ସହଯୋଗୀ ଆୟୁଷ୍ମାନ ସାହୁଙ୍କୁ ପୁଲିସ ବାନ୍ଧିଛି। ମଙ୍ଗଳବାର ଗିରଫ ପରେ ଆୟୁଷ୍ମାନଙ୍କୁ ପୁଲିସ କୋର୍ଟ ଚାଲାଣ କରିଛି। ଗତକାଲି ଭିଡିଓ କରି ଉଦିତଙ୍କର ଦୋ
ଉଦିତ ପ୍ରଧାନଙ୍କ ସହଯୋଗୀ ଗିରଫ


ଭୁବନେଶ୍ୱର, ୨୨ ଜୁଲାଇ (ହି.ସ.) - ଯୁବତୀଙ୍କୁ ଦୁଷ୍କର୍ମ ଅଭିଯୋଗରେ ପୂର୍ବତନ ଛାତ୍ର କଂଗ୍ରେସ ସଭାପତି ଉଦିତ ପ୍ରଧାନ ଗିରଫ ଘଟଣାରେ ତାଙ୍କର ଅନ୍ୟତମ ସହଯୋଗୀ ଆୟୁଷ୍ମାନ ସାହୁଙ୍କୁ ପୁଲିସ ବାନ୍ଧିଛି। ମଙ୍ଗଳବାର ଗିରଫ ପରେ ଆୟୁଷ୍ମାନଙ୍କୁ ପୁଲିସ କୋର୍ଟ ଚାଲାଣ କରିଛି। ଗତକାଲି ଭିଡିଓ କରି ଉଦିତଙ୍କର ଦୋଷ ନଥିବା କହିଥିଲେ ଆୟୁଷ୍ମାନ। ସେପଟେ ମାମଲାର ନୂଆ ମୋଡ଼ ନେଇଛି। ଦୁଷ୍କର୍ମ ମାମଲାକୁ ଗଣଦୁଷ୍କର୍ମ ଭାବେ କନଭର୍ଟ କଲା ପୁଲିସ। ଆୟୁଷ୍ମାନ ବିରୋଧରେ ପୁଲିସ ପୀଡିତା ବୟାନ ଦେଇଥିବା ସୂଚନା ଦେଇଛି।

ସୂଚନାଯୋଗ୍ୟ, ଦୁଷ୍କର୍ମ ଅଭିଯୋଗରେ ଗିରଫ ଛାତ୍ର କଂଗ୍ରେସ ସଭାପତି ଉଦିତ ପ୍ରଧାନଙ୍କୁ ସଭାପତି ପଦ ଓ ଦଳରୁ ନିଲମ୍ବନ କରିଛି କଂଗ୍ରେସ।

ମୃଦୁ ପାନୀୟରେ ନିଶା ଦେଇ ହୋଟେଲ୍ ରେ ଜଣେ ଛାତ୍ରୀଙ୍କୁ ଦୁଷ୍କର୍ମ କରିବା ଅଭିଯୋଗରେ ପୁଲିସ ଛାତ୍ର କଂଗ୍ରେସ ସଭାପତି ଉଦିତ ପ୍ରଧାନଙ୍କୁ ଗିରଫ କରିଥିଲା। ମେଂଚଶ୍ୱର ଥାନା ପୁଲିସ ଗତ ରାତିରେ ଉଦିତଙ୍କୁ ଉଠାଇ ନେଇଥିଲା। ଗତକାଲି ତାଙ୍କୁ କୋର୍ଟ ଚାଲାଣ କରିଥିଲା। ପୀଡ଼ିତାଙ୍କ ଅଭିଯୋଗ ଅନୁସାରେ ଚଳିତ ବର୍ଷ ମାର୍ଚ୍ଚ ୧୮ତାରିଖ ଅପରାହ୍ଣରେ ସେ, ତାଙ୍କର ଜଣେ ବାନ୍ଧବୀ ଓ ଜଣେ ସହପାଠୀଙ୍କ ସହ ମିଶି ମାଷ୍ଟରକ୍ୟାଂଟିନ୍ ଛକକୁ ବୁଲିବାକୁ ଯାଇଥିଲେ। ସେଠାରେ ସହପାଠୀଜଣକ ଉଦିତ ପ୍ରଧାନଙ୍କୁ ସେମାନଙ୍କ ସହ ପରିଚିତ କରାଇଥିଲେ। ଏହାପରେ ଉଦିତଙ୍କ ଗାଡ଼ିରେ ସେମାନେ ନୂଆପଲ୍ଲୀସ୍ଥିତ ଏକ ହୋଟେଲକୁ ଯାଇଥିଲେ। ହୋଟେଲ୍ ରେ ସେମାନେ ମଦ ପିଇଥିଲେ। କିନ୍ତୁ ପୀଡ଼ିତା ମଦ ପିଇବାକୁ ମନା କରିଥିଲେ। ତେଣୁ ଉଦିତ ତାଙ୍କୁ ମୃଦୁପାନୀୟ ପିଇବାକୁ କହିଥିଲେ। ସେ କୌଶଳକ୍ରମେ ସେଥିରେ କୌଣସି ନିଶା ମିଶାଇ ତାଙ୍କୁ ପିଇବାକୁ ଦେଇଥିଲେ। ପରେ ତାଙ୍କୁ ଉଦିତ ଦୁଷ୍କର୍ମ କରିଥିବା ସେ ଏତଲାରେ ଉଲ୍ଲେଖ କରିଛନ୍ତି।

---------------

ହିନ୍ଦୁସ୍ଥାନ ସମାଚାର / ବନ୍ଦନା


 rajesh pande