କେନ୍ଦୁଝର, ୨୨ ଜୁଲାଇ (ହି.ସ.)-
ସ୍ଥାନୀୟ କାଳୀ ପଡିଆରେ କେନ୍ଦୁଝର ବାଣିଜ୍ୟ ମେଳା ଉଦ୍ଘାଟିତ ହୋଇଯାଇଛି। ଆଇନଜୀବୀ, ଜିଲ୍ଲାପରିଷଦ ସଭ୍ୟ ଆଶିଷ ଚକ୍ରବର୍ତ୍ତୀଙ୍କ କରକମଳରେ କେନ୍ଦୁଝର ବାଣିଜ୍ୟ ମେଳା ଶୁଭ ଉଦଘାଟନ କରାଯାଇଛି। ଏହି ବାଣିଜ୍ୟ ମେଳାରେ ଦେଶର ବିଭିନ୍ନ ରାଜ୍ୟର ବ୍ୟକ୍ତି ଓ ବ୍ୟବସାୟୀ ମାନଙ୍କୁ ବାଣିଜ୍ୟ ମେଳାରେ ସାମଗ୍ରୀ ପ୍ରଦର୍ଶନ ଏବଂ ବିକ୍ରୀ କରିବାର ସୁଯୋଗ ଦିଆଯାଇଛି । ଆଶିଷ ଚକ୍ରବର୍ତ୍ତୀଙ୍କ ଦ୍ବାରା ଏହି ବାଣିଜ୍ୟ ମେଳା ଉଦଘାଟନ କରି ମେଳା ଆୟୋଜନ କର୍ତ୍ତା ଓ ଦେଶର ବିଭିନ୍ନ ପ୍ରାନ୍ତରରୁ ଅଂଶ ଗ୍ରହଣ କରିଥିବା ବ୍ୟବସାୟୀ ମାନଙ୍କୁ ସାଧୁବାଦ୍ ସହିତ ଧନ୍ୟବାଦ ଜଣାଇଥିଲେ। କେନ୍ଦୁଝର ଜିଲ୍ଲା ତଥା ସହରରେ ଏପରି ବାଣିଜ୍ୟ ମେଳା ଆୟୋଜନ କରାଯିବା ଉଚିତ୍ ବୋଲି ମତବ୍ୟକ୍ତ କରିଥିଲେ । ଏହା କରିବା ଦ୍ବାରା କେନ୍ଦୁଝର ଜିଲ୍ଲାବାସୀଙ୍କୁ ଆବଶ୍ୟକ ବିଭିନ୍ନ ପ୍ରକାର ରର ସାମଗ୍ର ମଗ୍ରୀ ଶୁଲଭ ମୂଲ୍ୟରେ ମିଳିବ । ଏହା ବ୍ୟତୀତ ବାଣିଜ୍ୟ ମେଳାରେ ବିଭିନ୍ନ ରାଜ୍ୟରୁ ଅଂଶ ଗ୍ରହଣ କରିଥିବା ବ୍ୟବସାୟୀ ମାନଙ୍କୁ ପ୍ରୋତ୍ସାହନ ମିଳି ମିଳିବ ।
ଜିଲ୍ଲା ପ୍ରଶାସନ ତରଫରୁ କେନ୍ଦୁଝର ବାଣିଜ୍ୟ ମେଳା ଅଗଷ୍ଟ ମାସ ୧୦ ତାରିଖ ପର୍ଯ୍ୟନ୍ତ ଆୟୋଜନ କରିବା ପାଇଁ ଅନୁମତି ପ୍ରଦାନ କରିଛନ୍ତି। ବାଣିଜ୍ୟ ମେଳା ପ୍ରତ୍ୟେକ ଦିନ ପୂର୍ବାହ୍ନ ୯ଟା ଠାରୁ ରାତ୍ରି ୧୦ଟା ପର୍ଯ୍ୟନ୍ତ ଖୋଲା ରହିବ । ବାଣିଜ୍ୟ ମେଳା ପରିଦର୍ଶନ କରିବା ପାଇଁ ଆସୁଥିବା ଦର୍ଶକମାନଙ୍କର ମଟର ଯାନବାହାନ ନିମନ୍ତେ ଉପଯୁକ୍ତ ପାକିଂ ବ୍ୟବସ୍ଥା କରାଯାଇଛି । ଏହି ବାଣିଜ୍ୟ ମେଳା ଅନ୍ୟାନ୍ୟ ମେଳା ଠାରୁ ସଂପୂର୍ଣ୍ଣ ଭିନ୍ନ ଏବଂ ନୂତନ ବୋଲି ଆୟୋଜକ ପ୍ରକାଶ କରିଛନ୍ତି।
ହିନ୍ଦୁସ୍ଥାନ ସମାଚାର / SANTOSH KUMAR MOHAPATRA