ସ୍ୱାଧୀନତା ଦିବସ ପ୍ରସ୍ତୁତି ବୈଠକ
୭୯ତମ ରାଜ୍ୟସ୍ତରୀୟ ସ୍ୱାଧୀନତା ଦିବସରେ ଅଭିବାଦନ ଗ୍ରହଣ କରିବେ ମୁଖ୍ୟମନ୍ତ୍ରୀ ଭୁବନେଶ୍ୱର, ୨୨ ଜୁଲାଇ (ହି.ସ)- ୭୯ ତମ ରାଜ୍ୟସ୍ତରୀୟ ସ୍ୱାଧୀନତା ଦିବସରେ ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ଜାତୀୟ ପତାକା ଉତୋଳନ କରି ଅଭିବାଦନ ଗ୍ରହଣ କରିବେ। ପିଏମଜି ଛକରୁ ମାଷ୍ଟର କ୍ୟାଂଟିନ୍ ଛକ ପର୍ଯ୍ୟନ୍ତ
ସ୍ୱାଧୀନତା ଦିବସ ପ୍ରସ୍ତୁତି ବୈଠକ


୭୯ତମ ରାଜ୍ୟସ୍ତରୀୟ ସ୍ୱାଧୀନତା ଦିବସରେ ଅଭିବାଦନ ଗ୍ରହଣ କରିବେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର, ୨୨ ଜୁଲାଇ (ହି.ସ)- ୭୯ ତମ ରାଜ୍ୟସ୍ତରୀୟ ସ୍ୱାଧୀନତା ଦିବସରେ ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ଜାତୀୟ ପତାକା ଉତୋଳନ କରି ଅଭିବାଦନ ଗ୍ରହଣ କରିବେ। ପିଏମଜି ଛକରୁ ମାଷ୍ଟର କ୍ୟାଂଟିନ୍ ଛକ ପର୍ଯ୍ୟନ୍ତ ମହାତ୍ମା ଗାନ୍ଧୀ ମାର୍ଗରେ ଏହି ବର୍ଣ୍ଣାଢ୍ୟ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ।

ମଙ୍ଗଳବାର ଅତିରିକ୍ତ ମୁଖ୍ୟ ସଚିବ ସତ୍ୟବ୍ରତ ସାହୁଙ୍କ ଅଧ୍ୟକ୍ଷତାରେ ସ୍ୱାଧୀନତା ଦିବସ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି । ଏଥିରେ ସୂଚନା ଓ ଲୋକସମ୍ପର୍କ ବିଭାଗ ପ୍ରମୁଖ ଶାସନ ସଚିବ ସଞ୍ଜୟ କୁମାର ସିଂହ, ଗୃହ ବିଭାଗ ସ୍ୱତନ୍ତ୍ର ସଚିବ ଆର କେ ଶର୍ମା, ପୁଲିସ କମିସନର ଦେବଦତ ସିଂହ, ସର୍ବୋଚ୍ଚ ଯନ୍ତ୍ରୀ (ବିଦ୍ୟୁତ) ଓ ଅନ୍ୟ ସମ୍ପୃକ୍ତ ବିଭାଗୀୟ ବରିଷ୍ଠ ଅଧିକାରୀମାନେ ଯୋଗ ଦେଇଥିଲେ ।

ବୈଠକରୁ ଜଣାପଡିଛି ଯେ ମୁଖ୍ୟମନ୍ତ୍ରୀ ଅଭିବାଦନ ମଂଚ ନିକଟରେ ପହଂଚିବା ମାତ୍ରେ ମୁଖ୍ୟ ସଚିବ ମନୋଜ ଆହୁଜା, ଗୃହ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ସତ୍ୟବ୍ରତ ସାହୁ, ପୋଲିସ ମହାନିର୍ଦ୍ଦେଶକ ୱାଇ ବି ଖୁରାନିଆ, ଡିଡିଜି ଏନ୍‌ସିସି, ଭୁବନେଶ୍ୱର ତାଙ୍କୁ ସ୍ୱାଗତ କରିବେ। ମଂଚ ନିକଟକୁ ମୁଖ୍ୟ ଶାସନ ସଚିବ ଏବଂ ପୋଲିସ ମହାନିର୍ଦ୍ଦେଶକ ପାଛୋଟି ନେବେ। ସକାଳ ୯ ଘଟିକା ସମୟରେ ମୁଖ୍ୟ ଅତିଥି ମୁଖ୍ୟମନ୍ତ୍ରୀଙ୍କ ଦ୍ୱାରା ଜାତୀୟ ପତାକା ଉତୋଳନ କରାଯିବ । ପୋଲିସ ବ୍ୟାଣ୍ଡ ଦ୍ୱାରା ଜାତୀୟ ସଂଗୀତର ପୂର୍ଣ୍ଣ ସଂସ୍କରଣ ଗାନ କରାଯିବ ଏବଂ ପରେ ମୁଖ୍ୟମନ୍ତ୍ରୀ ପ୍ୟାରେଡ୍ ରେ ଅଭିବାଦନ ଗ୍ରହଣ କରିବେ। ଚଳିତ ସ୍ୱାଧୀନତା ଦିବସରେ ୪୫ଟି ଦଳ ପ୍ୟାରେଡ୍ ରେ ଅଂଶଗ୍ରହଣ କରିବେ । ପୋଲିସ କମିଶନର ଏହିସବୁ ଦଳକୁ ଚୟନ କରିବେ। ମୁଖ୍ୟମନ୍ତ୍ରୀ ରାଜ୍ୟବାସୀଙ୍କୁ ସ୍ୱାଧୀନତା ଦିବସ ଉପଲକ୍ଷେ ଅଭିଭାଷଣ ପ୍ରଦାନ କରିବେ । ଶ୍ରେଷ୍ଠ ପ୍ରଦର୍ଶନକାରୀ ଦଳକୁ ସେ ପୁରସ୍କାର ପ୍ରଦାନ କରିବେ।

