ମାମୁଁଘର ଗାଁକୁ ବୁଲିଆସିଥିବା ଭଣଜାର ପୋଖରୀରେ ପଡ଼ି ମୃତ୍ୟୁ
ଭଦ୍ରକ, ୨୨ ଜୁଲାଇ (ହି.ସ.) - ଭଦ୍ରକ ଜିଲ୍ଲା ତିହିଡି଼ ଥାନା ମହରମପୁର ପଂଚାୟତ ଅଧୀନ କନ୍ଦପୁର ଗ୍ରାମ ମାମୁଁ ଘରକୁ ବୁଲିଆସିଥିବା ୬ବର୍ଷର ଭଣଜାର ମଙ୍ଗଳବାର ସନ୍ଧ୍ୟା ୬ଟା ବେଳେ ଏକ ପୋଖରୀରେ ପଡ଼ି ମୃତ୍ୟୁ ଘଟିଛି । ମୃତ ବାଳକର ନାଁ ପିୟାଂଶୁ ବୋଲି ଜଣାପଡିଛି । ସେ ମାର୍କୋଣା ଥାନା ଅଧୀନ ଡୁବିଗଢ଼ିଆ ଗ୍
ମାମୁଁଘର ଗାଁକୁ ବୁଲିଆସିଥିବା ଭଣଜାର ପୋଖରୀରେ ପଡ଼ି ମୃତ୍ୟୁ


ଭଦ୍ରକ, ୨୨ ଜୁଲାଇ (ହି.ସ.) - ଭଦ୍ରକ ଜିଲ୍ଲା ତିହିଡି଼ ଥାନା ମହରମପୁର ପଂଚାୟତ ଅଧୀନ କନ୍ଦପୁର ଗ୍ରାମ ମାମୁଁ ଘରକୁ ବୁଲିଆସିଥିବା ୬ବର୍ଷର ଭଣଜାର ମଙ୍ଗଳବାର ସନ୍ଧ୍ୟା ୬ଟା ବେଳେ ଏକ ପୋଖରୀରେ ପଡ଼ି ମୃତ୍ୟୁ ଘଟିଛି । ମୃତ ବାଳକର ନାଁ ପିୟାଂଶୁ ବୋଲି ଜଣାପଡିଛି । ସେ ମାର୍କୋଣା ଥାନା ଅଧୀନ ଡୁବିଗଢ଼ିଆ ଗ୍ରାମର ଚନ୍ଦନ ସିଂଙ୍କ ପୁଅ ଅଟନ୍ତି । ପ୍ରିୟାଂଶୁ ତାଙ୍କ ମାମୁଘରକୁ ବୁଲିବାକୁ ଆସିଥିଲେ କ୍ଷ ଅପରାହ୍ଣରୁ ସେ ଘରୁ କେଉଁଆଡେ ଚାଲିଯାଇଥିଲେ । ପରେ ତାଙ୍କ ମାମୁଘର ପରିବାର ଲୋକେ ବହୁ ଖୋଜାଖୋଜି କରିବା ପରେ ବାଳକକୁ ତାଙ୍କ ଘର ନିକଟସ୍ଥ ଏକ ପୋଖରୀରୁ ଉଦ୍ଧାର କରି ଚିକିତ୍ସା ପାଇଁ ତିହିଡି଼ ଡାକ୍ତରଖାନାରେ ଭର୍ତି କରିଥିଲେ । ମାତ୍ର ସେଠାରେ ଡାକ୍ତର ବାଳକକୁ ମୃତ ଘୋଷଣା କରିଥିଲେ । ପୋଲିସ ଏହି ଘଟଣାରେ ଏକ ଅପମୃତ୍ୟୁ ମାମଲା ରୁଜୁ କରି ମୃତଦେହକୁ ଜବତ କରିଛି ।ହିନ୍ଦୁସ୍ଥାନ ସମାଚାର / ପ୍ରମୋଦ

ହିନ୍ଦୁସ୍ଥାନ ସମାଚାର / ପ୍ରମୋଦ କୁମାର ରାୟ


 rajesh pande