କେନ୍ଦୁଝର, 22 ଜୁଲାଇ (ହି.ସ.) ପାଟଣା ରେଞ୍ଜ ଅନ୍ତର୍ଗତ କେନ୍ଦେଇପଶି ଗ୍ରାମ ପଞ୍ଚାୟତର ସିଲିଦା ଗ୍ରାମରେ ଏକ ହାତୀ ପଲ ସକାଳୁ ପଶିଥିବା ଜଣାପଡିଛି। ଏହି ହାତୀପଲ ଘର ଭାଙ୍ଗିବା ସହ ଧାନ ଚାଉଳ ଖାଇ ଯାଇଥିବା ଅଭିଯୋଗ ହୋଇଛି। ଜଙ୍ଗଲ ବିଭାଗ କର୍ମଚାରୀ ଖବର ପାଇ ସେଠାର ପହଞ୍ଚି ହାତୀପଲଙ୍କୁ ଘଉଡ଼ାଥିବା ବେଳେ ହାତୀ ପଲ ଏବେ ନିକଟସ୍ଥ ଜଙ୍ଗଲରେ ଥିବା ଜଣାପଡିଛି।
ହିନ୍ଦୁସ୍ଥାନ ସମାଚାର / SANTOSH KUMAR MOHAPATRA