ସୂଚନା ଓ ଲୋକସମ୍ପର୍କ ବିଭାଗର ପ୍ରମୁଖ ଶାସନ ସଚିବ ସଂଜୟ କୁମାର ସିଂହ କହିଲେ ଯେ ପ୍ୟାରେଡ୍ କାର୍ଯ୍ୟକ୍ରମ ସରିବା ପରେ ମୁଖ୍ୟମନ୍ତ୍ରୀଙ୍କ କାରକେଡ୍ ନ ଯାଉଣୁ ଟ୍ରାଫିକ୍ ଅବ୍ୟବସ୍ଥା ହେଉଛି । ଏଣୁ ଏ ଦିଗରେ ବିହିତ ଦୃଷ୍ଟି ଦେବାକୁ ପୋଲିସ କମିଶନରଙ୍କୁ ଅତିରିକ୍ତ ମୁଖ୍ୟ ଶାସନ ସଚିବ ପରାମର୍ଶ ଦେଇଥିଲେ । ୨୦୨୫ ଅଗଷ୍ଟ ୧୧ ଓ ୧୨ ତାରିଖ ଦିନ ଅପରାହ୍ନ ୩ଟାରେ ଏବଂ ୧୩ ତାରିଖ ଦିନ ସକାଳ ୯ଟାରେ ଭାଗ ନେଉଥିବା ଦଳମାନେ ପ୍ୟାରେଡ୍ ଅଭ୍ୟାସ କରିବେ । ଯେଉଁ ସ୍କୁଲରେ ବସ୍ ବ୍ୟବସ୍ଥା ରହିଛି, ସେମାନେ ନିଜ ସ୍କୁଲ ବସ୍ ରେ ପିଲାମାନଙ୍କୁ ଆଣିବେ ଓ ଯେଉଁ ସ୍କୁଲର ନିଜର ବସ୍ ନାହିଁ ସେମାନଙ୍କ ପାଇଁ ଯାତାୟତର ବ୍ୟବସ୍ଥା କରାଯିବ ।

ସାଧାରଣ ଜନତାଙ୍କ ଅସୁବିଧାକୁ ଏଡ଼ାଇବା ପାଇଁ ପ୍ୟାରେଡ୍ ଅଭ୍ୟାସ ଓ ସ୍ୱାଧୀନତା ଦିବସ ଉତ୍ସବ ସମୟରେ ଟ୍ରାଫିକ୍ ପରିବର୍ତନ କରାଯିବ । ଡିସିପି ଭୁବନେଶ୍ୱର ଉତ୍ସବ ପାଇଁ ପରିବର୍ତିତ ଟ୍ରାଫିକ୍ ବ୍ୟବସ୍ଥା କରିବେ । ଯାତ୍ରୀମାନଙ୍କ ମାର୍ଗଦର୍ଶନ ପାଇଁ ଉପଯୁକ୍ତ ସାଇନେଜ୍ ଲଗାଯିବ । ରାଜଭବନ ଛକରୁ ଏ ଜି ଛକ, ଏ ଜି ଛକରୁ ହାଉସିଂ ବୋର୍ଡ ଛକ ପର୍ଯ୍ୟନ୍ତ ଜାତୀୟ ପତାକା ସହ ଆବଶ୍ୟକୀୟ ସାଜସଜ୍ଜାର ବ୍ୟବସ୍ଥା ସୂଚନା ଓ ଲୋକସମ୍ପର୍କ ବିଭାଗ ପକ୍ଷରୁ ସମାହିତ ହେବ ।

