ଖାଉଟି ଅଦାଲତ ଦ୍ୱାରା ଦୁଇ କମ୍ପାନୀ ଦଣ୍ଡିତ
ଜୟପୁର,୨୨ ଜୁଲାଇ (ହି.ସ.) - ଜିଲ୍ଲା ଖାଉଟି ଅଦାଲ ଉପଭୋକ୍ତାଙ୍କୁ ଉପଯୁକ୍ତ ସେବା ପ୍ରଦାନ କରିବାରେ ବିଫଳ ହେବାରୁ ଦୁଇ କମ୍ପାନିକୁ ଦଣ୍ଡିତ କରିଛନ୍ତି। ଓଲା ଇଲେକ୍‌ଟ୍ରିକ୍ ଓ ଇଫୋ ଟୋକିୟୋ ଜୌନେଲା ଇନ୍‌ସୁରାନସ୍ କମ୍ପାନିକୁ ଗ୍ରାହକଙ୍କୁ ଜରିମାନା ଓ କ୍ଷତିପୂରଣ ଅର୍ଥରାଶି ମାସେ ମଧ୍ୟରେ ପୈଠ କରିବାକୁ
ଖାଉଟି ଅଦାଲତ ଦ୍ୱାରା ଦୁଇ କମ୍ପାନୀ ଦଣ୍ଡିତ


ଜୟପୁର,୨୨ ଜୁଲାଇ (ହି.ସ.) - ଜିଲ୍ଲା ଖାଉଟି ଅଦାଲ ଉପଭୋକ୍ତାଙ୍କୁ ଉପଯୁକ୍ତ ସେବା ପ୍ରଦାନ କରିବାରେ ବିଫଳ ହେବାରୁ ଦୁଇ କମ୍ପାନିକୁ ଦଣ୍ଡିତ କରିଛନ୍ତି। ଓଲା ଇଲେକ୍‌ଟ୍ରିକ୍ ଓ ଇଫୋ ଟୋକିୟୋ ଜୌନେଲା ଇନ୍‌ସୁରାନସ୍ କମ୍ପାନିକୁ ଗ୍ରାହକଙ୍କୁ ଜରିମାନା ଓ କ୍ଷତିପୂରଣ ଅର୍ଥରାଶି ମାସେ ମଧ୍ୟରେ ପୈଠ କରିବାକୁ ନିର୍ଦ୍ଦେଶ ଦେଇଛି।

ଜୟପୁର ଗଡ଼ିଆଧୋବାସାହି ନିବାସୀ ଉପେନ୍ଦ୍ର ପାଢ଼ୀ(୫୦) ଇଫୋ ଟୋକିୟୋ ଜୈନେଲା ଇନ୍‌ସୁରାନସ୍ କମ୍ପାନିରେ ଇନ୍‌ସୁରାନସ୍ କରିବା ସହ ନିୟମିତ ପ୍ରିମିୟମ୍ ପୈଠ କରୁଥିଲେ। ୨୦୨୪ ମାର୍ଚ୍ଚ ୨୩ତାରିଖରେ ଅସୁସ୍ଥ ହୋଇ ପ୍ରଥମେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ଭର୍ତି ହୋଇଥିଲେ। ହୃଦରୋଗରେ ପୀଡ଼ିତ ଜଣାପଡ଼ିବା ପରେ ବିଶାଖାପାଟଣାର ଏକ ଘରୋଇ ଚିକିତ୍ସାଳୟରେ ଚିକିତ୍ସିତ ହେବା ସହ ୩ଲକ୍ଷ ୩୨ହଜାର ୬୯୧ଟଙ୍କା ଖର୍ଚ୍ଚ ହୋଇଥିଲା। ଇନ୍‌ସୁରାନସ କମ୍ପାନି ନିଥିପତ୍ର ପରେ ନିଥିପତ୍ର ଗ୍ରାହକଙ୍କୁଠାରୁ ସଂଗ୍ରହ କରୁଥିଲା। କିନ୍ତୁ ଚିକିତ୍ସାଖର୍ଚ୍ଚକୁ ବହନ ନକରି ଟାଳଟୁଳ କରିଚାଲିଥିଲେ। ଶ୍ରୀ ପାଢ଼ୀ ବାଧ୍ୟ ହୋଇ ଖାଉଟି ଅଦାଲତର ଆଶ୍ରାୟ ନେଇଥିଲେ। ଅଦାଲତ ଖାଉଟି ସପକ୍ଷରେ ରାୟ ପ୍ରଦାନ କରିବା ସହ କମ୍ପାନିକକୁ ୩ଲକ୍ଷର ୬ପ୍ରତିଶତ ସୁଧ ସହ ଜରିମାନା ମାସେ ମଧ୍ୟରେ ପ୍ରଦାନ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ଏଥିସହ ୫୦ହଜାର କ୍ଷତିପୂରଣ ଓ କୋର୍ଟ ଖର୍ଚ୍ଚ ୧୦ହଜାର ଟଙ୍କା ପ୍ରଦାନ କରିବେ। ଯଦି କମ୍ପାନି ମାସକ ମଧ୍ୟରେ ପୈଠ କରିବାରେ ବିଫଳ ହୁଅନ୍ତି ତେବେ ୧୨ପ୍ରତିଶତ ସୁଧ ସହ ପ୍ରଦାନ କରିବେ ବୋଲି ନିର୍ଦ୍ଦେଶ ରହିଛି।

