କେନ୍ଦୁଝର, ୨୨ ଜୁଲାଇ (ହି.ସ.) - କେନ୍ଦୁଝରରେ କାର୍ଯ୍ୟରତ କେନ୍ଦୁଲିଫ ଡିଏଫଓ ନିତ୍ୟାନନ୍ଦ ନାୟକଙ୍କ ଅନୁଗୁଳ ସ୍ଥିତ ଦୁଇ ଦିନ ତଳେ ଭିଜିଲାନ୍ସ ବିଭାଗ ଦ୍ୱାରା ଚଢାଉ କରଯାଇଥିଲା। ଗତକାଲି କେନ୍ଦୁଝର ସ୍ଥିତ ସରକାରି ବାସଭବନରେ ଚଢାଉ କରିଛି ଭିଜିଲାନ୍ସ ବିଭାଗ। ଏହି ଚଢାଉ ବେଳେ ୮.୫ ଲକ୍ଷ ଟଙ୍କା ନଗଦ ସହ ଜୀବନ ବିମା, ବହୁ ବ୍ୟାଙ୍କ ଆକାଉଂଟ ଆଦି ଜବତ ହୋଇଥିବା ଭିଜିଲାନ୍ସ ବିଭାଗ ପକ୍ଷରୁ ଜଣାପଡିଥିଲା। ଏହା ସହ ତାଙ୍କର ପରିବାର ଲୋକଙ୍କ ନାମରେ ପଚାଶ ଲକ୍ଷ ଟଙ୍କାର ବ୍ୟାଙ୍କ ଡିପୋଜିଟ ଥିବା ଜଣାପଡିଥିଲା।
ଆଜି ଏହି ସବୁର ହିସାବ କରି ଭିଜିଲାନ୍ସ ବିଭାଗ ଅଧିକାରୀ କେନ୍ଦୁଲିଫ୍ ଡିଏଫଓଙ୍କୁ ଗିରଫ କରିଛନ୍ତି।
ପ୍ରକାଶ ଯେ ଭିଜିଲାନ୍ସ ବିଭାଗ ଚଢାଉ ବେଳେ ନିତ୍ୟାନନ୍ଦ ନାୟକଙ୍କ ନିକଟରୁ ୧୨୩ ଟି ବହୁ ମୂଲ୍ୟବାନ ଜମି ଥିବା ଜଣାପଡିଥିବା ବେଳେ ନିତ୍ୟାନନ୍ଦଙ୍କ ନାମରେ ୫୮ ଟି ପ୍ଲଟ ଥିବା ଜଣାପଡିଛି। ସେହିପରି ତାଙ୍କର ବହୁ ମୂଲ୍ୟବାନ ଘର ଓ ଗାଡି ଜବତ କରିଥିବା ଜଣାପଡିଛି। ତାଙ୍କର ଏହି ଆୟ ବହିର୍ଭୁତ ସମ୍ପତିର ମୂଲ୍ୟ ୨୧୮ ପ୍ରତିଶତ ବୋଲି ଭିଜିଲାନ୍ସ ବିଭାଗ ଅଧିକାରୀ ପ୍ରକାଶ କରିଛନ୍ତି।
ହିନ୍ଦୁସ୍ଥାନ ସମାଚାର/ସନ୍ତୋଷ/ଭାନୁ
ହିନ୍ଦୁସ୍ଥାନ ସମାଚାର / SANTOSH KUMAR MOHAPATRA