ସ୍ୱାସ୍ଥ୍ୟମନ୍ତ୍ରୀଙ୍କ ବକ୍ତବ୍ୟ କେନ୍ଦ୍ରାପଡ଼ାବାସୀଙ୍କୁ ନିରାଶ କରିଛି - ବିଧାୟକ ଗଣେଶ୍ୱର ବେହେରା
କେନ୍ଦ୍ରାପଡ଼ା, ୨୨ ଜୁଲାଇ(ହି.ସ.) – ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ମୁକେଶ ମହାଲିଙ୍ଗ ଜୁଲାଇ ୨ତାରଖରେ କେନ୍ଦ୍ରାପଡା ଗସ୍ତ ଅବସରରେ ଏଠାରେ ମେଡିକାଲ କଲେଜ ପ୍ରତିଷ୍ଠା ହେବ ବୋଲି ପ୍ରତିଶ୍ରୁତି ଦେଇଛନ୍ତି । ଏହା ସରକାରଙ୍କ ଟପ ୨୧ ଏଜେଣ୍ଡାରେ ଥିବା କହିଛନ୍ତି । ସ୍ୱାସ୍ଥ୍ୟମନ୍ତ୍ରୀଙ୍କ
ସ୍ୱାସ୍ଥ୍ୟମନ୍ତ୍ରୀଙ୍କ ବକ୍ତବ୍ୟ କେନ୍ଦ୍ରାପଡ଼ାବାସୀଙ୍କୁ ନିରାଶ କରିଛି - ବିଧାୟକ ଗଣେଶ୍ୱର ବେହେରା


କେନ୍ଦ୍ରାପଡ଼ା, ୨୨ ଜୁଲାଇ(ହି.ସ.) – ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ମୁକେଶ ମହାଲିଙ୍ଗ ଜୁଲାଇ ୨ତାରଖରେ କେନ୍ଦ୍ରାପଡା ଗସ୍ତ ଅବସରରେ ଏଠାରେ ମେଡିକାଲ କଲେଜ ପ୍ରତିଷ୍ଠା ହେବ ବୋଲି ପ୍ରତିଶ୍ରୁତି ଦେଇଛନ୍ତି । ଏହା ସରକାରଙ୍କ ଟପ ୨୧ ଏଜେଣ୍ଡାରେ ଥିବା କହିଛନ୍ତି । ସ୍ୱାସ୍ଥ୍ୟମନ୍ତ୍ରୀଙ୍କ ଏହି ବୟାନ ଆସିବା ପରେ ବିରୋର୍ôଧ ବିଜୁ ଜନତା ଦଳ ମନ୍ତ୍ରୀଙ୍କୁ ସମାଲୋଚନା କରିଛି । ଏ ନେଇ ଜାରି ପ୍ରେସ ବିବୃତିରେ କେନ୍ଦ୍ରାପଡା ବିଧାୟକ ଗଣେଶ୍ୱର ବେହେରା ଦର୍ଶାଇଛନ୍ତି ଯେ ସ୍ୱାସ୍ଥ୍ୟ ମନ୍ତ୍ରୀ ଡ. ମୁକେଶ ମହାଲିଙ୍ଗ କେନ୍ଦ୍ରାପଡା ଗସ୍ତ ଅବସରରେ କେନ୍ଦ୍ରାପଡାରେ ମେଡିକାଲ କଲେଜ ପ୍ରତିଷ୍ଠା ସମ୍ପର୍କରେ ଦେଇଥିବା ବିବୃତି ନୈରାଶ୍ୟଜନକ । ମେଡିକାଲ ପ୍ରତିଷ୍ଠା କେନ୍ଦ୍ରାପଡା ଜିଲ୍ଲାର ସର୍ବପ୍ରଧାନ ଦାବି । ସେ ଏ ସଂକ୍ତାନ୍ତରେ ବିଧାନସଭାରେ ୩ଥର ପ୍ରସଙ୍ଗ ଉଠାଇଛନ୍ତି । ମୁଖ୍ୟମନ୍ତ୍ରୀ ଜୁନ ୯ରେ କେନ୍ଦ୍ରାପଡା ଗସ୍ତ ସମୟରେ ତାଙ୍କ ସମୀକ୍ଷା ବୈଠକରେ ବିଜେଡି ତରଫରୁ ସମସ୍ତ ୪ ଜଣ ବିଧାୟକ ସମସ୍ୱରରେ ଦାବି ଉପାସ୍ଥାପନ କରିଥିଲେ । ଗତ ଏପ୍ରିଲ ୧୬ ତାରିଖରେ କେନ୍ଦ୍ରାପଡା ବିଧାନସଭା ନିର୍ବାଚନମଣ୍ଡଳୀ ବିଜେଡି ତରଫରୁ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ମଧ୍ୟ ଘେରାଉ କରାଯାଇଥିଲା । ହେଲେ ମନ୍ତ୍ରୀ ତାଙ୍କ ବକ୍ତବ୍ୟରେ କହିଛନ୍ତି ଯେ ପ୍ରତ୍ୟକ ଜିଲ୍ଲାରେ ଗୋଟିଏ ମେଡିକାଲ କଲେଜ ହେବ । ଆମର ଶ୍ରେଷ୍ଠ ୨୧ଟି ଏଜେଣ୍ଡାରେ ଏହା ସ୍ଥାନୀତ ହୋଇଛି । କେନ୍ଦ୍ରାପଡାରେ ମଧ୍ୟ ହେବାର ସମ୍ଭାବନା ରହିଛି ଏହି ଉକ୍ତ କୈଣସି ପ୍ରତିଶୃତି ବହନ କରେ ନାହିଁ । କିନ୍ତୁ କେବେ ହେବ ତାହା କହିନାହାନ୍ତି । ସ୍ୱାସ୍ଥ୍ୟମନ୍ତ୍ରୀ ନିଦ୍ଦିଷ୍ଟ ଭାବେ କେଉଁ ଆର୍ଥିକ ବର୍ଷରେ କେନ୍ଦ୍ରାପଡାରେ ମେଡିକାଲ କଲେଜ ପ୍ରତିଷ୍ଠା ହେବ ତାହା ଘୋଷଣା କରିବାକୁ ବିଧାୟକ ଦାବି କରିଛନ୍ତି ।

ହିନ୍ଦୁସ୍ଥାନ ସମାଚାର/ରବି/ବୀଣାପାଣି

.......................................

ହିନ୍ଦୁସ୍ଥାନ ସମାଚାର / ବୀଣାପାଣି


 rajesh pande