ବେଆଇନ ବିଦ୍ୟୁତ ତାର ସ˚ଯୋଗରେ ମୃତ୍ୟୁ ହୋଇଥିବା ଅଭିଯୋଗ : ଅଭିଯୁକ୍ତକୁ ୨ବର୍ଷ ସଶ୍ରମ କାରାଦଣ୍ତ ସହ ୧୫ ହଜାର ଜୋରିମାନା
ଜୟପୁର, ୨୨ ଜୁଲାଇ (ହି.ସ.)- ଜୟପୁର ଜିଲ୍ଲା କୋର୍ଟ ପକ୍ଷରୁ ଗତ ୨୦୧୭ ମସିହାରେ ଜମିରେ ବେଆଇନ ଭାବେ ବିଦ୍ୟୁତ ତାର ସ˚ଯୋଗ କରି ଜଣକର ମୃତ୍ୟୁ ହୋଇଥବା ଅଭିଯୋଗରେ ଆଜି ଜିଲ୍ଲା ଜଜ ପ୍ରଦୀପ କୁମାର ମହନ୍ତ ଅଭିଯୁକ୍ତକୁ ୨ ବର୍ଷ ସଶ୍ରମ କାରାଦଣ୍ତରେ ଦଣ୍ତିତ କରିବା ସହ ୧୫ ହଜାର ଟଙ୍କା ଜୋରିମାନା ଆଦା
ବେଆଇନ ବିଦ୍ୟୁତ ତାର ସ˚ଯୋଗରେ ମୃତ୍ୟୁ ହୋଇଥିବା ଅଭିଯୋଗ : ଅଭିଯୁକ୍ତକୁ ୨ବର୍ଷ ସଶ୍ରମ କାରାଦଣ୍ତ ସହ ୧୫ ହଜାର ଜୋରିମାନା


ଜୟପୁର, ୨୨ ଜୁଲାଇ (ହି.ସ.)-

ଜୟପୁର ଜିଲ୍ଲା କୋର୍ଟ ପକ୍ଷରୁ ଗତ ୨୦୧୭ ମସିହାରେ ଜମିରେ ବେଆଇନ ଭାବେ ବିଦ୍ୟୁତ ତାର ସ˚ଯୋଗ କରି ଜଣକର ମୃତ୍ୟୁ ହୋଇଥବା ଅଭିଯୋଗରେ ଆଜି ଜିଲ୍ଲା ଜଜ ପ୍ରଦୀପ କୁମାର ମହନ୍ତ ଅଭିଯୁକ୍ତକୁ ୨ ବର୍ଷ ସଶ୍ରମ କାରାଦଣ୍ତରେ ଦଣ୍ତିତ କରିବା ସହ ୧୫ ହଜାର ଟଙ୍କା ଜୋରିମାନା ଆଦାୟ କରିବାକୁ ନିର୍ଦେଶ ଦେଇଛନ୍ତି।

ଗତ ୨୦୧୭ ମସିହାରେ ଦିଗାପୁର ଗ୍ରାମର ପିତ ଦଳେଇ ଓ ବୁଦ୍ରା ଖିଲ ଦୁଇ ଜଣ ନିଜ ଜମିର ତାରବାଡରେ ବିଦ୍ୟୁତ ସ˚ଯୋଗ କରିଥିଲେ। ନୂଆପୁଟ ଗ୍ରାମର ମନ ପରଜା ପୁସପୁନି ଯାତ୍ରା ନିମନ୍ତେ ଜମିକୁ ଯିବା ସମୟରେ ବିଦ୍ୟୁତ ତାର ସ˚ସ୍ପର୍ଶରେ ଆସି ତାଙ୍କର ମୃତ୍ୟୁ ହୋଇଥିଲା। ଏନେଇ ଜୟପୁର ସଦର ଥାନାରେ ଏକ ମାମଲା ରୁଜୁ ହୋଇଥିଲା। ସଦର ପୁଲିସ ଉଭୟ ପିତ ଦଳେଇ ଓ ବୁଦୁରା ଖିଲକୁ କୋର୍ଟଚାଲାଣ କରିଥିଲା। ଆଜି ଜିଲ୍ଲା ଜଜ ୮ ଜଣଙ୍କ ସାକ୍ଷ୍ୟ ପ୍ରମାଣକୁ ଭିତ୍ତିକରି ଅଭିଯୁକ୍ତ ପିତ ଦଳେଇକୁ ୩୦୪ ଆଇନ ଅନୁଯାୟୀ ୨ବର୍ଷ ସଶ୍ରମ କାରାଦଣ୍ତରେ ଦଣ୍ତିତ କରିବା ସହ ୧୦ ହଜାର ଟଙ୍କା ଜୋରିମାନା, ଜୋରିମାନା ଅନାଦେୟ ସତ୍ତ୍ବେ ୧ ବର୍ଷ ଜେଲଦଣ୍ତ ଓ ୧୩୫ ଧାରା ଅନୁସାରେ ୫ ହଜାର ଟଙ୍କା ଜୋରିମାନା ଓ ଅନାଦେୟ ସତ୍ତ୍ବେ ୬ମାସ ଜେଲ ଦଣ୍ତରେ ଦଣ୍ତିତ କରିଛନ୍ତି। ସରାକାରଙ୍କ ପକ୍ଷରୁ କ୍ୟାଡର ପବ୍ଲିକ ପ୍ରସ୍ୟୁକେଟର ମହେନ୍ଦ୍ର କୁମାର ନାଗ୍ ମାମଲା ପରିଚାଳନା କରିଥିଲେ ।

ହିନ୍ଦୁସ୍ଥାନ ସମାଚାର / ପିକେପି


 rajesh pande