ମାଲକାନଗିରି, ୨୨ ଜୁଲାଇ (ହି.ସ.)-
ପ୍ରଧାନମନ୍ତ୍ରୀ ଶ୍ରୀ କେନ୍ଦ୍ରୀୟ ବିଦ୍ୟାଳୟ, ମାଲକାନଗିରି ବିଦ୍ୟାଳୟ ପରିଚାଳନା ସମିତିର ଗୁରୁତ୍ୱପୂର୍ଣ୍ଣ ବୈଠକ ଆଜି ବିଦ୍ୟାଳୟର ଅଧ୍ୟକ୍ଷ ଡଃ. କୈଳାଶ ମୀନାଙ୍କ କକ୍ଷରେ ଅନୁଷ୍ଠିତ ହୋଇଥିଲା। ଏହି ବୈଠକରେ ଅଧ୍ୟକ୍ଷତା କରିଥିଲେ ଜିଲ୍ଲାପାଳ
ଆଶିଷ ଇଶ୍ୱର ପାଟିଲ ।
ଏହି ବୈଠକରେ ଚିତ୍ତରଞ୍ଜନ ପାଣିଗ୍ରାହୀ, ଜିଲ୍ଲା ଶିକ୍ଷା ଅଧିକାରୀ, ଡ଼ଃ. ରଞ୍ଜନ ସ୍ୱାଇଁ, ଅଧ୍ୟାପକ, ମାଲକାନଗିରି କଳା ମହାବିଦ୍ୟାଳୟ
ଦୁଶ୍ମନ୍ତ ଜେନା, ପ୍ରଧାନ ଶିକ୍ଷକ, ମହିଳା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ, ଦିନେଶ କୁମାର, ପ୍ରାଥମିକ ଶିକ୍ଷକ, ପିଏମଶ୍ରୀ କେନ୍ଦ୍ରୀୟ ବିଦ୍ୟାଳୟ ମାଲକାନଗିରି ପ୍ରମୁଖ ଉପସ୍ଥିତ ଥିଲେ l
ବୈଠକରେ ମୁଖ୍ୟତଃ ବୋର୍ଡ୍ କ୍ଲାସ୍ ଫଳାଫଳକୁ ଉନ୍ନତି କରିବା ପାଇଁ କାର୍ଯ୍ୟଯୋଗ୍ୟ ଯୋଜନା,
ବିଦ୍ୟାଳୟର ଢାଞ୍ଚାଗତ ବିକାଶ କରି ଆଧୁନିକ ଶିକ୍ଷା ପରିବେଶ ସୃଷ୍ଟି, ଛାତ୍ରଛାତ୍ରୀଙ୍କ ସମଗ୍ର ବିକାଶ ଓ ମଙ୍ଗଳ ସହ ଜଡିତ ଅନ୍ୟାନ୍ୟ ମୁଖ୍ୟ ବିଷୟଦିଗଗୁଡ଼ିକୁ ନେଇ ଆଲୋଚନା ହୋଇଥିଲା l
ଅଧ୍ୟକ୍ଷଙ୍କ ଦ୍ୱାରା ପିଏମଶ୍ରୀ ଯୋଜନା ଅନୁଯାୟୀ ନିର୍ଦ୍ଦିଷ୍ଟ ଲକ୍ଷ୍ୟ ସାଧନ ପାଇଁ ସମୁଦାୟିକ ଦାୟିତ୍ୱ ଓ ଦୃଢ଼ ପ୍ରତିବଦ୍ଧତା ଉପରେ ଜୋର ଦିଆଯାଇଥିଲା।
ଏହି ବୈଠକକୁ ବିଦ୍ୟାଳୟର ଇଂରାଜୀ ଅଧ୍ୟାପକ ଅମିତ ଦାସ, କାର୍ଯ୍ୟ ଅନୁଭବ ଶିକ୍ଷକ ଭି. ଅଶୋକ କୁମାର ଏବଂ କଳା ଶିକ୍ଷକ ଆଦିତ୍ୟ କୁମାର ପରିଚାଳନା କରିଥିଲେ l
ହିନ୍ଦୁସ୍ଥାନ ସମାଚାର / ଶିବବ୍ରତ