ଅନ୍ୟ ଏକକ ମାମଲାରେ ସହରର ମାଲକାନଗିରି ବାଇପାସ୍ ଅଂଚଳର ଗୁପ୍ତପ୍ରସାଦ ମିଶ୍ର(୩୫) ଅନଲାଇନ୍ ମାଧ୍ୟମରେ ୨୦୨୨ରେ ଓଲା କମ୍ପାନି ୱେସାଇଡ୍‌ରେ ବାଙ୍ଗାଲୋରରୁ ହୋମ ହେଲିଭେରି ମାଧ୍ୟମରେ ଏକ ଇଲେଟ୍ରିକାଲ ସ୍କୁଟି କିଣିଥିଲେ। ଡେଲିଭେରିର ଏକ ସପ୍ତାହ ନପୂରୁଣୁ ଚାର୍ଜ ଜିନିତ ସମସ୍ୟାରେ ଗାଡ଼ି ଅଚଳ ହୋଇପଡ଼ିଥିଲା। କମ୍ପାନିକୁ ଏ ବାବଦରେ ଜଣାଇବା ପରେ କମ୍ପାନି ସ୍କୁଟିକୁ ବିଶାଖାପାଟଣା ନେଇ ମରାମତି କରି ଦେଇଥିଲେ। ଦୁଇବର୍ଷ ମଧ୍ୟରେ ୧୦ଥର ମରାମତି କରିବା ସହ ବର୍ଷ ପାଖାପାଖି ଗେରେଜ୍‌ରେ ରହିଥିଲା। ଶେଷର ମରାମତି କରିବାକୁ ମଧ୍ୟ କମ୍ପାନି ଅରାଜି ହୋଇଥିଲା। କୌଣସି ଉପାୟ ନ ପାଇଁ ଶ୍ରୀ ମିଶ୍ର ଖାଉଟି ଅଦାଲତର ଦ୍ୱାରସ୍ଥ ହୋଇଥିଲେ। ୧ଲକ୍ଷ ୧୪ହଜାର ୧୯୯ଟଙ୍କା ଜରିମାନା ସହ ୨୫ହଜାର କ୍ଷତିପୂରଣ ଓ କୋର୍ଟ ଖର୍ଚ୍ଚ ରାଶି ୧୦ହଜାର ଟଙ୍କା ୬ପ୍ରତିଶତ ସୁଧ ସହ ମାସେ ମଧ୍ୟରେ ପ୍ରଦାନ କରିବେ। ଯଦି ମାସକ ମଧ୍ୟରେ ପେ?ଠ ନକଲେ ୧୨ପ୍ରତିଶତ ସୁଧ ସହ ପ୍ରଦାନ କରିବେ ବୋଲି ରାୟ ପ୍ରକାଶ ପାଇଛି ।

ହିନ୍ଦୁସ୍ଥାନ ସମାଚାର / ପିକେପି


 rajesh pande