ଜଗତସିଂହପୁରରେ ଯୁବତୀଙ୍କୁ ଗଣଦୁଷ୍କର୍ମ ମାମଲା :  ଜଣେ ଅଭିଯୁକ୍ତ ଗିରଫ, ଅନ୍ୟ ଜଣକୁ ଖୁବଶୀଘ୍ର ଗିରଫ କରାଯିବ- ଏସପି
ଜଗତସିଂହପୁର, ୨୨ ଜୁଲାଇ (ହି.ସ.)- ଜଗତସିଂହପୁର ସଦର ଥାନା ଅନ୍ତର୍ଗତ ଚାନ୍ଦଗଡ଼ ଅଂଚଳରେ ଯୁବତୀଙ୍କୁ ଗଣଦୁଷ୍କର୍ମ ମାମଲାରେ ଜଣେ ଅଭିଯୁକ୍ତକୁ ନିଆଳିରୁ ଗିରଫ କରିଛି ପୋଲିସ । ଅନ୍ୟ ଜଣକୁ ଚିହ୍ନଟ କରାଯାଇଛି । ଖୁବଶୀଘ୍ର ତାକୁ ବି ଗିରଫ କରାଯିବ ବୋଲି କହିଛନ୍ତି ଜଗତସିଂହପୁର ଏସପି ଭବାନୀଶଙ୍କର ଉଦ୍‌ଗାତ
ଜଗତସିଂହପୁରରେ ଯୁବତୀଙ୍କୁ ଗଣଦୁଷ୍କର୍ମ ମାମଲା :  ଜଣେ ଅଭିଯୁକ୍ତ ଗିରଫ, ଅନ୍ୟ ଜଣକୁ ଖୁବଶୀଘ୍ର ଗିରଫ କରାଯିବ- ଏସପି


ଜଗତସିଂହପୁର, ୨୨ ଜୁଲାଇ (ହି.ସ.)- ଜଗତସିଂହପୁର ସଦର ଥାନା ଅନ୍ତର୍ଗତ ଚାନ୍ଦଗଡ଼ ଅଂଚଳରେ ଯୁବତୀଙ୍କୁ ଗଣଦୁଷ୍କର୍ମ ମାମଲାରେ ଜଣେ ଅଭିଯୁକ୍ତକୁ ନିଆଳିରୁ ଗିରଫ କରିଛି ପୋଲିସ । ଅନ୍ୟ ଜଣକୁ ଚିହ୍ନଟ କରାଯାଇଛି । ଖୁବଶୀଘ୍ର ତାକୁ ବି ଗିରଫ କରାଯିବ ବୋଲି କହିଛନ୍ତି ଜଗତସିଂହପୁର ଏସପି ଭବାନୀଶଙ୍କର ଉଦ୍‌ଗାତା ।

ଜଗତସିଂହପୁର ଏସପି ଶ୍ରୀ ଉଦ୍‌ଗାତା କହିଛନ୍ତି ଯେ, ମୋବାଇଲ୍ କଲ୍ ଡିଟେଲ୍ ଯାଂଚ୍ ହୋଇଥିଲା । ଜଗତସିଂହପୁର ଏସଡିପିଓଙ୍କ ନେତୃତ୍ୱରେ ତିନୋଟି ଟିମ୍ ଗଠନ କରାଯାଇଥିଲା । ଗୋଟିଏ ଟିମ୍ ସେଥିରେ ସଫଳ ହୋଇଥିଲେ । ଜଣେ ଅଭିଯୁକ୍ତକୁ ଗିରଫ କରାଯାଇଛି । ତାକୁ ବାହାର ଜିଲ୍ଲାରୁ ଧରାଯାଇଛି । ଘଟଣାରେ ଜଡ଼ିତ ଅନ୍ୟ ଅଭିଯୁକ୍ତକୁ ଧରିବା ପାଇଁ ଗୋଟିଏ ଟିମ୍ ବାହାରେ ଅଛନ୍ତି । ସେମାନେ ଅତି ଶୀଘ୍ର ଅନ୍ୟ ଅଭିଯୁକ୍ତକୁ ଧରିବେ ବୋଲି ଆଶା କରାଯାଉଛି । ପୀଡ଼ିତାଙ୍କ ବାନ୍ଧବୀଙ୍କୁ ଅଟକ ରଖି ପଚରା ଉଚରା ଚଳାଇଛି ପୋଲିସ । ଗୋଟିଏ ମୋବାଇଲ ଫୋନ୍ ଜବତ ହୋଇଛି । ଅନ୍ୟପକ୍ଷରେ ୨୪ ଘଂଟା ମଧ୍ୟରେ ଯଦି ଅଭିଯୁକ୍ତ ଗିରଫ ନହୁଏ, ତେବେ ଏସପି ଅଫିସ ଘେରାଉ କରିବ ବୋଲି ବିଜୁ ଜନତା ଦଳ ଚେତାବନୀ ଦେଇଛି ।

