ଡକ୍ଟର ହରେକୃଷ୍ଣ ମହତାବଙ୍କ ଜନ୍ମବାର୍ଷିକୀରେ ଆଲୋଚନାଚକ୍ର
ବାରିପଦା, ୨୨ ଜୁଲାଇ (ହି.ସ.) - ମହାରାଜା ଶ୍ରୀରାମଚନ୍ଦ୍ର ଭଞ୍ଜଦେଓ ବିଶ୍ୱବିଦ୍ୟାଳୟ ସାହିତ୍ୟ ଓ ସାଂସ୍କୃତିକ ପରିଷଦ ଦ୍ୱାରା ଡକ୍ଟର ହରେକୃଷ୍ଣ ମହତାବଙ୍କ ୧୨୫ତମ ଜନ୍ମବାର୍ଷିକୀ ପାଳନ ଅବସରରେ ବିଶ୍ୱବିଦ୍ୟାଳୟର ଶିକ୍ଷା ସୌଧ-୪ ସ୍ଥିତ ସମ୍ମିଳନୀ କକ୍ଷରେ ଏକ ରାଜ୍ୟସ୍ତରୀୟ ଆଲୋଚନାଚକ୍ର ଅନୁଷ୍ଠିତ ହୋଇଯ
Mahayana Jayanti


ବାରିପଦା, ୨୨ ଜୁଲାଇ (ହି.ସ.) - ମହାରାଜା ଶ୍ରୀରାମଚନ୍ଦ୍ର ଭଞ୍ଜଦେଓ ବିଶ୍ୱବିଦ୍ୟାଳୟ ସାହିତ୍ୟ ଓ ସାଂସ୍କୃତିକ ପରିଷଦ ଦ୍ୱାରା ଡକ୍ଟର ହରେକୃଷ୍ଣ ମହତାବଙ୍କ ୧୨୫ତମ ଜନ୍ମବାର୍ଷିକୀ ପାଳନ ଅବସରରେ ବିଶ୍ୱବିଦ୍ୟାଳୟର ଶିକ୍ଷା ସୌଧ-୪ ସ୍ଥିତ ସମ୍ମିଳନୀ କକ୍ଷରେ ଏକ ରାଜ୍ୟସ୍ତରୀୟ ଆଲୋଚନାଚକ୍ର ଅନୁଷ୍ଠିତ ହୋଇଯାଇଛି । ଭୁବନେଶ୍ୱରସ୍ଥିତ ଡକ୍ଟର ହରେକୃଷ୍ଣ ମହତାବ ରିସୋର୍ସ ସେଂଟର ଆନୁକୂଲ୍ୟରେ ତଥା କୁଳପତି ପ୍ରଫେସର ସନ୍ତୋଷ କୁମାର ତ୍ରିପାଠୀଙ୍କ ମାର୍ଗଦର୍ଶନରେ ଆୟୋଜିତ ଏହି ଆଲୋଚନାଚକ୍ରରେ ସ୍ନାତକୋତର ପରିଷଦର ଅଧ୍ୟକ୍ଷ ପ୍ରଫେସର କମଳ ଲୋଚନ ବାରିକ ଅଧ୍ୟକ୍ଷତା କରିଥିବା ସମୟରେ ମୁଖ୍ୟବକ୍ତା ଭାବେ ପ୍ରାକ୍ତନ ଅଧ୍ୟକ୍ଷ ପ୍ରାଧ୍ୟାପକ ଡକ୍ଟର ଯତୀନ୍ଦ୍ରନାଥ ସିଂହଦେବ ସଚାନ ଯୋଗଦେଇ ଡକ୍ଟର ମହତାବଙ୍କର ସଂଗ୍ରାମୀ ଜୀବନ ଏବଂ ଓଡ଼ିଶାରେ ପ୍ରଜା ଆନ୍ଦୋଳନ ସହ ଗଡ଼ଜାତ ରାଜ୍ୟଗୁଡ଼ିକର ମିଶ୍ରଣରେ ଡକ୍ଟର ମହତାବଙ୍କ ଭୂମିକା ସମ୍ବନ୍ଧରେ ଏକ ଦୀକ୍ଷାନ୍ତ ଭାଷଣ ପ୍ରଦାନ କରିଥିଲେ । ସେହିପରି ବିଶ୍ୱବିଦ୍ୟାଳୟ ସାହିତ୍ୟ ଓ ସାଂସ୍କୃତିକ ପରିଷଦର ଉପ-ସଭାପତି ପ୍ରଫେସର ପୁଷ୍ପାଞ୍ଜଳି ପରିଡ଼ା ସ୍ୱାଗତ ଭାଷଣ ପ୍ରଦାନ କରିଥିବାବେଳେ ପରିଷଦର ସଂପାଦକ ଡ. ବିଚିତ୍ରନାଥ ସାହୁ ଅତିଥି ପରିଚୟ, ଓଡ଼ିଆ ବିଭାଗର ଛାତ୍ରୀ ଦେବସ୍ମିତା ପୁହାଣ ମଂଚ ଆମନ୍ତ୍ରଣ କରିଥିବା ବେଳେ, ପ୍ରଫେସର ପ୍ରମୋଦ କୁମାର ଶତପଥି, ସୁସ୍ମିତା କର, ବିଶ୍ୱଜିତ ରଥ, କବିତା କୁମାରୀ ସାହୁ, ପ୍ରଭଞ୍ଜନ ମଲ୍ଲିକ, ରାଜେଶ କୁମାର ସିଂଙ୍କ ସହ ବହୁ ସହଯୋଗୀ ପ୍ରଫେସର, ସହକାରୀ ପ୍ରଫେସର ଓ ଛାତ୍ରଛାତ୍ରୀ ଯୋଗଦେଇଥିଲେ । ଶେଷରେ ସହ-ସମ୍ପାଦକ ଡ. ଶିଶିର ବେହେରା ଧନ୍ୟବାଦ ଅର୍ପଣ କରିଥିଲେ।

ହିନ୍ଦୁସ୍ଥାନ ସମାଚାର/ଦିଲ୍ଲୀପ/ଭାନୁ

ହିନ୍ଦୁସ୍ଥାନ ସମାଚାର / ଦିଲ୍ଲୀପ


 rajesh pande