ଗତ ୪ ମାସରେ ୧୪୭ ଅଭିଯୁକ୍ତ ଗିରଫ : ଲୋକଙ୍କ ସୁବିଧା ପାଇଁ ହେଲପ ନମ୍ବର ଜାରି
ଜୟପୁର, ୨୨ ଜୁଲାଇ (ହି.ସ.) - ଜୟପୁର ଟାଉନ ଓ ସଦର ପୋଲିସ ଗତ ୪ ମାସରେ ଚୋରି, ଲୁଟ ଡକାୟତି ଭଳି ଅପରାଧିକ ମାମଲାରେ ୧୪୭ ଜଣକୁ ଗିରଫ କରି କୋର୍ଟ ଚାଲାଣ କରିଛି । ଜୟପୁର ବାସୀ ଭୟବିତ ନ ହୋଇ ପୋଲିସ ତରଫରୁ ୯୪୩୮୯୧୬୯୧୮ ରେ କଣ ଅପରାଧ ଦେଖିଲେ ଫୋନ କରିବାକୁ ଏସପି ରୋହିତ ବର୍ମା ସୂଚନା ଦେଇଛନ୍ତି । ୨୪ ଘ
ଗତ ୪ ମାସରେ  ୧୪୭ ଅଭିଯୁକ୍ତ ଗିରଫ  ଲୋକଙ୍କ ସୁବିଧା ପାଇ ହେଲପ  ନମ୍ବର ଜାରି


ଜୟପୁର, ୨୨ ଜୁଲାଇ (ହି.ସ.) - ଜୟପୁର ଟାଉନ ଓ ସଦର ପୋଲିସ ଗତ ୪ ମାସରେ ଚୋରି, ଲୁଟ ଡକାୟତି ଭଳି ଅପରାଧିକ ମାମଲାରେ ୧୪୭ ଜଣକୁ ଗିରଫ କରି କୋର୍ଟ ଚାଲାଣ କରିଛି । ଜୟପୁର ବାସୀ ଭୟବିତ ନ ହୋଇ ପୋଲିସ ତରଫରୁ ୯୪୩୮୯୧୬୯୧୮ ରେ କଣ ଅପରାଧ ଦେଖିଲେ ଫୋନ କରିବାକୁ ଏସପି ରୋହିତ ବର୍ମା ସୂଚନା ଦେଇଛନ୍ତି । ୨୪ ଘଂଟା ଏସଡିପିଓ ଏହି ନମ୍ବର ତଦାରଖ କରିବେ । କୈଣିସି ଅପରାଧିକ କାଯ୍ୟ ସୁଚନା ପାଇଲେ ଏହି ନମ୍ବରରେ ସୁଚନା ଦେଲେ ପୋଲିସ ତୁରନ୍ତ କାଯ୍ୟନୁଷ୍ଠାନ ଗ୍ରହଣ କରିବ । ବର୍ତମାନ ସିସି କ୍ୟାମେର ନଜରରେ ଜୟପୁର ରହିଛି । ଜୟପୁର ବିଧାୟକ ଓ ଜିଲାପାଳ ଙ୍କ ସହ ଆଲୋଚନା କରି ସିସି କ୍ୟାମେରା କୁ ବିଭିନ୍ନ ଗୁରୁତ୍ୱ ପୁଣ୍ଣ ସ୍ଥାନରେ ଅଧିକା ଲଗାଯିବ। ସ୍ପିଡ ବାଇକର, ରୋଡ ରୋମିୟ ପ୍ରତି ପୋଲିସ ସଜାଗ ରହିବ । ପେଟ୍ରୋଲିଂକୁ କଡା କଡି କରାଯିବ । ଗତ ମାଚ୍ଚ ୨୦୨୫ ଠାରୁ ଜୁନ ୨୦୨୫ ମଧ୍ୟ ରେ ବିଭିନ୍ନ ଅପରାଧିକ ମାମଲାରେ ୧୪୭ ଜଣକୁ ଗିରଫ କରାଯାଇଛି । ନିତି ଗତ ଅପରାଧି ରହିଛନ୍ତି ସେ ମାନଙ୍କ ଉପରେ ପୋଲିସ ନଜର ରହିବ । ଜେଲରୁ ଫେରି ପୁଣି ଅପରାଧ କଲେ ତାଙ୍କର ଜାମିନ ନାକଟ କରିବାକୁ କୋର୍ଟକୁ ଅନୁରୋଧ କରାଯିବ ବୋଲି ଏସପି ସୁଚନା ଦେଇଛନ୍ତି । ମାମଲାରେ ୮୧ ଜଣ ଅଭି ଯୁକ୍ତ ଗିରଫ, ଦାଦାବଟି ୧୦ ଜଣ ଅଭିଯୁକ୍ତ ଗଞ୍ଜେଇ ମାମଲାରେ ୩୧ ଜଣ ଟଙ୍କା ପାଇଁ ଅପରହଣ ମାମଲାରେ ୬ ଜଣ, ଭାରତ ନ୍ୟାୟ ସଂହିତା ଆଇନ ରେ ୧୯ ଜଣ ଗିରଫ କରିଛି । ମୋଟ ୧୪୭ ଜଣ ଗିରଫ କରିଛି । ଗିରଫ ଅଭିଯୁକ୍ତ ମାନହ୍‌?କ ଠାରୁ ୩୩ଟି ବାଇକ, ୧ ଟ୍ରାକ୍ଟର, ୪୦ଟି ସୁନା କାନଫୁଲ, ୧୦ ରୁ ଉଦ୍ଧ ସୁନା ଲୋକଟ ଓ ମଙ୍ଗଳ ସୁତ୍ର,୪୩ଟି ମୋବାଇଲ ଗୋଟିଏ ଓଜନ ମେସିନ, ୬ ଲକ୍ଷ ୭୫ ହଜାର ଟଙ୍କା ଦେଶି ପିସ୍ତଲ, ୨୫୦୧ କେଟି ଗଞ୍ଜେଇ, ୫୮୫ ନିଶା ଇଞ୍ଜେଇକସନ, ୩ଟି ପିସ୍ତଲ, ୭ଟି କାର, ୬ ଚକିଆ ଟ୍ରକ, ୪୦୭ ଟ୍ରକ, ଅଟୋ, ୧ଲକ୍ଷ ଟଙ୍କାର ସୁନା ଆଦି ଜବତ କରିଛି ।

ହିନ୍ଦୁସ୍ଥାନ ସମାଚାର / ପିକେପି


 rajesh pande