ସୂଚନା ଅନୁଯାୟୀ, ଜଗତସିଂହପୁର ଜିଲ୍ଲା ସଦର ଥାନା ଅନ୍ତର୍ଗତ ଚାନ୍ଦଗଡ଼ ଅଂଚଳରେ ଏହି ଘଟଣା ଘଟିଛି । ଅଭିଯୋଗ ଅନୁଯାୟୀ, ସୋମବାର ରାତିରେ ଏକ ଜନ୍ମଦିନ ଉତ୍ସବରେ ଯୋଗଦେଇ ନିଜ ବାନ୍ଧବୀଙ୍କ ସହିତ ଏହି ୧୮ ବର୍ଷିୟା ଯୁବତୀ ଜଣକ ଫେରୁଥିବା ବେଳେ ଅଧା ବାଟରେ ଦୁଇ ଜଣ ଦୁର୍ବୃତ ଆସି ତାଙ୍କ ପାଟିକୁ ବନ୍ଦ କରି ଏକ ନିଛାଟିଆ ସ୍ଥାନକୁ ଉଠାଇ ନେଇଥିଲେ । ସେମାନେ ସେଠାରେ ତାଙ୍କୁ ଦୁଷ୍କର୍ମ କରିଥିଲେ । ପୀଡ଼ିତା କୌଣସି ପ୍ରକାରେ ସେଠାରୁ ଖସି ଆସି ଘରେ ପହଂଚି ପରିବାର ଲୋକଙ୍କୁ ଘଟଣା ବାବଦରେ ସମସ୍ତ କଥା ଜଣାଇଥିଲେ । ଏବଂ ଚେତାଶୂନ୍ୟ ହୋଇପଡିଥିଲେ । ଗୁରୁତର ଅବସ୍ଥାରେ ତାଙ୍କୁ ଜଗତସିଂହପୁର ମେଡିକାଲରେ ଭର୍ତି କରାଯାଇଛି । ସେଠାରେ ସେ ଚିକିତ୍ସାଧିନ ଅଛନ୍ତି । ତାଙ୍କ ସ୍ୱାସ୍ଥ୍ୟାବସ୍ଥା ସ୍ଥିର ରହିଛି । ଏ ସଂକ୍ରାନ୍ତରେ ନାବାଳିକାଙ୍କ ବାପା ଜଗତସିଂହପୁର ଥାନାରେ ଲିଖିତ ଅଭିଯୋଗ ଦାୟର୍ କରିଛନ୍ତି । ପୀଡିତା ଦୁଇ ଜଣ ଅଜଣା ବ୍ୟକ୍ତିଙ୍କ ନାଁରେ ଅଭିଯୋଗ କରିଛନ୍ତି । ଆଜି କ୍ରାଇମ ସ୍ପଟରେ ପହଂଚି ତଦନ୍ତ କରୁଛି ସାଇଂଟିଫିକ୍ ଟିମ୍ । ପୋଲିସର ୩ଟି ଟିମ୍ ମାମଲାର ତଦନ୍ତ କରୁଛନ୍ତି । ପୋଲିସ ଟିମ୍ ଘଟଣାରେ ଜଡ଼ିତ ଅନ୍ୟ ଅଭିଯୁକ୍ତକୁ ଧରିବା ନେଇ ବିଭିନ୍ନ ସ୍ଥାନରେ ଚଢ଼ଉ ଜାରି ରଖିଛି ।

ହିନ୍ଦୁସ୍ଥାନ ସମାଚାର / ପ୍ରଦୀପ୍ତ


 rajesh pande