ସମ୍ବଲପୁର, ୨୨ ଜୁଲାଇ (ହି.ସ.) - ସମ୍ବଲପୁର ଜିଲ୍ଲା ଜମନକିରା ବ୍ଲକ୍ ଫାଶୀମାଲ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ନିରାମୟ ଔଷଧ ରୋଗୀଙ୍କୁ ପ୍ରଦାନ କରାନଯାଇ ଏକ ଭଙ୍ଗା କୋଠରୀ ରେ ଫିଙ୍ଗିଦେଇଥିବା ଅଭିଯୋଗ ପରେ ସମ୍ବଲପୁର ସିଡିଏମଓ କାର୍ଯ୍ୟାଳୟ ପକ୍ଷରୁ ସ୍ୱାସ୍ଥ୍ୟ ଏବଂ ପରିବାର କଲ୍ୟାଣ ବିଭାଗୀୟ ସମ୍ବଲପୁର ଏ.ଡି.ପି.ଏଚ.ଓ ଅଧିକାରୀ ଡାକ୍ତର ପ୍ରମୋଦ ଚନ୍ଦ୍ର ବିଶ୍ୱାଳ ଏବଂ ଆଡମିନିଷ୍ଟାଟିଭ ଅଫିସର ନୀଳାମ୍ବର ମହାନନ୍ଦ ଜମନକିରା ସ୍ୱାସ୍ଥ୍ୟ କେନ୍ଦ୍ର ଙ୍କୁ ଆସି ଫିଙ୍ଗାଯାଇଥିବା ଔଷଧ ଏବଂ ଏକ୍ସପାଏରୀ ଔଷଧ ଯାଂଚ କରିଥିଲେ। ଜମନକିରା ସ୍ୱାସ୍ଥ୍ୟ କେନ୍ଦ୍ର ରେ ୭ କାର୍ଟୁନ ହ୍ୟାଣ୍ଡ ଗ୍ଳୋବ୍ସ, ଏକ କାର୍ଟୁନ ଜ଼ିଙ୍କ ସଲଫେଟ ଟାବଲେଟ, ଆଂଟି ବାଇଟିକ ସିରପ, ନିମୋ ଲାଇଯେସନ ମାସ୍କ, ଭଳି ଅନେକ ଜରୁରୀ ଔଷଧ ବ୍ୟବହାର କରାନଯାଇ ଏକ୍ସପାଏରୀ ହେବା ପର୍ଯ୍ୟନ୍ତ ରଖାଯାଇଛି ଏବଂ ପରେ ଏହାକୁ ଫୋଫାଡ଼ି ଦିଆଯାଇଛି। ଗୋଟିଏ ପଟେ ସରକାର ନିରାମୟ ରେ ରୋଗୀଙ୍କୁ ଔଷଧ ପ୍ରଦାନ ପାଇଁ କୋଟି କୋଟି ଟଙ୍କା ରାଜସ୍ୱ ରୁ ଖର୍ଚ୍ଚ କରୁଥିବା ବେଳେ ଜମନକିରା ସ୍ୱାସ୍ଥ୍ୟ କେନ୍ଦ୍ର ରେ ଏହି ଔଷଧ ରୋଗୀଙ୍କୁ ପ୍ରଦାନ ନ କରାଯାଇ ଏକ୍ସପାଏରୀ ହେବା ପର?୍ୟ୍ୟନ୍ତ ଏଣେ ତେଣେ ରଖି ଦିଆଯାଉଛି ଏବଂ ପରେ ଡିଜସ୍ପୋଷ୍ଟ ନ କରି ଫୋଫାଡ଼ି ଦିଆଯାଉଛି। ଏପରିକି ଯାଞ୍ଚ ସମୟରେ ଜମନକିରାରେ ବିଦ୍ୟୁତ ସଂଯୋଗ ନ ଥିବାରୁ ସରକାର ଙ୍କ ପକ୍ଷରୁ ପ୍ରଦାନ କରାଯାଉଥିବା ଭେକସିନ ର ଅବସ୍ଥା