ଲୋକସେବ। ଭବନ, ବିଧାନସଭା ଭବନ, ରାଜୀବ ଭବନ, ଖାରବେଳ ଭବନ, କୃଷି ଭବନ, ଲୋକ ସମ୍ପର୍କ ଭବନ, କମିଶନରେଟ୍ ଅଫ୍ ପୋଲିସ ଭବନ ଏବଂ ଜୟଦେବ ଭବନ, ନିର୍ମାଣ ସୌଧରେ ଆଲୋକୀକରଣ କାର୍ଯ୍ୟ ସମ୍ପୃକ୍ତ ବିଭାଗ ଦ୍ୱାରା କରାଯିବ। ଇପିକଲ, ଓଏମ୍‌ସି, ବିଡିଏ, ଇଡ୍‌କୋ, ପିଏମ୍‌ଜି, ଏଜି ଓଡ଼ିଶା, ଓଡ଼ିଶା ରାଜ୍ୟ ସମବାୟ ବ୍ୟାଙ୍କ, ରାଜ୍ୟ ଗୃହ ନିର୍ମାଣ ବୋର୍ଡ, ଏସବିଆଇ, ଆରବିଆଇ ଏବଂ ଅନ୍ୟ ସମସ୍ତ ସରକାରୀ କୋଠ।ଗୁଡ଼ିକୁ ସ୍ୱାଧୀନତା ଦିବସ-୨୦୨୫ ଅବସରରେ ସେମାନଙ୍କ କୋଠ। ଆଲୋକିତ କରିବ। ପାଇଁ ପଦକ୍ଷେପ ନେବାକୁ ଅନୁରୋଧ କରାଯିବ ।

ଉତ୍ସବ ସ୍ଥଳରେ ଶକ୍ତି ବିଭାଗ, କାର୍ଯ୍ୟ ବିଭାଗ ଏବଂ ଡିସିପି ଭୁବନେଶ୍ୱର ଦ୍ୱ।ରା ବିଦ୍ୟୁତ୍ ଯୋଗାଣର ମିଳିତ ଯାଞ୍ଚ କରାଯିବ। ସୂଚନା ଓ ଲୋକସମ୍ପର୍କ ବିଭାଗ ପକ୍ଷରୁ ଗଣମାଧ୍ୟମକୁ ଲାଇଭ୍ ଫିଡ୍ ଦେବାର ବନ୍ଦୋବସ୍ତ କରାଯିବ । କାର୍ଯ୍ୟକ୍ରମରେ ପାନୀୟ ଜଳ ଯୋଗାଣ ୱାଟ୍‌କୋ, ଭୁବନେଶ୍ୱର ଦ୍ୱ।ରା ବ୍ୟବସ୍ଥ। କରାଯିବ ଏବଂ ସ୍ଥାନର ପରିଚ୍ଛନ୍ନତ। ବିଏମ୍‌ସି ଦ୍ୱାରା ସୁନିଶ୍ଚିତ କରାଯିବ। କ୍ୟାପିଟାଲ ହସ୍ପିଟାଲ ନିର୍ଦ୍ଦେଶକ କାର୍ଯ୍ୟକ୍ରମରେ ପ୍ରାଥମିକ ଚିକିତ୍ସ। ୟୁନିଟ୍ ଏବଂ ଆମ୍ବୁଲାନ୍ସ ବ୍ୟବସ୍ଥ। କରିବେ। ସ୍ୱାସ୍ଥ୍ୟ ଏବଂ ପରିବାର କଲ୍ୟ।ଣ ବିଭାଗ କାର୍ଯ୍ୟକ୍ରମରେ ଔଷଧ / ପ୍ରାଥମିକ ଚିକିତ୍ସା କିଟ୍ ସହିତ ପର୍ଯ୍ୟାପ୍ତ ସଂଖ୍ୟକ ଡାକ୍ତରଙ୍କ ଉପସ୍ଥିତି ସୁନିଶ୍ଚିତ କରିବେ।

ଗୃହ ବିଭ।ଗ ଦ୍ୱ।ର। ୧୫.୦୮.୨୦୨୫ ସକାଳ ୧୧.୩୦ ସମୟରେ ଲୋକସେବ। ଭବନର କନଭେନସନ ସେଣ୍ଟରରେ ବିଭିନ୍ନ ପଦକ ପ୍ରଦାନ ପ।ଇଁ ଇନ୍‌ଭେଷ୍ଟିଚିୟୋର ସେରେମୋନି ଆୟୋଜିତ ହେବ । ସନ୍ଧ୍ୟାବେଳେ ସଂସ୍କୃତି ବିଭାଗ ତରଫରୁ ରବୀନ୍ଦ୍ର ମଣ୍ଡପ ଠାରେ ଦେଶାତ୍ମବୋଧକ ସଙ୍ଗୀତ ପରିବେଷଣ କରାଯିବ ।

---------------

ହିନ୍ଦୁସ୍ଥାନ ସମାଚାର / ବନ୍ଦନା


 rajesh pande