ସମ୍ବନ୍ଧରେ ମଧ୍ୟ ପଚାର ଉଚରା କରିଥିଲେ। ଯାଂଚ ସମୟରେ ଡାକ୍ତର ସିଶାର୍ଥ ବେହେରାଙ୍କ ଛୁଟି ସମ୍ପର୍କ ରେ ମଧ୍ୟ ଫାଶୀମାଲ ଇନଚାର୍ଜକୁ ପଚାରି ଥିଲେ ଏବଂ ସେ ଛୁଟିରେ ରହୁଥିବା ବେଳେ ତାଙ୍କ ଦରମା କିଭଳି ପାଉଛନ୍ତି ସେ ସମ୍ପର୍କ ରେ ମଧ୍ୟ ପଚାରିଥିଲେ। ଅନ୍ୟ ପକ୍ଷରେ ସ୍ୱାସ୍ଥ୍ୟ କେନ୍ଦ୍ର ପରିସରରେ ଥିବା ଏକ ପରୀତକ୍ତ କୋଠରୀରେ ଏବଂ ମିଟିଙ୍ଗ ହଲ ରେ ଥିବା ବହୁପରିମାଣରେ ଏକ୍ସପାଏରି ଔଷଧ ଦେଖି ଏହାକୁ କାହିଁକି ଡିସସ୍ପୋଷ୍ଟ କରାଗଲା ନାହିଁ ବୋଲି ଜମନକିରା ଫାର୍ମାସିଷ୍ଟଙ୍କୁ ପ୍ରଶ୍ନ କରିଥିଲେ ଏବଂ ଏହାର ପ୍ରତି ଉତରରେ ସେ ଏ ସମ୍ପର୍କ ରେ ଜାଣିନଥିବା କହିଥିଲେ। ହେଲେ ଏହି ଔଷଧ ଫାଶୀମାଲ ସ୍ୱାସ୍ଥ୍ୟ କେନ୍ଦ୍ର ରୁ କିଏ ଇଣ୍ଡେଂଟ କରିଥିଲା କିଏ ରିସିଭ କରିଥିଲା ଏବଂ ଏ ସମ୍ପର୍କ ରେ କାହିଁକି କାହାରିକୁ ଜଣାଯାଇନ ଥିଲା ତାହା ତଦନ୍ତ ସାପେକ୍ଷ। ଏ ସମ୍ପର୍କ ରେ ନିଜ ପ୍ରତିକ୍ରିୟାରେ ଫାର୍ମାସିଷ୍ଟ ସୁବୋଧ ଆଚାର୍ଯ୍ୟ କହିଛନ୍ତି କି ସମ୍ବଲପୁର ସିଡିଏମ ଙ୍କ ନିର୍ଦେଶ କ୍ରମେ ଏଡିଏମ ଜମନକିରା ସ୍ୱାସ୍ଥ୍ୟ କେନ୍ଦ୍ର ଙ୍କୁ ଏକ୍ସପାଏରି ଔଷଧ ଯାଂଚ ପାଇଁ ଆସିଥିଲେ ଏବଂ ଆମେ ତାଙ୍କୁ ସହଯୋଗ କରିଥିଲୁ ଏବଂ ସଟ ଏକ୍ସପାଏରି ମେଡ଼ିସିନ ବାହାରିଛି ଓ ଏସବୁକୁ ଫାଶୀମାଲ କୁ ଫେରସ୍ତ ହେବ ବୋଲି କହିଥିଲେ। ହେଲେ ବର୍ତମାନ ଦେଖିବାକୁ ରହିଲା ଏହି ଯାଂଚ ପୂର୍ବ ଭଳି କେବଳ ଯାଂଚ ହୋଇ ରହିବ ନା କୌଣସି ପଦକ୍ଷେପ ନିଆଯିବ।
ହିନ୍ଦୁସ୍ଥାନ ସମାଚାର/ଶୈଳେଶ/ଭାନୁ
ହିନ୍ଦୁସ୍ଥାନ ସମାଚାର / ଶୈଳେଶ